ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୩୩ ତମ ସମାବର୍ତ୍ତନ ଉତ୍ସବ
ସୋମବାର ଦିନ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୩୩ ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି

ସୋମବାର ଦିନ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୩୩ ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ୩୫ ଜଣ ଛାତ୍ର ଛାତ୍ରୀଙ୍କୁ ସ୍ଵର୍ଣ୍ଣ ପଦକ ପ୍ରଦାନ କରାଯାଇଛି । ସେହିଭଳି ୨ ଜଣଙ୍କୁ ଡିଲିଟ ଉପାଧି ଓ ୭୮ ଜଣଙ୍କୁ ଡକ୍ଟରେଟ ଡିଗ୍ରୀ ତଥା ପିଏଚଡି ଡିଗ୍ରୀ ପ୍ରଦାନ କରଯାଇଛି। ଏହି ସମାବର୍ତ୍ତନ ଉତ୍ସବ ପାଳନ ଅବସରରେ ବିଶ୍ଵବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ରଘୁବର ଦାସ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ।
ଏହି ସମାବର୍ତ୍ତନ ଉତ୍ସବରେ କୁଳାଧିପତିଙ୍କ ସମେତ, ସମ୍ମାନିତ ଅତିଥି ଭାବେ ଆଇଏମ୍ଏମ୍ଟିର ନିର୍ଦ୍ଦେଶକ ଡ଼ଃ ରାମାନୁଜ ନାରାୟଣ, ମୁଖ୍ୟ ବକ୍ତା ଭାବେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୂଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ। ଏହା ବ୍ୟତିତ ସମ୍ବଲପୁର ବିଶ୍ବବିଦ୍ୟାଳର କୂଳପତି ପ୍ରଫେସର ବିଧୁ ଭୂଷଣ ମିଶ୍ର, ରେଜିଷ୍ଟ୍ରାର ନୃପରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ।
୩୩ ତମ ସମାବର୍ତ୍ତନ ଉତ୍ସବରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ସ୍ନାତ୍ତକୋତ୍ତର ଆଇନ୍ ବିଭାଗରେ ୨୦୨୩ ଶିକ୍ଷା ବର୍ଷରେ ସର୍ବୋଚ୍ଚ ନମ୍ବର ରଖିଥିବା ଦେବଦତ୍ତ କାନୁନଗୋଙ୍କୁ ‘ସ୍ବର୍ଣ୍ଣ ପଦକ’ ପ୍ରଦାନ କରାଯାଇଛି।