ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧାନଗର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି

ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧାନଗର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର 9 ଘଣ୍ଟା 30ମିନିଟ ସମୟରେ ଏମଏସଡ଼ି଼ଆନ୍ସ ଆସୋସିଏସନ ଅଫ ଓଡ଼ିଶା ଓ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ଭୁବନେଶ୍ୱରଙ୍କ ମିଳିତ ଆନୁକୁଲ୍ୟରେ ଏମଏସଡ଼ି଼ଆନ୍ସ ଆସୋସିଏସନ ଅଫ ଓଡ଼ିଶା ର ସଦସ୍ୟ ଯୁବ ସ୍ଵେଚ୍ଛାସେବୀ ତଥା ଯୁବକବି ତୋଫାନ୍ ଦେହୁରୀ ଓ ରୋଟାରୀ ଚକ୍ଷୁ ଚିକିତ୍ସାଳୟର କ୍ୟାମ୍ପ୍ କୋଡିନେଟର ଦୂର୍ଗା ପ୍ରସାଦଙ୍କ ନେତୃତ୍ୱରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ଚକ୍ଷୁ ଚିକିତ୍ସା ଶିବିରରେ ଡ଼ ବିଜୟ କୁମାର ସାହୁ ଓ ପୀତବାସ ନାଏକ ଉପସ୍ଥିତ ରହି ଆଖି ପରୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଧାନଗର ଗ୍ରାମପଞ୍ଚାୟତର ସରପଞ୍ଚ ଗଣେଶ କୁମାର ବେହେରା ଯୋଗ ଦେଇଥିବା ବେଳେ ସ୍ଵେଚ୍ଛାସେବୀ ଇଂ ବିକାଶ ମହାକୁଡ଼ ଉପସ୍ଥିତ ରହି ସହଯୋଗ କରିଥିଲେ ।

ଏମଏସଡ଼ି଼ଆନ୍ସ ଆସୋସିଏସନ ଅଫ ଓଡ଼ିଶାର ସଦସ୍ୟ ବବୁଲୁ ନାଏକ, ପ୍ରିତମ ସାହୁ,ଦିବ୍ୟ ପ୍ରଧାନ ଓ ସୁଶାନ୍ତ କୁମାର ମିଶ୍ର ଚକ୍ଷୁ ଚିକିତ୍ସା ଶିବିର ପରିଚାଳନା କରିବାରେ ସହଯୋଗ କରିଥିଲେ ।୫୫ ଜଣରୁ ଉର୍ଦ୍ଧ୍ବ ଲୋକ ଚକ୍ଷୁ ପରୀକ୍ଷା କରିଥିବା ବେଳେ ୧୯ ଜଣ ମୋତିଆ ବିନ୍ଦୁ ଓ ଅନ୍ୟ ଚକ୍ଷୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୭ ଜଣ‌ ଅପରେସନ ପାଇଁ ଭୁବନେଶ୍ବର ପଠାଯାଇଥିବା ସୂଚନା ମିଳିଛି ।