ଶରୀର ମିଶିଲା କିନ୍ତୁ ମନ ମିଶିଲାନି

କରି ବିବାଦ ଅନ୍ତ ଦାୟିତ୍ଵ ଗ୍ରହଣ କଲେ ବସନ୍ତ, ସଜାଡି ଦଳ ସୁଦୃଢ଼ କରିବେ ତୃଣମୂଳ ଦାୟିତ୍ଵ ନେଲେ ବସନ୍ତ ବିଶ୍ଵାଳ 

ଶରୀର ମିଶିଲା କିନ୍ତୁ ମନ ମିଶିଲାନି

ପାରାଦୀପ ବିଜେଡି ରେ ଏବେ ଭିନ୍ନ ରାଜନିତୀ ଉଭା ହୋଇଛି । କାଲି ଯିଏ ଶତ୍ରୁ ଥିଲା ଆଜି ସିଏ ମିତ୍ର, କାଲି ଯିଏ ଦେଖିଲେ ମୁହଁ ଫେରାଇ ନେଉଥିଲା ଆଜି ସିଏ ପାଖକୁ ଆସି କେମିତି କଣ ଚାଲିଛି ପଚାରୁଛି । କିନ୍ତୁ ଏହା ଖାଲି ସମ୍ଭବ ହୋଇଛି ଦଳୀୟ ନେତୃବୃନ୍ଦ ଙ୍କ ମିଶ୍ରଣ ପର୍ବରେ । କିନ୍ତୁ ବାସ୍ତବତା ଅଲଗା କିଛି ବୟାନ କରୁଛି । ଯେଉଁଠି ଦଳୀୟ ଟିକେଟ୍ ରେସ୍ ରେ ସମସ୍ତେ ଥିଲେ ସେଠି ଏବେ ଗୋଟିଏ ଛାତ ତଳେ ଏକ ହୋଇଛନ୍ତି । କାହିଁକି ନା ଦଳୀୟ ନିଷ୍ପତ୍ତି କୁ ସମସ୍ତ ଙ୍କୁ ମାନିବାକୁ ପଡ଼ିବ ନହେଲେ କୋପଦୃଷ୍ଟି ପଡ଼ିଲେ କିଏ କେଉଁଠି ପଡ଼ିବେ ତାହା କେହି କହି ପାରିବେ ନାହିଁ ।

ସେ ଦୃଷ୍ଟି ରୁ ହାଇକମାଣ୍ଡ ଙ୍କ ନିର୍ଦ୍ଦେଶକ୍ରମେ ଆଜି ପାରାଦୀପ ବିଜୁ ମେମୋରିଆଲ ଟ୍ରଷ୍ଟ୍ ରେ ଏକାଠି ହୋଇଥିଲେ ଚଳିତ ନିର୍ବାଚନ ର ପାରାଦୀପ ବିଧାନସଭା ପ୍ରାର୍ଥୀନୀ ଗୀତାଞ୍ଜଳୀ ରାଉତରାୟ ଙ୍କ ସମେତ  ଦଳୀୟ ଅନ୍ୟ ବିରୋଧୀ ନେତୃବର୍ଗ ।  ପାରାଦୀପ ପୌରାଞ୍ଚଳରେ ୧୯ଟି ୱ୍ଵାର୍ଡ୍ ରହିଛି ସେଥିରେ ସବୁଠୁ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ । ଯଦିଓ ବିଧାୟକ ସମ୍ବିତ୍ ରାଉତରାୟ ଙ୍କ ସହିତ ତାଙ୍କର ମତାନ୍ତର ମନାନ୍ତର ଥିଲା ସେଥିରେ ଆଜି ପୁର୍ଣ୍ଣଚ୍ଛେଦ ପକାଇ ଦଳୀୟ ନିଷ୍ପତ୍ତି କୁ ସମସ୍ତେ ସ୍ବାଗତ କରିଛନ୍ତି। ବିଶେଷ କରି ଅନ୍ୟତମ ଆଶାୟୀ ମୋନିଦୀପା ସର୍ଖେଲ୍ ମଧ୍ୟ ବିଜୁ ଶ୍ରମିକ ସାମ୍ମୁଖ୍ୟ ରେ କାର୍ଯ୍ୟକାରୀ ସଭାପତି ପଦ ପାଇବା ପରେ ଗୀତାଞ୍ଜଳି ରାଉତରାୟ ଙ୍କ ଶରଣାପନ୍ନ ହୋଇଛନ୍ତି ।

ଏନେଇ ନିଜ ନିଜ ସମର୍ଥକ ମାନଙ୍କୁ ଏକଜୁଟ କରାଇ ଗୋଟିଏ ଡଙ୍ଗା ରେ ଚଳିତ ନିର୍ବାଚନ ବୈତରଣୀ ପାର ହେବାନେଇ ଏକ ପ୍ରକାର ଶପଥ ନେଇଛନ୍ତି । କିନ୍ତୁ ଟ୍ରଷ୍ଟ ରେ ଯେପରି ବାତାବରଣ ସୃଷ୍ଟି ହୋଇଥିଲା ସେଥିରେ କାହା ମୁହଁ କୁଆଡେ ତାହା ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା ।

ଯେମିତିକି ଜଣା ପଡ଼ୁଥିଲା ବାଧ୍ୟ ବାଧକତାରେ ସିନା ମିଶିଗଲେ କିନ୍ତୁ ମନ କାହାର କାହା ସାଙ୍ଗରେ ମିଶୁ ନାହିଁ । ଯାହାକି ଶରୀର ଖାଲି ମିଶିଗଲା କିନ୍ତୁ ହୃଦୟ ଆଉ କୁଆଡେ ରହିଗଲା ପରି ମନେ ହେଉଥିଲା । ଯାହାକି ନିର୍ବାଚନ ଫଳାଫଳ ହିଁ ସ୍ପଷ୍ଟ ପ୍ରମାଣିତ କରିବ କିଏ କେଉଁଠି ଅଛନ୍ତି । ତେବେ ପୌରାଞ୍ଚଳରେ ଯେହେତୁ ବସନ୍ତ ବିଶ୍ଵାଳ ଙ୍କ ନେତୃତ୍ୱ କୁ ସମସ୍ତେ ପସନ୍ଦ କରୁଛନ୍ତି ଏବଂ ତାଙ୍କର ଲୋକପ୍ରିୟତା ଓ ଦବ୍ ଦବା ରହିଛି ସେଥିପାଇଁ ପୌରାଞ୍ଚଳ ରେ ଦଳୀୟ ଭୋଟ ହାର ବୃଦ୍ଧି ନେଇ ଖୋଦ୍ ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ ନିର୍ବାଚନ ପ୍ରଚାରର ମଙ୍ଗ ଧରିବା ପାଇଁ ସମସ୍ତେ ମତ ପୋଷଣ କରିଥିଲେ ।

ତେବେ ଏହାକୁ ହୃଦୟଙ୍ଗମ କରି ଦଳର ଉଚ୍ଚ ନେତୃତ୍ୱ ନେତା ଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହିତ ଦଳୀୟ ଶୃଙ୍ଖଳା ରକ୍ଷା କରିବା ପାଇଁ ପଦକ୍ଷେପ ଗ୍ରହଣ କରି ପାରାଦୀପ ପୌରାଞ୍ଚଳ ରେ ବିଜେଡି ନେତା ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଙ୍କୁ ନିର୍ବାଚନ ପ୍ରଚାର ଓ ପ୍ରସାର ଦାୟିତ୍ୱ ଦେଇଥିବା ଜଣାପଡିଛି l ଯାହାକୁ ନେଇ ରବିବାର ସନ୍ଧ୍ୟାରେ ସ୍ଥାନୀୟ ବିଜୁ ମେମୋରିଆଲ ଟ୍ରଷ୍ଟ ପରିସରରେ ବିଜେଡି ସଭାପତି ବସନ୍ତ ବିଶ୍ୱାଳ ଙ୍କ ସଭାପତିତ୍ୱ ରେ ଦଳର ପ୍ରଥମ ମିଳିତ କର୍ମୀ ସମ୍ମିଳନୀ ଓ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏଥିରେ ବିଜେଡି ବିଧାୟିକା ପ୍ରାର୍ଥୀ ଗୀତାଞ୍ଜଳି ରାଉତରାୟ ଉପସ୍ଥିତ ରହି ନିର୍ବାଚନରେ ସହଯୋଗ ପାଇଁ ସମସ୍ତ କର୍ମୀ ଙ୍କୁ ଆହ୍ୱାନ ଦେଇଥିଲେ । ତେବେ ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟକ ଦଳୀୟ କର୍ମୀ ଓ ପାରିଷଦ ମାନେ ଉପସ୍ଥିତ ଥିଲେ l