୧୧୨ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଢେଙ୍କାନାଳର ଯୋରନ୍ଦା ସ୍ଥିତ ମହିମାଗାଦିର ଉନ୍ନତି ପାଇଁ ୧୧୨ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

୧୧୨ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଢେଙ୍କାନାଳର ଯୋରନ୍ଦା ସ୍ଥିତ ମହିମାଗାଦିର ଉନ୍ନତି ପାଇଁ ୧୧୨ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ଭବ୍ୟ ମନ୍ଦିର ସାଙ୍ଗକୁ ପୀଠର ବିଭିନ୍ନ ଉନ୍ନତିକରଣ ପାଇଁ ୧୧୨ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସ୍ୱତନ୍ତ୍ର ହେଲିକାପ୍ଟର ଯୋଗେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିମାଗାଦି ଯାଇ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ୫-ଞ ଓ ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ମଧ୍ୟ ଉପସ୍ଥିତ ଅଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ନିଷ୍କପଟତା, ସରଳତା ଓ ସ୍ବଚ୍ଛତା ପାଇଁ ଭାରତ ସମେତ ସାରା ବିଶ୍ୱରେ ମହିମା ଧର୍ମ ପ୍ରସିଦ୍ଧି ଲାଭ କରିଛି । ଏଥିପାଇଁ ଭାରତ ବର୍ଷର ଆଧ୍ୟାତ୍ମିକ ମାନଚିତ୍ରରେ ଢେଙ୍କାନାଳର ମହିମାଗାଦି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ମହିମାଗାଦିରେ ଭବ୍ୟ ମନ୍ଦିର ନିର୍ମାଣ ଓ ବିଭିନ୍ନ ମନ୍ଦିରର ଉନ୍ନତିକରଣ ପାଇଁ ୧୧୨ କୋଟି ଟଙ୍କା ପ୍ରକଳ୍ପ ସମେତ ଓ ରାଜ୍ୟର ମୋଟ୍ ୮୧ଟି ମହିମା ପୀଠ ପାଇଁ ଖର୍ଚ୍ଚ କରାଯିବ ୧୬୦ କୋଟି ଟଙ୍କା । ଆଗାମୀ ୩ ବର୍ଷ ମଧ୍ୟରେ ଏହିସବୁ ପ୍ରକଳ୍ପ ଶେଷ ହେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।