ସାଂସଦରେ ଉଠାଇବି ସମ୍ବଲପୁର ପ୍ରସଙ୍ଗ: ପୂଜାରୀ

ସାଂସଦ ସୁରେଶ ପୂଜାରୀଙ୍କ ଘର ବାହାରେ ପୋଲିସ ପଇଁତରା ।

ସାଂସଦରେ ଉଠାଇବି ସମ୍ବଲପୁର ପ୍ରସଙ୍ଗ: ପୂଜାରୀ

ସାଂସଦ ସୁରେଶ ପୂଜାରୀଙ୍କ ଘର ବାହାରେ ପୋଲିସ ପଇଁତରା । ସମ୍ବଲପୁର ସାକ୍ଷୀପଡା ସ୍ଥିତ ବାସଭବନ ବାହାରେ ପୋଲିସର ପଇଁତରା କରାଯାଉଥିବା ସୂଚନା । ସମ୍ବଲପୁର-ଝାରସୁଗୁଡା ସୀମାନ୍ତ ଠେଲକୋଲି ଅଭିମୁଖେ ବାହାରିଲେ ସାଂସଦ । ବିଧାୟକ ନାଉରୀ ନାଏକଙ୍କ ସହ ବାହାରିଲେ ସାଂସଦ ପୂଜାରୀ ।

ବାସଭବନରୁ ବାହାରିବା ପରେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ । କାଲି ପ୍ରଶାସନ ଦେଖା କରିବାକୁ ଅନୁମତି ଦେଇଥିଲା କିନ୍ତୁ ଆଜି ନା କରୁଛି । ମଝିରେ କିଏ ନିର୍ଦ୍ଦେଶ ଦେଲା ବୋଲି ପ୍ରଶ୍ନ ପଚାରିଲେ । ସମ୍ବଲପୁର ହିଂସା ପ୍ରସଙ୍ଗ ସଂସଦରେ ଉଠାଇବେ ପ୍ରଶ୍ନ ବୋଲି କହିଛନ୍ତି ସୁରେଶ ପୂଜାରୀ ।