ସ୍କୁଲରେ ପଶିଲା ଦନ୍ତା

ବାରିପଦା ସହରର ଏମକେସି ହାଇସ୍କୁଲ ସମେତ ବିଭିନ୍ନ ଅଞ୍ଚଳରେ ବୁଲୁଛି ହାତୀ

ସ୍କୁଲରେ ପଶିଲା ଦନ୍ତା

ବାରିପଦା ସହରର ଏମକେସି ହାଇସ୍କୁଲ ସମେତ ବିଭିନ୍ନ ଅଞ୍ଚଳରେ ବୁଲୁଛି ହାତୀ  । ପୋଲିସ ଓ ବନ ବିଭାଗ ପକ୍ଷରୁ ହାତୀକୁ ଘଉଡାଇବାକୁ ଉଦ୍ୟମ ଜାରି ରହିଛି । ସହର ମଝିରେ ଥିବା ଏମ.କେ.ସି ହାଇସ୍କୁଲ ପରିସର ରେ ପଶିଛି ହାତୀଟି । ଭୋରରୁ ସ୍କୁଲର ମୂଖ୍ୟ ଫାଟକକୁ ଲାଗି ରହିଥିବା ଛୋଟ ଫାଟକକୁ ଭାଙ୍ଗି ଭିତରକୁ ଯାଇଛି ହାତୀ ।

ବନ ବିଭାଗର ଏକ ଟିମ ହାତୀଟିକୁ ସେଠାରୁ କାଢି ପୁଣି ଜଙ୍ଗଲ ରେ ଛାଡିବାର ପ୍ରୟାସ ଜାରି ରଖିଛି । ତେବେ ପ୍ରାୟ ୮/୯ ଏକରର ସ୍କୁଲ ପରିସର ଭିତରେ ଅନେକ ଜଙ୍ଗଲିଆ ସ୍ଥାନ ଥିବାରୁ ହାତୀଟିକୁ କାବୁ କରିବା ସମ୍ଭବ ହୋଇ ନାହିଁ ।

ସ୍କୁଲର ବାହାରେ ଅନେକ ଲୋକ ଙ୍କ ଭିଡ ଥିବାରୁ ହାତୀଟିକୁ ସିଧା ସଳଖ ଘୋଉଡାଇବା ମଧ୍ୟ ବିପଜ୍ଜନକ ହେଉଛି । ତେବେ ନିଶ୍ଚେତକ ଦେଇ ହାତୀକୁ ଅଚେତ କରି ଉଦ୍ଧାର କରାଯିବାର ପ୍ରୟାସ ମଧ୍ୟ କରୁଛି ବନ ବିଭାଗ। ପୋଲିସ ଓ ବନ ବିଭାଗର ଅଧିକାରୀ ମାନେ ହାତୀ ଉପରେ ନଜର ରଖିଛନ୍ତି।