ଇଫକୋ ଓ ପିପିଏଲ କୁ ଗ୍ରାସିଛି ଆଇଓସିଏଲ୍ ସଂକ୍ରମିତ ରୋଗ

ଆଇଓସିଏଲ୍ ରେ ସଂକ୍ରମିତ ରୋଗ " ପ୍ରୋଟେକ୍ସନ୍ " ଏବେ ପିପିଏଲ ଓ ଇଫକୋ ରେ ପୁରା ମାତ୍ରାରେ ଗ୍ରାସିଲାଣି

ଇଫକୋ ଓ ପିପିଏଲ କୁ ଗ୍ରାସିଛି ଆଇଓସିଏଲ୍ ସଂକ୍ରମିତ ରୋଗ

ପାରାଦୀପ :  ଆଇଓସିଏଲ୍ ରେ ସଂକ୍ରମିତ ରୋଗ " ପ୍ରୋଟେକ୍ସନ୍ " ଏବେ ପିପିଏଲ ଓ ଇଫକୋ ରେ ପୁରା ମାତ୍ରାରେ ଗ୍ରାସିଲାଣି । ଏକଥା ଆମେ କହୁନାହୁଁ , ଏକଥା କହିବାର ତାତ୍ପର୍ଯ୍ୟ ବୁଝିବା ଲୋକ ବୁଝି ଯିବେ, ନ ବୁଝିବା ଲୋକ ବୁଝିବାକୁ ଚେଷ୍ଟା କଲେ ଯାଇ ବୁଝି ପାରିବେ ।

କାହିଁକି ନା ପାରାଦୀପ ସ୍ଥିତ ଆଇଓସିଏଲ୍ ରିଫାଇନେରୀ ରେ ଚହଳ ସୃଷ୍ଟି କରିଥିବା ପ୍ରୋଟେକ୍ସନ୍ ବ୍ୟାଧି ଯେପରି ସ୍ଥାନୀୟ ଅଞ୍ଚଳରେ ଏକ ମହାମାରୀ ରୂପ ନେଇଥିଲା ତାହା ଏବେ ଧିରେ ଧିରେ ଇଫକୋ ଓ ପିପିଏଲ କୁ ଗ୍ରାସ କରି ପାରାଦୀପ ବନ୍ଦର ମୁହାଁ ହୋଇଛି । ସେଥିପାଇଁ ଟିକେ ରାଜନୈତିକ ସାନିଧ୍ୟ ପାଇବା ପାଇଁ ନେତାଏ ଡହଳ ବିକଳ ହୋଇ ଦଳ କୁ ଦଳ ଡେଉଁଛନ୍ତି । ଯେଉଁଠି ଯେ କୌଣସି କାର୍ଯ୍ୟ ସ୍ଥାନୀୟ ଅଞ୍ଚଳର ଏକାଧିକ ଲୋକେ କରୁଥିଲେ ତାକୁ ଏବେ ଏକକ ଛତ୍ର ବାଦ ହୋଇ ବିଭିନ୍ନ ପୁଞ୍ଜି ପତି ଙ୍କୁ ବିଭିନ୍ନ କୌଶଳ ଅବଲମ୍ବନ କରାଯାଇ ଟେକି ଦିଆଯାଉଛି। ଯେଉଁଥିରେ ପଇସାପତ୍ର କାରବାର କରାଯାଇ ସମ୍ପୁର୍ଣ୍ଣ ସହଯୋଗ କରୁଛନ୍ତି ଏହି ଶିଳ୍ପସଂସ୍ଥା ମାନେ । ଯାହାର କୌଣସି ସୁରାକ ଉଚ୍ଚପଦସ୍ଥ ଅଧିକାରୀ ମାନେ ପାଉ ନଥିବା ବେଳେ ତଳସ୍ତରରେ ଅଧିକାରୀ ମାନଙ୍କ ସହଯୋଗରେ ଏସବୁ କାର୍ଯ୍ୟ କରାଯାଉଛି। ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଇ ଏକ ବିଶାଳ ଗଣ ଆନ୍ଦୋଳନ ପାଇଁ ପୁଞ୍ଜିଭୂତ ଅସନ୍ତୋଷ ଦାନା ବାନ୍ଧୁଛି ବୋଲି ଜଣାପଡିଛି ।

ଯଦି ଗୋଟିଏ ଗୋଟିଏ କାର୍ଯ୍ୟ କୁ ଉଦାହରଣ ସ୍ୱରୂପ ନିଆଯାଏ ତାହା ହେଉଛି ପିପିଏଲ  ରୁ ଜିପ୍ ସମ୍ ପରିବହନ । ପିପିଏଲ୍ ରେ ଏହାକୁ କୋଷ୍ଟାଲ୍ କୁ ଟେକି ଦିଆଯାଇଛି । ଜିପ୍ ସମ୍ ସମ୍ବନ୍ଧୀୟ ଯାହା କାର୍ଯ୍ୟ କରିବ ତାହା କେବଳ କୋଷ୍ଟାଲ୍ କରିବ ।

ସେହିପରି ଇଫକୋ ରେ ମଧ୍ୟ ସେହିପରି ଅବସ୍ଥା । ଜିପ୍ ସମ୍ ଲୋଡିଂ ଓ ହେଭି ଇକ୍ୟୁପ୍ ମେଣ୍ଟ୍ ଯାହା ଲାଗିବ ତାହା କେବଳ ପାରାଦୀପ ପରିବହନ ହିଁ ଲଗାଇବ । ଆଉ କେହି ସେଥିରେ ପଶି ପାରିବେ ନାହିଁ । ଯଦି ଏଥିରେ କିଏ ପଶିବ ସିଏ ଯାଇ ଭାଇଙ୍କୁ ଦେଖା କର ବୋଲି ଶୁଣିବାକୁ ମିଳୁଛି । ଯଦି ଭାଇ ଯାହା ଚାହିଁବେ ତାହା ହିଁ ହେବ ଆମେ କିଛି କରି ପାରିବୁ ନାହିଁ , ଏକଥା କହି କମ୍ପାନୀ ର ପାରାଦୀପ ଅଧିକାରୀ ମାନେ ହାତ ଟେକି ଦେଉଛନ୍ତି। 

ତେବେ ଏପରି ପରିସ୍ଥିତି ସୃଷ୍ଟି ହେଉଛି କାହିଁକି ?

ଏହା କି ପ୍ରକାର ମାନସିକତା ?

ଏହାକୁ ପ୍ରୋତ୍ସାହନ ଦେଉଛି କିଏ ?

ଏଥିରେ କଣ ଜିଲ୍ଲା ପ୍ରଶାସନ କିଛି କରିପାରୁନାହିଁ ?

ଏମିତି କେତେ କଣ ପ୍ରଶ୍ନ ସାଧାରଣ ରେ ଉଠୁଥିବା ବେଳେ ସ୍ଥାନୀୟ ଅଞ୍ଚଳର କେତକ ସଂଗଠନ ଏନେଇ ଆପତ୍ତି ଉଠାଇଛନ୍ତି । କାହିଁକି ନା ଯେଉଁଠି ସ୍ଥାନୀୟ ଅଞ୍ଚଳରେ ଶିଳ୍ପ ଗଢ଼ି ଉଠୁଛି ସେଥିରେ ଅଗ୍ରାଧିକାର ଭିତ୍ତିରେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ପାଇବା ଦରକାର । ଯେଉଁଠି କି ଗୋଟିଏ ଲୋକାଲ୍ ଟ୍ରାନ୍ସପୋର୍ଟିଂ ହେଲେ ୫୦ଟି କି ୧୦୦ଟି ଗାଡ଼ିର ଆବଶ୍ୟକତା ପଡ଼ିବ ସେଠି ସ୍ଥାନୀୟ ଆସୋସିଏସନ୍ ଗାଡ଼ି ଲଗାଇଲେ ସେଥିରେ ସ୍ଥାନୀୟ ଗାଡ଼ି ମାଲିକ ସୁଯୋଗ ପାଇକି ସେମାନେ ରୋଜଗାର କ୍ଷମ ହୋଇ ୫୦/୧୦୦ ପରିବାର ଭରଣପୋଷଣ ହୋଇ ପାରିବେ କିନ୍ତୁ ତାହା ନକରି ଯଦି ଗୋଟିଏ କମ୍ପାନୀ କୁ ସେ ସୁଯୋଗ ଦିଆଯାଏ ସେ ରାତାରାତି ଗାଡ଼ି କିଣି ସ୍ଥାନୀୟ ଆସୋସିଏସନ୍ କୁ ବା ଗାଡ଼ି ମାଲିକ ମାନଙ୍କୁ ଅଣଦେଖା କରି ନିଜେ କିପରି ବଳଶାଳୀ ହେବ ସେନେଇ ଉଦ୍ୟମ କରୁଛି । ଯେଉଁଠି କି ପୁଞ୍ଜି ପତି ମାନେ କୋଟି କୋଟି ଟଙ୍କା ରୋଜଗାର କରୁଥିବା ବେଳେ ସେଠି ସ୍ଥାନୀୟ ଅଞ୍ଚଳ ବାସିନ୍ଦା ତାର ଜୀବନ ଜୀବିକା ହରାଉଛି ।

ଏନେଇ ପ୍ରଥମେ ପାରାଦୀପ ଫୋର୍ ଟୀ ୱ୍ଵନର୍ସ ଆସୋସିଏସନ୍ ଏକ ନିବେଦନ ପତ୍ର ମାଧ୍ୟମରେ ଇଫକୋ, ପିପିଏଲ, ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ କୁ ଅବଗତ କରାଇଛି । ଏହାପରେ ୩ଟି ଟ୍ରକ୍ ମାଲିକ ସଂଘର ମିଳିତ ସମନ୍ୱୟ ସମିତି ବା ଜେସିସି ମଧ୍ୟ ଲିଖିତ ଭାବେ ବାହାର ଗାଡ଼ି କୁ ଲୋଡିଂ ନ ଦେବା ପାଇଁ ଦାବୀ ଜଣାଇଛି । କିନ୍ତୁ ବର୍ତ୍ତମାନ ନିର୍ବାଚନ ସମୟ ହୋଇ ଥିବାରୁ ଟିକେ ସମୟ ସାପେକ୍ଷ ହୋଇ ପଡିଛି । କିନ୍ତୁ ଆଗାମୀ ଦିନରେ ଏହା ଏକ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ଯାହା ଉପରେ ଗୁରୁତର ସହ ବିଚାର ବିମର୍ଶ କରିବା ପାଇଁ ସମୟ ଆସିଛି । ତେବେ ଏହାକୁ ଯଦି ଏବେଠୁ ରୋକା ନ ଯାଏ ତାହେଲେ ଏହା ଆଗାମୀ ଦିନରେ ହେବାକୁ ଥିବା ମିତ୍ତଲ ଓ ଜେଏସଡବ୍ଲ୍ୟୁ କୁ ମାଡିବାର ମଧ୍ୟ ସମ୍ଭାବନା ରହିଛି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ଅତ୍ୟନ୍ତ ଗୁରୁତର ସହ ବିଚାର କରୁଥିବା ଜଣାପଡ଼ିଛି ।