ପାରାଦ୍ୱୀପ ରେ ଆରମ୍ଭ ହେଲା ନୌକା ଚାଳନା ପ୍ରତିଯୋଗିତା

ଆରମ୍ଭ ହେଲା ନୌକା ଚାଳନା ପ୍ରତିଯୋଗିତା

ପାରାଦ୍ୱୀପ ରେ ଆରମ୍ଭ ହେଲା ନୌକା ଚାଳନା ପ୍ରତିଯୋଗିତା

ଆରମ୍ଭ ହେଲା ନୌକା ଚାଳନା ପ୍ରତିଯୋଗିତା, ଅଂଶଗ୍ରହଣ କଲେ ପାରାମ୍ପାରିକ କୈବର୍ତ୍ତ ସମ୍ପ୍ରଦାୟ ର ପ୍ରତିଯୋଗୀ, ଯିଏ ନିର୍ଭୁଲ୍ ଭାବରେ ନୌକା ପରିଚାଳନା କରି ସଠିକ୍ ସମୟରେ ଏବଂ ସଠିକ୍ ଯାଗାରେ ସମସ୍ତ ଙ୍କୁ ପଛରେ ପକାଇ ଆଗ ପହଞ୍ଚିବ ସେ ପାଇବ ପୁରସ୍କାର ଏବଂ ସହଯୋଗୀ ମାନଙ୍କ ସମେତ ସମସ୍ତେ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ମଞ୍ଚ ରେ ହେବେ ପୁରସ୍କୃତ , ସମ୍ବର୍ଦ୍ଧିତ ଓ ସମ୍ମାନିତ । ତେବେ ଏହା ଗତ କିଛିବର୍ଷ ହେବ ଅନିର୍ବାଜ୍ୟ କାରଣରୁ ବନ୍ଦ୍ ହୋଇ ଯାଇଥିଲା ତେବେ ଚଳିତ ବର୍ଷ କିନ୍ତୁ ପୁନର୍ବାର ଆରମ୍ଭ କରାଯାଇଛି । ଏହି ଅବସରରେ ପାରାଦୀପ ମାଛଧରା ବନ୍ଦର ରେ ଏକ ଉଦ୍ ଘାଟନୀ ସମାରୋହ ଆୟୋଜନ କରାଯାଇଥିଲା। ଏଥିରେ ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ, ପାରାଦୀପ ବନ୍ଦର ପ୍ରାଧିକରଣ ର ଉପାଧ୍ୟକ୍ଷ ନିର୍ଲଭ ଦାସଗୁପ୍ତା, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ, ଓମ୍ଫା ସଭାପତି ଶ୍ରୀକାନ୍ତ ପରିଡ଼ା, ମତ୍ସ୍ୟ ଅଧିକାରୀ ରେଶମା ରାଣୀ ସିଂ ପ୍ରମୁଖ ଯୋଗ ଦେଇଥିଲେ । ତେବେ ଏହି ନୌକା ଚାଳନା ପ୍ରତିଯୋଗିତା ନିମନ୍ତେ ବାଲିଯାତ୍ରା କମିଟି ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେଇଛି ବୋଲି ପାରାଦୀପ ପୌରାଦ୍ଧକ୍ଷ ବସନ୍ତ କୁମାର ବିଶ୍ବାଳ କହିଥିବା ବେଳେ ଏହି ପାରମ୍ପରିକ କୈବର୍ତ୍ତ ସମ୍ପ୍ରଦାୟ ର ମତ୍ସ୍ୟଜୀବୀ ମାନେ ହିଁ ପ୍ରକୃତରେ ଆମ ନୌବାଣିଜ୍ୟ ପରମ୍ପରାକୁ ଏହି ନୌକା ସାହାଯ୍ୟରେ ଉଜ୍ଜୀବିତ କରି ରଖିଛନ୍ତି ଯେଉଁଥି ପାଇଁ ତାଙ୍କୁ ଉତ୍ସାହିତ ଓ ପ୍ରୋତ୍ସାହିତ କରିବା ପାଇଁ ଏହି ନୌଚାଳନା ପ୍ରତିଯୋଗିତା କରାଯାଉଛି ବୋଲି ବନ୍ଦର ଉପାଧ୍ୟକ୍ଷ ନିର୍ଲଭ ଦାସଗୁପ୍ତା କହିଛନ୍ତି ।

ତେବେ ସ୍ଥାନୀୟ ପାରମ୍ପରିକ କୈବର୍ତ୍ତ ମତ୍ସ୍ୟଜୀବୀ ମାନେ ଏ ଅଞ୍ଚଳ ର ଗର୍ବ ଓ ଗୌରବ । ଯାହାକୁ ନେଇ ବିଭିନ୍ନ କୀମ୍ବଦନ୍ତି ଇତିହାସରେ ସ୍ମୃତି ହୋଇ ରହିଛି। ଯଦିଓ ଆଜିର ମୋଟର ଚାଳିତ ଡଙ୍ଗା ବା ଯନ୍ତ୍ର ଚାଳିତ ଭୁଟୁ ଭୁଟୁ ବହୁଳ ମାତ୍ରା ରେ ବ୍ୟବହୃତ ହେଉଥିଲେ ମଧ୍ୟ ଆଜିର ଦିନରେ ବି ହୁଲି ଡଙ୍ଗା ବା ଆହୁଲା ଡଙ୍ଗା ର ଯଥେଷ୍ଟ ଚାହିଦା ରହିଛି । ତେବେ ଅତିତର ସ୍ମୃତି ଚାରଣ କରିବା ସହିତ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ମଧ୍ୟରେ କିପରି ଏକ ଉନ୍ନତ ଭାଇଚାରା ସୃଷ୍ଟି ହେବ ସେହି ଲକ୍ଷ ରଖି ପାରାଦୀପ ରେ ଆୟୋଜିତ ହୋଇଛି ଏହି ନୌଚାଳନା ପ୍ରତିଯୋଗିତା ବୋଲି ଜଗତସିଂହପୁର ସାଂସଦ ଡ଼. ବିଭୁପ୍ରସାଦ ତରାଇ କହିଛନ୍ତି। ତେବେ ଦୀର୍ଘ ଦିନ ହେବ ବନ୍ଦ୍ ହୋଇ ଯାଇଥିବା ଏହି ନୌ ଚାଳନା ପ୍ରତିଯୋଗିତା ପୁଣି ଆରମ୍ଭ ହୋଇ ଥିବାରୁ ସ୍ଥାନୀୟ ପାରମ୍ପରିକ ମତ୍ସ୍ୟଜିବୀ ମାନେ ବେଶ୍ ଖୁସି ଅନୁଭବ କରିବା ସହ ଆୟୋଜକ ଙ୍କୁ ଧନ୍ୟବାଦ ଜଣାଇଛନ୍ତି। 

ତେବେ ଏହି ପାରମ୍ପରିକ ନୌ ଚାଳନା ପ୍ରତିଯୋଗିତା ପାରାଦୀପ ମାଛଧରା ବନ୍ଦର ରୁ ଆରମ୍ଭ ହୋଇ ବାଲିପ୍ଲଟ୍ ରେ ଶେଷ ହୋଇଥିଲା। ଏଥିରେ ମୋଟ୍ ୨୭ଟି ନୌକା ଭାଗ ନେଇଥିବା ବେଳେ ପ୍ରତି ଡଙ୍ଗାରେ ୩ଜଣ ଲେଖାଏଁ ଚାଳକ ରହି ମୋଟ୍ ୮୧ ଜଣ ଅଂଶଗ୍ରହଣ କରିଥିଲେ । ତେବେ ଏଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ବାଲିଯାତ୍ରା ମଞ୍ଚ ରେ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି ।

ପାରାଦୀପ ରୁ ଲାଲା ବିନୟ କୁମାର ରାୟ ଙ୍କ ରିପୋର୍ଟ ଓଏନ୍ଏମ୍ ନିୟୁଜ୍