ବଜେଟ୍‌କୁ ନେଇ ନାବୀନ କଲେ ଟାର୍ଗେଟ୍‌

ରାଜନୀତିରେ ରାଜ୍ୟ ବଜେଟ। ଆଉ ଆଟାକିଂ ମୁଡରେ ନବୀନ ।

ବଜେଟ୍‌କୁ ନେଇ ନାବୀନ କଲେ ଟାର୍ଗେଟ୍‌

ରାଜନୀତିରେ ରାଜ୍ୟ ବଜେଟ। ଆଉ ଆଟାକିଂ ମୁଡରେ ନବୀନ । ବଜେଟକୁ ଶାସକ ଦଳ ଗେମ୍‌ ଚେଞ୍ଜର କହୁଥିବା ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଏହା କେବଳ ନେମ୍ ଚେଞ୍ଜର। ଆଉ ଇସାରା କରିଛନ୍ତି ଯେ ତାଙ୍କ ଅମଳରେ ହୋଇଥିବା ଯୋଜନାକୁ ରିପିଟ୍‌ କରିଛନ୍ତି ମୋହନ ମାଝୀ । ସେପଟେ ମୁଖ୍ୟମନ୍ତ୍ରୀ କହିଥିଲେ ବଜେଟ୍‌ ଓଡ଼ିଶାକୁ ଆଗକୁ ନେବ ଏବଂ ସେମାନେ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ପୂରଣ କରିବେ।

ବଜେଟ୍‌କୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଏକ ପ୍ରକାର ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି । ଗୋଟିଏ ପଟେ ୨୫ ବର୍ଷର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟପଟେ ତୃଣମୂଳସ୍ତରରୁ ଏପରିକି ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ହୋଇଥିବା ମୋହନ ମାଝୀ । ସରକାରଙ୍କୁ ଟାର୍ଗେଟ୍‌ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, ଗତ ୨୫ ତାରିଖରେ ସରକାର ଉପସ୍ଥାପନ କରିଥିବା ବଜେଟ, ଗେମ୍‌ ଚେଞ୍ଜର ନୁହେଁ, ଏକ ନେମ୍‌ ଚେଞ୍ଜର ବଜେଟ୍‌ । ବଜେଟ୍‌ ଆଗତ ଦିନ ନବୀନ କହିଥିଲେ, ତାଙ୍କ ସମୟରେ ଥିବା ୪୦ଟି ଯୋଜନାର ନାଁକୁ ବଦଳାଇ ବଜେଟ୍‌ ପେଶ୍ କରାଯାଇଛି । ନବୀନ ଏକଥା କହି, ଇସାରା କରୁଛନ୍ତି ଯେ, ତାଙ୍କ ଅମଳରେ କରାଯାଇଥିବା ଯୋଜନା ସବୁକୁ ରିପିଟ୍‌ କରିଛନ୍ତି ମୋହନ ମାଝୀ, କେବଳ ନାଁ ବଦଳାଇ ଦେଇଛନ୍ତି ।

ଓଡ଼ିଶାରେ ବିଜେପି ସରକାରର ପ୍ରଥମ ବଜେଟ୍‌ ଉପସ୍ଥାପନ କରି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ନୂଆ ବିକଶିତ ଓଡ଼ିଶା ଗଠନ ପାଇଁ ଏହି ବଜେଟ୍‌ରେ ମୂଳଦୁଆ ପକାଯାଇଛି । ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ସରକାର ସୁଭଦ୍ରା ଯୋଜନା ଓ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାଗୁଡ଼ିକୁ ମଧ୍ୟ ରାଜ୍ୟରେ ଲାଗୁ କରିଛନ୍ତି ।

ସ୍ବାସ୍ଥ୍ୟ ବୀମା ସଂପର୍କିତ ଆୟୁଷ୍ମାନ ଯୋଜନା ମଧ୍ୟ ଲାଗୁ କରିଛନ୍ତି ଏବଂ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସମସ୍ତ ହିତାଧିକାରୀଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାମିଲ କରାଯାଇଛି । ବଜେଟ୍‌ ଆଗତ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ, ଏହି ବଜେଟ୍‌ ଓଡ଼ିଶାକୁ ଆଗକୁ ନେବ ଏବଂ ସେମାନେ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ପୂରଣ କରିବେ ।

୨୦୨୩-୨୪ ବିଜେଡି ସରକାରର ବଜେଟ୍‌ ଠାରୁ ମୋହନ ସରକାରଙ୍କ ବଜେଟ୍ ୧୫ ପ୍ରତିଶତ ଅଧିକ ରହିଛି । ଏହି ବଜେଟ୍‌ର ଆକାର ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି ।