ପାରାଦୀପ ରେ ଓଡ଼ିଆ ନାଟ୍ୟକାର ସମ୍ମେଳନ
ପାରାଦୀପ ରେ ଆୟୋଜିତ ଦୁଇଦିନିଆ ଓଡ଼ିଆ ନାଟ୍ୟକାର ସମ୍ମେଳନ ଉଦଯାପିତ

ପାରାଦୀପ ରେ ଆୟୋଜିତ ଦୁଇଦିନିଆ ଓଡ଼ିଆ ନାଟ୍ୟକାର ସମ୍ମେଳନ ଉଦଯାପିତ।
ଏହି ସମ୍ମେଳନ ରେ ଓଡିଶା ର ବିଭିନ୍ନ ପ୍ରାନ୍ତର ରୁ ଆସିଥିବା ୪୫ଜଣ ନାଟ୍ୟକାର ଦର୍ଶକଙ୍କ ରୁଚିର ନାଟକ କିମ୍ବା ନାଟ୍ୟକାର ଙ୍କ ରୁଚି ବା ଇଛା ର ନାଟକ' ପ୍ରସଙ୍ଗ ଉପରେ ନିଜନିଜର ମତପୋଷଣ କରିଥିଲେ। ପାରାଦୀପ ର ପୂରାତନ ସାଂସ୍କୃତିକ ଅନୁଷ୍ଠାନ "କ୍ୟାନମାସ୍" ନୂଆଦିଲ୍ଲୀ ର ସଂଗୀତ ନାଟକ ଏକାଡେମୀ ଓ ପାରାଦୀପ ପ୍ରାଧିକରଣ ମିଳିତ ଆନୁକୂଲ୍ୟରେ ଦୁଇଦିନିଆ ଷଷ୍ଠତମ ଓଡିଆ ନାଟ୍ୟକାର ସମ୍ମେଳନୀକୁ ବିଶିଷ୍ଟ ଔପନ୍ୟାସିକ ଡଃ .ରମେଶ ପ୍ରସାଦ ପାଣିଗ୍ରାହୀ ମୂଖ୍ୟ ଅତିଥି ଭାବେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ।
ପାରାଦୀପ ମଧୁବନ ସ୍ଥିତ ଅଫିସର୍ସ କ୍ଲବ ସମ୍ମିଳନୀ କକ୍ଷରେ କ୍ୟାନମାସ ର ସଭାପତି କ୍ୟାପଟେନ୍ ଅତୁଲ୍ୟ କୁମାର ମହାପାତ୍ର ଙ୍କ ପୌରହିତ୍ୟରେ ଆୟୋଜିତ ସମ୍ମେଳନ ରେ ପାରାଦୀପ ବନ୍ଦର ର ମୂଖ୍ୟ ପରାମର୍ଶ ଦାତା ଡି.ଏନ୍.ସୋଧି, ବିଶିଷ୍ଟ ନାଟ୍ୟକାର ଡ.ଶୈଳେଶ୍ବର ନନ୍ଦ,ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ କେଶବ ରଞ୍ଜନ ପ୍ରଧାନ ନାଟ୍ୟକାର ତଥା ଶିକ୍ଷାବିତ୍ ଡ.ମାୟା ଦାସ୍ ପ୍ରମୁଖ ସମ୍ମାନିତ ଅତିଥି ମାନେ ଯୋଗ ଦେଇ ଏହି ନାଟ୍ୟ ସମ୍ମେଳନ କୁ ପ୍ରଶଂସା କରିବା ସହିତ ଏହାକୁ ବହୁଳ ପ୍ରଚାର ପ୍ରସାର କଲେ ସମ୍ମେଳନ ରେ ଅନେକ ନାଟ୍ୟକାର ମାନେ ଯୋଗ ଦେବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ପାରାଦୀପ ଜୟଦେବ ସଦନ ପ୍ରେକ୍ଷାଳୟରେ 'ଶବ୍ଦରଙ୍ଗ ନାଟ୍ୟ ସଂସ୍ଥା' ଭୂବନେଶ୍ୱର ର କଳାକାର ମାନେ ମଞ୍ଚସ୍ଥ କରିଥିବା ସମୟପଯୋଗୀ ସାମାଜିକ ନାଟକ 'ଆମ ଘର ନକ୍ସା' ଦର୍ଶକ ମାନଙ୍କୁ ବିମୋହିତ କରିଥିଲା। ଟିଭି, ସିନେମା ଓ ଯାତ୍ରା ର କଳାକାର ମାନେ ଏଥିରେ ଅଭିନୟ କରିଥିବା ବେଳେ କିଶୋର ଖଣ୍ଡୁଆଳ ମୂଖ୍ୟ ଭୂମିକାରେ ଅଭିନୟ କରି ସମସ୍ତ ଦର୍ଶକ ଙ୍କ ମନ ଜିଣିଥିଲେ।
ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ୍.ହରାନାଦ୍ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିବା ବେଳେ ଓଡିଶା ସଂଗୀତ ନାଟକ ଏକାଡେମୀ ସଚିବ ପ୍ରମୋଦ କୁମାର ରଥ, ବିଶିଷ୍ଟ ନାଟ୍ୟକାର ଓ ଗାଳ୍ପିକ ଗୌରହରି ଦାସ୍ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ଓ କ୍ୟାନମାସ ର ମିଳିତ ସହଯୋଗ ରେ ନାଟ୍ୟ ସମ୍ମେଳନ ଅନୁଷ୍ଠିତ ହୋଇଥିବା ବେଳେ ଓଡ଼ିଶାର ବିଭିନ୍ନ ପ୍ରାନ୍ତର ରୁ ୪୫ଜଣ ନାଟ୍ୟକାର ଏହି ସମ୍ମେଳନ ରେ ଭାଗ ନେଇ ନିଜନିଜର ମତପୋଷଣ କରିଥିଲେ।
ପାରାଦୀପ ରୁ ଲାଲା ବିନୟ କୁମାର ରାୟ ଙ୍କ ରିପୋର୍ଟ ଓଏନ୍ଏମ୍ ନିୟୁଜ୍