ଏଏସଓ ନିଯୁକ୍ତି ପ୍ରସଙ୍ଗରେ ବିଧାନସଭାରେ ହଙ୍ଗାମା ; ହଟ୍ଟଗୋଳ ଯୋଗୁଁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ
୨୦ଲକ୍ଷ ୩୦ଲକ୍ଷ ଦେଲେ ଚାକିରୀ ମିଳୁଛି ।

ଏଏସଓ ନିଯୁକ୍ତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି ଗୃହରେ ହଙ୍ଗାମା । ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ପୁଣି ବିଜେଡି ବିଧାୟକଙ୍କ ହଟାଗୋଳ । ହଙ୍ଗାମା ଯୋଗୁଁ ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତାବି । ଶୂନ୍ୟକାଳରେ ମୁଖ୍ୟମନ୍ତ୍ରୀଙ୍କ ଏଏସଓ ଚାକିରୀ ବିକ୍ରି ବିବୃତି କଥା ଉଠାଇ ରୁଲିଂ ଦାବୀ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।
କହିଲେ, ମୁଖ୍ୟମନ୍ତ୍ରୀ ବିଲ ଆଲୋଚନା ବେଳେ ଉତ୍ତରରେ କହିଲେ, ଚାକିରୀ ହାଟ ବଜାରରେ ମିଳୁଥିଲା। ୨୦ଲକ୍ଷ ୩୦ଲକ୍ଷ ଦେଲେ ଚାକିରୀ ମିଳୁଛି । ପରିଶ୍ରମ କରି ଚାକିରି ପାଇଥିବା ଯୋଗ୍ୟ ପିଲାଙ୍କ ପ୍ରତି ଏହା ଘୋର ଅପମାନ । ଯେଉଁମାନେ ପ୍ରସ୍ତୁତି କରୁଛନ୍ତି ତାଙ୍କ ମନୋବଳ ଭାଙ୍ଗୁଛି । ଯଦି ପ୍ରମାଣ ଅଛି ୬ ମାସ ହେଲା ବସିଛନ୍ତି କାହିଁକି । ତାଙ୍କ ପାଖରେ ସିବିଆଇ ଇଡି ଅଛି । ତଦନ୍ତ ନକରି ଚୁପ କାହିଁ ବସିଛନ୍ତି । ମୁଖ୍ୟମନ୍ତ୍ରୀ ଶସ୍ଥା ବିବୃତି ରଖନ୍ତୁନି । ତେଣୁ ମୁଖ୍ୟମନ୍ତ୍ରୀ ରଖିଥିବା ବିବୃତିକୁ ବାଦ ଦିଆଯାଉ । ମୁଖ୍ୟମନ୍ତ୍ରୀ ବିବୃତି ରଖନ୍ତୁ କେଉଁ ସଂସ୍ଥା ଲଗେଇକି ସେ ତଦନ୍ତ କରି ଏହି ତଥ୍ୟ ପାଇଲେ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି ।
ସେହିପରି ଶୂନ୍ୟକାଳରେ ପ୍ରମିଳା ଉଠାଇବାକୁ ପ୍ରସଙ୍ଗକୁ କାଉଣ୍ଟର କଲେ ବିଜେପି ବିଧାୟକ ସନ୍ତୋଷ ଖଟୁଆ । କହିଲେ ସ୍ୱଛତା ପାଇଁ ଆଇନ ଆଣିବାକୁ ବିରୋଧ କରିବା ଘୁଣ୍ୟ ଏବଂ ନିନ୍ଦନୀୟ । ପୂର୍ବ ସରକାରରେ ବଣିକ ଏବଂ ବଣିକ ମାନେ ସରକାରଙ୍କ ବଡିଗାର୍ଡ ହୋଇ ଚାକିରୀ ବିକୁଥିଲେ । ଏବେ କହିଲା ବେଳକୁ ବାଧୁଛି । କୋଚିଂ ସେଣ୍ଟର ଖୋଲି ଚାକିରୀ ବିକି ଆପଣ ମାନଙ୍କୁ ପୋଷୁଥିଲେ । ଯଦି ୨୫ଲକ୍ଷ ନୁହେଁ ଅଧିକ ନେଉଥିଲେ ତାହେଲେ ଆମର ଭୁଲ ହୋଇଛି । ବୋଧେ ୩୦ କି ୪୦ଲକ୍ଷ ନେଉଥିଲେ ।