ବିଶ୍ଵକର୍ମା ପୂଜା ପାଳନ ନେଇ ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପ
ମେଢ଼ ସିନା କମି ଯାଇଛି ହେଲେ କମି ନାହିଁ ମନୋବଳ, ଉତ୍ସାହ ସିନା କମି ଯାଇଛି ହେଲେ କମି ନାହିଁ ଆଗ୍ରହ

ମେଢ଼ ସିନା କମି ଯାଇଛି ହେଲେ କମି ନାହିଁ ମନୋବଳ, ଉତ୍ସାହ ସିନା କମି ଯାଇଛି ହେଲେ କମି ନାହିଁ ଆଗ୍ରହ, ଏଥର ଏମିତି କିଛି ମିଶ୍ରିତ ଆଶା ଆକାଙ୍କ୍ଷା ନେଇ ପାରାଦ୍ୱୀପ ରେ ପାଳିତ ହେଉଛି ପ୍ରସିଦ୍ଧ ବାବା ବିଶ୍ଵକର୍ମା ପୂଜା ମହୋତ୍ସବ। ଦେବଶିଳ୍ପୀ ବାବା ବିଶ୍ଵକର୍ମା ଙ୍କ ଧରାବତରଣ ରେ ଆଗମନ ନେଇ ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପ। ପୂଜା ପରମ୍ପରା ରୀତି ନୀତି ଅନୁଯାୟୀ ଆୟୋଜକ ମାନେ ନିଜ ନିଜର ମେଢ଼ ଗୁଡ଼ିକୁ ଅତ୍ୟନ୍ତ ସରସ ସୁନ୍ଦର କରିବା ପାଇଁ ଆକ୍ଳାନ୍ତ ପରିଶ୍ରମ କରିଛନ୍ତି।
କିଏ ଭଗବାନ ଶ୍ରୀକୃଷ୍ଣ ଙ୍କ ଲୀଳା ଖେଳା ଉପରେ ସାଜସଜ୍ଜା କରିଛନ୍ତି ତ ଆଉ କିଏ ତୀବତ୍ ର ବଜ୍ରାୟନ ବୁଦ୍ଧିଜିମ୍ ମନ୍ଦିର ନିର୍ମାଣ କରିଛନ୍ତି। କେହି କେହି କାଚ ରେ ମେଢର ସାଜସଜ୍ଜା କରିଛନ୍ତି ତ ଆଉ କିଏ ପୁଣି ଶାମୁକା ରେ। ତେବେ ଦୀର୍ଘ ୪୫ ବର୍ଷ ର ପରମ୍ପରା କୁ ବଜାୟ ରଖିବାକୁ ଯଥାରୀତି ଚେଷ୍ଟା କରିଥିବା ଆୟୋଜକ ମାନଙ୍କୁ ସାଧାରଣରେ ଭୂୟସୀ ପ୍ରଶଂସା ମିଳୁଥିବା ବେଳେ ଯେଉଁ ମାନେ ଏଥର ପୂଜା ମଣ୍ଡପ ରେ ଦେଖା ନାହାଁନ୍ତି ସେହି ଆୟୋଜକ ମାନଙ୍କୁ ନିନ୍ଦା ଅପବାଦ ର କଳା ଛିଟା ବରଣ କରିବାକୁ ପଡ଼ିଛି। ବିଗତ ମହାମାରୀ କୋଭିଡ୍ ସମୟରେ ସମସ୍ତ ଙ୍କ ଆର୍ଥିକ ସ୍ଥିତି ଖରାପ୍ ହୋଇଥିଲା ବେଳେ ପାରାଦୀପ ର ଐତିହାସିକ ପାରମ୍ପରିକ ଗଣପର୍ବ ଦେବଶିଳ୍ପୀ ବିଶ୍ଵକର୍ମା ପୂଜା ମହୋତ୍ସବ ପାଳନ ପାଇଁ କେତେକ ଆୟୋଜକ ଅଣ୍ଟା ସଳଖି ନେଇଥିଲେ। କିନ୍ତୁ ଯେଉଁ ଆୟୋଜକ ମାନେ ପୂଜା କରିନାହାଁନ୍ତି ସେମାନଙ୍କ ଭିନ୍ନ ଉଦ୍ଦେଶ୍ୟ ଦର୍ଶାଇଛନ୍ତି।
ତେବେ ଚଳିତ ବର୍ଷ ବିଶ୍ବକର୍ମା ପୁଜା ରେ ସିନା ମେଢ଼ ସଂଖ୍ୟା କମି ଯାଇଛି କିନ୍ତୁ ଯେଉଁ କେତୋଟି ମେଢ଼ ବା ଯେତିକି ମେଢ଼ ହୋଇଛି ସେସବୁ ବେଶ୍ ସରସ ସୁନ୍ଦର ହୋଇଛି। ତାଛଡା ପୁଜା ର ପ୍ରସିଦ୍ଧି କୁ ନେଇ ଉଠା ଦୋକାନୀ ମାନେ ମଧ୍ୟ ସେମାନଙ୍କ ପସରା ମେଲାଇ ବେଶ୍ ଦୁଇ ପଇସା ରୋଜଗାର ଆଶାରେ ବସିଛନ୍ତି। ମେଢ଼ କମିଗଲେ କଣ ହେଲା ବିଶ୍ବକର୍ମା ପ୍ରସିଦ୍ଧି ପର୍ବ ନେଇ ଆଗମନ ପର୍ଯ୍ୟଟକ ମାନଙ୍କୁ ଏଥର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପାରାଦୀପ ର ବେଳାଭୂମି ବେଶ୍ ମନୋରଞ୍ଜନ ର ଖୋରାକ ଯୋଗାଇବ ବୋଲି ଆୟୋଜକ ମାନେ ମତ ଦେଇଛନ୍ତି।
ତେବେ ଏହି ପ୍ରସିଦ୍ଧ ବିଶ୍ଵକର୍ମା ପୂଜା ପରମ୍ପରା ଭଙ୍ଗ ନେଇ ଓଏନ୍ଏମ୍ ନିୟୁଜ୍ ରେ ଖବର ପ୍ରସାରଣ ପରେ କେତେକ ଆୟୋଜକ ଖେଚୁଡ଼ି ଡାଲମା ଓ କେଇ ରାତି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଅଣ୍ଟା ଭିଡିଥିବାର ଶୁଣିବାକୁ ମିଳୁଛି। ଦେଖାଯାଉ ପୂଜା ମଣ୍ଡପ ନକରି ଦର୍ଶକ ତଥା ପର୍ଯ୍ୟଟକ ମାନଙ୍କୁ ଏହା କେତେ ମାତ୍ରାରେ ସନ୍ତୁଷ୍ଟ କରି ପାରୁଛି।
ପାରାଦୀପ ରୁ ଲାଲା ବିନୟ କୁମାର ରାୟ ଙ୍କ ରିପୋର୍ଟ ଓଏନ୍ଏମ୍ ନିୟୁଜ୍