ପ୍ରଗତିର ମୁଖଶାଳା ପାରାଦୀପ : ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦଘାଟନ କରି କହିଛନ୍ତି ପାରାଦୀପ ପ୍ରଗତିର ମୁଖଶାଳା

ପ୍ରଗତିର ମୁଖଶାଳା ପାରାଦୀପ : ମୁଖ୍ୟମନ୍ତ୍ରୀ

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଆଜି ଠାରୁ କଟକରେ ଐତିହାସିକ ବାଲିଯାତ୍ରା ଆରମ୍ଭ ହେବାକୁ ଯାଉଛି। ଆଜି ପାରାଦୀପ ବନ୍ଦରରେ ମଧ୍ୟ ବୋଇତ ବନ୍ଦାଣ ଉତ୍ସବ ଉଦଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦଘାଟନ କରି କହିଛନ୍ତି ପାରାଦୀପ ପ୍ରଗତିର ମୁଖଶାଳା। କଳିଙ୍ଗର ନୌବାଣିଜ୍ୟ ପରମ୍ପରା ବହୁ ପ୍ରାଚୀନ। ସାଧବ ପୁଅଙ୍କ ଦୁଃସାହସିକ ଜଳଯାତ୍ରା ଆଜି ବି ପ୍ରେରଣା ଦିଏ। ସେମାନଙ୍କ ଉଦ୍ୟମ ବଳରେ ଆମ କଳିଙ୍ଗ ବୈଭବଶାଳୀ ହୋଇଥିଲା। ଆଜି ଆମେ ସେହି ହଜାର ବର୍ଷର ଐତିହ୍ୟକୁ ମନେ ପକାଉଛୁ। ଅସ୍ତରଙ୍ଗ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ନୂଆ ବନ୍ଦର ପ୍ରତିଷ୍ଠା ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଆଗାମୀ ଦିନରେ ପାରାଦୀପରେ ୨ ଲକ୍ଷ କୋଟିର ପୁଞ୍ଜି ନିବେଶ ହେବ। ଏଥିସହ ତାଳଚେରକୁ ପାରାଦୀପ ସହ ଯୋଡିବାକୁ ୧୬ ହଜାର କୋଟି ବ୍ୟୟ ହେବ ବୋଲି କହିଛନ୍ତି।