୩ଟି ଆବାସ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଆଜି ଭୁବନେଶ୍ୱରରେ ସହାରାଞ୍ଚଳ ଆବାସ ଯୋଜନାରେ ବସ୍ତିବାସିନ୍ଦାଙ୍କ ପାଇଁ ନିର୍ମିତ ଘର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୩ଟି ଆବାସ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସହରି ଗରିବଙ୍କୁ ମିଳିଲା ଘର । ଆଜି ଭୁବନେଶ୍ୱରରେ ସହାରାଞ୍ଚଳ ଆବାସ ଯୋଜନାରେ ବସ୍ତିବାସିନ୍ଦାଙ୍କ ପାଇଁ ନିର୍ମିତ ଘର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବସ୍ତିବାସିନ୍ଦାଙ୍କ ପାଇଁ ୩ଟି ଆବାସ ପ୍ରକଳ୍ପର ଉଦଘାଟନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ହାତରୁ ଚାବି ଗ୍ରହଣ କଲେ ହିତାଧିକାରୀ । ଚନ୍ଦ୍ରଶେଖରପୁର, ଶାନ୍ତିନଗର, ଏବଂ ସୁବୁଦ୍ଧିପୁରରେ ଏହି ୩ଟି ପ୍ରକଳ୍ପ ଉଦଘାଟିତ ହୋଇଛି ।

ସରକାରୀ ଏବଂ ଘରୋଇ ଭାଗିଦାରିତାରେ ଏହି ତିନୋଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଚନ୍ଦ୍ରଶେଖରପୁର ବୁଦ୍ଧବିହାର ଆବାସ ଯୋଜନାରେ ୫ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ମୋଟ୍ ୨୬୦୦ ବସ୍ତିବାସିନ୍ଦାଙ୍କୁ ଘର ଯୋଗାଇ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ୮୨୦ଟି ଘରର ସମ୍ପୁର୍ଣ୍ଣ କରି ଏହାକୁ ବିଡିଏକୁ ହସ୍ତାନ୍ତର କରାଯାଇ ସରିଛି । ବିଡିଏକୁ ହସ୍ତାନ୍ତର ହୋଇଥିବା ପ୍ଲାଟ୍ ମଧ୍ୟରୁ ୩୦୩ ଜଣ ହିତାଧିକାରୀଙ୍କୁ ହସ୍ତାନ୍ତର କରାଯିବ ।

ସୂଚନାଥାଉ ଯେ, ବିଭିନ୍ନ ବସ୍ତୁରୁ ଉଚ୍ଛେଗ ହୋଇ ଟ୍ରାନଜିଟ୍ ହାଉସରେ ରହୁଥିବା ବସ୍ତିବାସିନ୍ଦାଙଅକ ସହ ନାରାୟଣୀ ବସ୍ତି, ତେଲୁଗୁ ବସ୍ତି, ଶ୍ରୀକୃଷ୍ଣ ନଗର ବସ୍ତ, ସରସ୍ୱତୀ ବସ୍ତି ଭେଙ୍କଟେଶ୍ୱର ବସ୍ତ, ସାଲିଆସାହିର ଶକ୍ତି ବିହାରର ବସ୍ତିବାସିନ୍ଦାଙ୍କୁ ଏଠାରେ ଘର ପ୍ରଦାନ କରାଯିବ । ରାଜଧାମୀ ଭୁବନେଶ୍ୱରରେ ସହରାଞ୍ଚ ଗରିବଙ୍କ ପାଇଁ ବିଭିନ୍ନ ପର୍ଯ୍ୟାୟରେ ୭ ହଜାରିୁ ଅଧି ବାସଗୃହ ନର୍ମାଣ କରାଯିବ ।