ଛାତ୍ରୀଙ୍କ ଗାଲକୁ ଚିମୁଟି ବନ୍ଧା ହେଲେ ରସିକିଆ କଲେଜ ଅଧ୍ୟକ୍ଷ
୨ ଛାତ୍ରୀଙ୍କ ଗାଲକୁ ଚିମୁଟି ବନ୍ଧା ହେଲେ ରସିକିଆ କଲେଜ ଅଧ୍ୟକ୍ଷ

୨ ଛାତ୍ରୀଙ୍କ ଗାଲକୁ ଚିମୁଟି ବନ୍ଧା ହେଲେ ରସିକିଆ କଲେଜ ଅଧ୍ୟକ୍ଷ ।ଏପରି ଲଜ୍ଜାଜନକ ଘଟଣା ନୟାଗଡ଼ ଜିଲ୍ଲା ଇଟାମାଟି ଥାନା କେନ୍ଦୁଢିପି ନବ ଚୌଧୁରୀ ମହାବିଦ୍ୟାଳୟରେ ଘଟିଛି। ଗୁରୁ ନାଁରେ କଳଙ୍କ ସାଜିଥିବା ଏହି ଶିକ୍ଷକଙ୍କ ନାଁ ପ୍ରଦୀପ୍ତ ହାତୀ ବୋଲି ଜଣାଯାଇଛି। ଯୁକ୍ତ ୨ ର ଦୁଇ ଜଣ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ପୁଲିସ୍ ତାଙ୍କୁ ବାନ୍ଧିଛି।
ଛାତ୍ରୀଦ୍ୱୟଙ୍କ ଅଭିଯୋଗ ଅନୁଯାୟୀ, ଆମେ ଏହି କଲେଜରେ ନାଁ ଲେଖାଇଥିବା ବେଳେ ଏଠାରେ ପାଠର ନାଁ ଗନ୍ଧ ନାହିଁ। କ୍ଲାସ ହେଉନି । ପ୍ରାକ୍ଟିକାଲ ହେଉନି। ଉପସ୍ଥାନ ବି ପଡ଼ୁନି। ଏହି ସମସ୍ୟା ସମ୍ପର୍କରେ ଜଣାଇବାକୁ ଆମେ କଲେଜ ଅଧ୍ୟକ୍ଷଙ୍କ ନିକଟକୁ ଯାଇଥିଲେ। ମାତ୍ର ସେ ଏକୁଟିଆ ଥିବା ବେଳେ ଆମ କଥା ଶୁଣି ହସିଥିଲେ। ଏପରିକି ମୋ’ କଥା ବୁଝିଲେ ମୁଁ ବି ତୁମ କଥା ବୁଝିବି ବୋଲି କହିବା ସହ ଗାଲକୁ ଚିମୁଟି ଦେଇଥିଲେ। ଏହା ଶୁଣି ଆମେ ଦୌଡ଼ି ପଳାଇଯିବାରୁ ସେ ବି ଆମକୁ ପିଛା କରି ଆସିଥିଲେ। ଏଥିସହ ଏହି କଥା ବାହାରେ ପ୍ରଘଟ କଲେ ପରୀକ୍ଷାରେ ଫେଲ୍ କରି ଦେବାର ଧମକ ଦେଇଥିଲେ।
ଏ ନେଇ ଦୁଇ ନାବାଳିକା କଲେଜ ଛାତ୍ରୀ ଇଟାମାଟି ଥାନାରେ ଲିଖିତ ଭାବେ ଅଭିଯୋଗ କରିବା ସହ ଜିଲ୍ଲା ଶିଶୁମଙ୍ଗଳ ଅଧିକାରୀଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କଲେଜ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ହାତୀ ଏବଂ ଦୁଇ ନାବାଳିକାଙ୍କ ଡାକ୍ତରୀ ମାଇନା ହୋଇଛି। କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଛି।