ସମ୍ପର୍କ ଡୋରି ରେ ନିମନ୍ତ୍ରଣ: ପ୍ରତିଶ୍ରୁତି ରକ୍ଷା କଲେ ରାଷ୍ଟ୍ରପତି

ମହାମହିମ ରାଷ୍ଟ୍ରପତି ଙ୍କୁ ଭେଟିଲେ ମହାପୁରୁଷ ଅଚ୍ୟୁତାନନ୍ଦ ପୀଠର ମନ୍ଦିର ନିର୍ମାଣ କମିଟି ର ଉପସଭାପତି ଓ ଇଫକୋ ଲୋକ ସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା

ସମ୍ପର୍କ ଡୋରି ରେ ନିମନ୍ତ୍ରଣ: ପ୍ରତିଶ୍ରୁତି ରକ୍ଷା କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ - ନେମାଳ ପୀଠ ମାହାତ୍ମ୍ୟ ମାଧୁର୍ଯ୍ୟ ବିଷୟରେ କିଏ ବା ନ ଜାଣିଛି କିନ୍ତୁ ପୀଠକୁ ଆସି ମହାପୁରୁଷ ଙ୍କ ଦର୍ଶନ ଓ ତାଙ୍କ କୃପା ଲାଭ ହୁଏତ କେତେକ ଶ୍ରଦ୍ଧାଳୁ ଙ୍କୁ ପ୍ରାପ୍ତ ହେଇଥିବ। ତେବେ ଆଜିର କଳିଯୁଗର ମାଳିକା ବର୍ଣ୍ଣିତ ମହାପୁରୁଷ ଙ୍କୁ ସାରା ବିଶ୍ବରେ ପରିଚିତ କରାଇଛି। ତେବେ ଏହି ଏହି ମହାତ୍ମା ଙ୍କ ମହାନ୍ ପୀଠ କୁ କାହିଁ କେଉଁ ଆଡୁ ଭକ୍ତମାନଙ୍କ ସୁଅ ଛୁଟିଛି ଯାହାକୁ ନେଇ ରାଜ୍ୟ ସରକାର ତାଙ୍କ ଐତିହାସିକ ପୀଠ ଉନ୍ନତି କ୍ରମରେ ନେମାଳ ପୀଠ ର ପ୍ରଭୁ ଅଚ୍ୟୁତାନନ୍ଦ ମହାପୁରୁଷ ଙ୍କ ଆଶ୍ରମ କୁ ସରସ ସୁନ୍ଦର କରିବା ନିମନ୍ତେ ପର୍ଯ୍ୟାୟ କ୍ରମେ ଅଣ୍ଟା ଭିଡିଛନ୍ତି। ତେବେ ଏହାର ଐତିହାସିକ ପରମ୍ପରା କୁ ଇତିହାସ ରେ ସ୍ବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ କରିବା ପାଇଁ ଅଚ୍ୟୁତାନନ୍ଦ ପୀଠ ର ମନ୍ଦିର ନିର୍ମାଣ କମିଟି ପକ୍ଷରୁ ଆମର ମହାମହିମ ସରଳ ହୃଦୟ ରାଷ୍ଟ୍ରପତି ମହୋଦୟା ଦ୍ରୌପଦୀ ମୁର୍ମୁ ଙ୍କୁ ପୀଠ ପରିଦର୍ଶନ ପାଇଁ ନିମନ୍ତ୍ରଣ କରାଯାଇଛି। ଏହି ମହାନ୍ କାର୍ଯ୍ୟ କୁ ସାକାର କରି ସମସ୍ତଙ୍କୁ ସମ୍ପର୍କ ଡୋରି ରେ ବାନ୍ଧି ମହାମହିମ ଙ୍କୁ ଭେଟିଛନ୍ତି ମନ୍ଦିର ନିର୍ମାଣ କମିଟି ର ଉପସଭାପତି ତଥା ପାରାଦୀପ ଇଫକୋ ସାର କାରଖାନା ର ଲୋକ ସମ୍ପର୍କ ଅଧିକାରୀ ପ୍ରସନ୍ନ ବେଉରା ।  ତେବେ ମହାମହିମ ରାଷ୍ଟ୍ରପତି ଙ୍କୁ ପ୍ରଦାନ କରାଯାଇଥିବା ମହାପୁରୁଷଙ୍କ ଦିବ୍ୟ ଫଟୋଚିତ୍ର ରାଷ୍ଟ୍ରପତି ଙ୍କ ପ୍ରଦର୍ଶନୀ ପ୍ରକୋଷ୍ଠ ଗୃହ ରେ ସମଗ୍ର ବିଶ୍ୱବାସୀଙ୍କ ଦର୍ଶନ ନିମନ୍ତେ ରଖାଯାଇଛି ଯାହାକି ଏହା ଆମ ରାଜ୍ୟ ଓଡ଼ିଶା ପ୍ରତି ଗର୍ବ ଓ ଗୌରବ ଆଣି ଦେଇଛି।

ପାରାଦ୍ୱୀପ - ମହାମହିମ ରାଷ୍ଟ୍ରପତି ଙ୍କୁ ଭେଟିଲେ ମହାପୁରୁଷ ଅଚ୍ୟୁତାନନ୍ଦ, ନେମାଳ ପିଠ ମନ୍ଦିର ନିର୍ମାଣ କମିଟି ର ଉପସଭାପତି ତଥା ପାରାଦ୍ୱୀପ ଇଫକୋ ଲୋକସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା l ରାଷ୍ଟ୍ରପତି ଙ୍କୁ ଭେଟିବା ସହିତ ଦୀର୍ଘ 600 ବର୍ଷ ତଳେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଙ୍କ ରଚନା କରିଥିବା ଗ୍ରନ୍ଥ ମଧ୍ୟରୁ ଶୂନ୍ୟସଂହିତା, ହରିବଂଶ,ଖଣ୍ଡୁଆ ପାଟ,ଆଗତ ଭବିଷ୍ୟତ ମାଳିକା ସହିତ ମହାପୁରୁଷ ଙ୍କ ଏକ ଫଟୋଚିତ୍ର ପ୍ରଦାନ କରିଥିଲେ l ଶ୍ରୀଯୁକ୍ତ ବେଉରା ରାଷ୍ଟ୍ରପତି ଙ୍କୁ ଭେଟିବା ଅବସରରେ ହୋଇଥିବା ଆଲୋଚନା ବିଷୟରେ ଆମ ପ୍ରତିନିଧି ଙ୍କୁ ବିସ୍ତୃତ ଭାବରେ ବର୍ଣନା କରିଥିଲେ l ଶ୍ରୀଯୁକ୍ତ ବେଉରା ଏକାଧାରରେ ଏକ ବୃହତ କମ୍ପାନୀ ର ଲୋକସମ୍ପର୍କ ଅଧିକାରୀ ଭାବରେ କାର୍ଯ୍ୟ କରିବା ସହିତ ନିଜର ଅଦମ୍ୟ ଇଛାଶକ୍ତି ଓ ଦୃଢ ମନୋବଳ ରେ କାର୍ଯ୍ୟ କରିବା ନେଇ ଆଜି ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଛନ୍ତି l ଦୀର୍ଘ 600 ବର୍ଷର ପୁରାତନ ନେମାଳ ମଠର ପୁନଃରୁଦ୍ଧାର ଓ ଏହାକୁ ଏକବିଶ୍ୱ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଣତ କରିବାକୁ ଅଦମ୍ୟ ଚେଷ୍ଟା ଜାରିରଖିଛନ୍ତି ଶ୍ରୀଯୁକ୍ତ ପ୍ରସନ୍ନ କୁମାର ବେଉରା l ମହାମହିମ ରାଷ୍ଟ୍ରପତି ଙ୍କୁ ଭେଟିବା ଅବସରରେ ଶ୍ରୀଯୁକ୍ତ ବେଉରା ନେମାଳ ପୀଠକୁ ନିମନ୍ତ୍ରଣ କରିଛନ୍ତି ମହାମହିମ ରାଷ୍ଟ୍ରପତି ଙ୍କୁ l ଯାହାକୁ ସାଦରେ ଗ୍ରହଣ କରିବା ସହିତ ଆଗାମୀ ଦିନରେ ସମୟ ସୁବିଧା ଦେଖି ନିଶ୍ଚିତ ଭାବରେ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ପୀଠ ନେମାଳ ଗସ୍ତ କରିବା ନେଇ ଶ୍ରୀଯୁକ୍ତ ବେଉରାଙ୍କୁ ପ୍ରତିଶୃତି ଦେଇଛନ୍ତି ମହାମହିମ ରାଷ୍ଟ୍ରପତି l ଏହି ଅବସରରେ ମହାପୁରୁଷ ଅଚ୍ୟତାନନ୍ଦ ଙ୍କ ରଚିତ ମାଳିକା ବିଷୟରେ ଶ୍ରୀଯୁକ୍ତ ବେଉରା ଙ୍କୁ ପଚାରି ବୁଝିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ପୂର୍ବରୁ ଶ୍ରୀଯୁକ୍ତ ବେଉରା ଙ୍କ ନିମନ୍ତ୍ରଣ ରକ୍ଷ୍ୟ କ ରି 5T ଅଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତ୍ତିକ ପାଣ୍ଡିଆନ ମହୋଦୟ ନେମାଳ ପୀଠ ଗସ୍ତ କରିବା ସହିତ ପୀଠର ଉନ୍ନତି ନିମନ୍ତେ 23 କୋଟି 3 ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ କରିଛନ୍ତି l ଆଗାମୀ ଦିନରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବନେଇ ଶ୍ରୀଯୁକ୍ତ ବେଉରା ପ୍ରକାଶ କରିଛନ୍ତି l ନେମାଳ ପୀଠ ର ପୁନଃରୁଦ୍ଧାର ପାଇଁ ସର୍ବଦା ଚେଷ୍ଟିତ ଥିବା ପ୍ରସନ୍ନ କୁମାର ବେଉରା ଏକାଧାରରେ ଜଣେ ଆଧ୍ୟାତ୍ମିକବାଦୀ ଓ ପରୋପକାରୀ ମଣିଷ ଭାବରେ ଜଣାଶୁଣା l ବିଭିନ୍ନ ବନ୍ୟା ବାତ୍ୟା ପ୍ରଭୃତି ପ୍ରାକୃତିକ ବିପର୍ଯୟ ସମୟରେ ଶ୍ରୀଯୁକ୍ତ ବେଉରା ଙ୍କ କାର୍ଯ୍ୟକୁ ଅନେକ ପ୍ରଶଂସା କରିଛନ୍ତି l ଶ୍ରୀଯୁକ୍ତ ବେଉରା ଙ୍କର ଜୀବନର ଏକମାତ୍ର ଲକ୍ଷ ରହିଛି ଦୀର୍ଘ 600 ବର୍ଷର ନେମାଳ ପୀଠକୁ ସର୍ବବିଦିତ କରିବା ସହିତ ଆଗାମୀ ପିଢ଼ି କିପରି ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ବିଷୟରେ ସବିଶେଷ ତଥ୍ୟ ହାସଲ କରିପାରିବେ ଓ ବିଦେଶରେ ଏହାକୁ ପ୍ରଚାର ପ୍ରସାର କରିବେ ଏହାକୁ ସାକାର କରିବାକୁ ଚେଷ୍ଟା ଜାରି ରଖିଛନ୍ତି ନେମାଳ ପୀଠ ର ଉପସଭାପତି ତଥା ପାରାଦ୍ୱୀପ ଇଫକୋ ୟୁନିଟ ର ଲୋକସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା l