ପୁଣି ଏକ ଜାହାଜକୁ ଗିରଫ ନିର୍ଦ୍ଦେଶ
ବାଂଲାଦେଶରୁ ପାରାଦୀପ ବନ୍ଦର କୁ ଆସିଥିବା ଏମଭି ୱାଡି ଆଲବୋସ୍ତାନ ନାମକ ଜାହାଜକୁ ଆରେଷ୍ଟ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦେଶ ।

ପାରାଦୀପରେ ଆଉ ଏକ ଜାହାଜକୁ ଆରେଷ୍ଟ କରିବା ପାଇଁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ କୁଜଙ୍ଗ ସବ୍ ଜଜ୍ ଙ୍କୁ ମାର୍ଶାଲ ରୂପେ ନିଯୁକ୍ତ କରାଯାଇଛି । ପରବର୍ତ୍ତୀ ହାଇକୋର୍ଟଙ୍କ ଆଦେଶ ନ ମିଳିବା ପର୍ଯ୍ୟନ୍ତ ଜାହାଜ ପାରାଦୀପ ଛାଡି କୁଆଡେ ଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶନାମା ରେ ସ୍ପଷ୍ଟ ଭାବେ ଲେଖା ରହିଛି । ଏମଭି ୱାଡି ଆଲବୋସ୍ତାନ ନାମକ ଇଜିପ୍ଟ ଫ୍ଲାଗସିପର ଏହି ଜାହାଜ ଗତ ୬ ତାରିଖରେ ପାରାଦୀପରେ ପହଞ୍ଚିଥିଲା । ବାଂଲାଦେଶରୁ ଆସିଥିବା ଏହି ଜାହାଜ ପାରାଦୀପରୁ ୫୫ ହଜାର ମେଟ୍ରିକ୍ ଟନ୍ ଲୁହାପଥର ନେଇ ଚୀନ ଯାଇଥାନ୍ତା । ମାତ୍ର ଜର୍ମାନୀର ଏକ କମ୍ପାନୀ ଜାହାଜ ମାଲିକଙ୍କ ଠାରୁ 477,326.86 ଡଲାର ପାଇବାକୁ ଅଛି ଯାହାକି ଭାରତୀୟ ମୁଦ୍ରାରେ INR Rs, 3,96,18,129.40 / - ( ତିନି କୋଟି ଛାୟାଲବେ ଲକ୍ଷ ଅଠର ହଜାର ଏକ ଶହ ଅଣତିରିଶ ଟଙ୍କା ଚାଳିଶ ପଇସା ) ବୋଲି ଜଣାପଡିଛି । ତେବେ ଏହି ପ୍ରାପ୍ୟ ପ୍ରାୟ "98.599 9 MTS ନିମ୍ନ ସଲଫର ସାମୁଦ୍ରିକ ଗ୍ୟାସ୍ ତେଲ ସପ୍ଲାଇ ହୋଇଥିବା ଜଣାପଡିଛି । ଯାହାକୁ ନେଇ ଆବେଦନକାରୀ ମାନ୍ୟବର ହାଇକୋର୍ଟ ଙ୍କ ଦ୍ଵାରସ୍ଥ ହୋଇ ଥିଲେ , ଯେଉଁଥିରେ ମାନ୍ୟବର ହାଇକୋର୍ଟ ବିଚାରକୁ ନେଇ ଏହି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଖବର ପାରାଦୀପ ବନ୍ଦର ଅଧ୍ୟକ୍ଷ ଏବଂ ଜଗତସିଂହପୁର ଏସ୍.ପି ଙ୍କୁ ଲିଖିତ ଆକାରରେ ଜଣାଇ ଦିଆଯାଇଛି । ତେବେ ଏନେଇ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଜାହାଜ କୁ ପୋର୍ଟ ଆଙ୍କରେଜ ଏରିଆ ରେ ଅଟକ ରଖିଛି ।