ପାରାଦୀପ ରେ ୨ଟି ମାଛଧରା ବୋଟ୍ ସମେତ ପ୍ରାୟ ୭୮ଜଣ ବାଂଲାଦେଶୀ ମତ୍ସଜୀବୀ ଅଟକ

ଭାରତୀୟ ଜଳ ସୀମା ମଧ୍ୟରେ ମାଛ ମାରୁଥିବା ଦୁଇଟି ବାଂଲାଦେଶୀ ବଡ଼ ଭେସେଲ୍ କୁ ଜବତ୍ କଲା ଭାରତୀୟ ତଟ୍ଟରକ୍ଷୀ ବାହିନୀ

ପାରାଦୀପ ରେ ୨ଟି ମାଛଧରା ବୋଟ୍ ସମେତ ପ୍ରାୟ ୭୮ଜଣ ବାଂଲାଦେଶୀ ମତ୍ସଜୀବୀ ଅଟକ

ପାରାଦୀପ ଉପକୂଳରୁ ଭାରତୀୟ ଜଳ ସୀମା ମଧ୍ୟରେ ମାଛ ଧରୁଥିବା ବେଳେ ଆଜି ଦୁଇଟି ବଡ଼ ବୋଟ୍ କୁ ଜବତ୍ କରିଛି ଭାରତୀୟ ତଟ୍ଟରକ୍ଷୀ ବାହିନୀ ।

ଏହି ବୋଟ୍ ଦୁଇଟି ବିନା ଅନୁମତିରେ ଭାରତୀୟ ଜଳ ସୀମା ରେ ପଶି ଅନ୍ୟାୟସରେ ମାଛ ମାରୁଥିଲେ । ଏହି ସମୟରେ ଭାରତ ଜଳ ସୀମାରେ ପଇଁତରା ମାରୁଥିବା କୋଷ୍ଟ୍ ଗାର୍ଡ ର ଜାହାଜ ଉକ୍ତ ବେଆଇନ୍ ବୋଟ୍ କୁ ଠାବ କରିଥିଲେ । ତେବେ ପାଖକୁ ଯାଇ ସେମାନଙ୍କ ପରିଚୟ ଯାଞ୍ଚ୍ କରିବାରୁ ସେମାନେ ବାଂଲାଦେଶୀ ବୋଲି ଜାଣିବାକୁ ପାଇଥିଲେ ।

ଏପରିକି ଏହି ଦୁଇ ଜାହାଜ ଭାରତୀୟ ଜାତୀୟ ପତାକା ନ ଲଗାଇ ବାଂଲାଦେଶ ପତାକା ଲଗାଇ ମାଛ ମାରୁଥିବା ର ଦେଖା ଯାଇଥିଲା। ସେଥିପାଇଁ ଏହାକୁ ବେଆଇନ୍ ଦର୍ଶାଇ ଉକ୍ତ ଦୁଇଟି ବୋଟ୍ କୁ ଜବତ୍ କରି ନିକଟସ୍ଥ ପାରାଦୀପ ବନ୍ଦର କୋଷ୍ଟ୍ ଗାର୍ଡ୍ ବର୍ଥ୍ କୁ ଆଣିଛି । ଗୋଟିଏ ବୋଟ୍ ର ନାମ ଏଫ୍ ଭି. ମେଘନା - 5 ହୋଇଥିବା ବେଳେ ଅନ୍ୟଟିର ନାମ ଏଫ୍ ଭି. ଲୈଲା - 2 ।  ତେବେ ଏହି ଦୁଇଟି ବୋଟ୍ ରେ ପ୍ରାୟ ୭୮ଜଣ ବାଂଲାଦେଶୀ ମତ୍ସଜୀବୀ ରହିଥିବା ସୁଚନା ମିଳିଛି । ଗୋଟିଏ ରେ 41 ଓ ଅନ୍ୟଟି ରେ 37 ଜଣ ଅଛନ୍ତି । 

ସେମାନଙ୍କ ବ୍ୟକ୍ତିଗତ ପରିଚୟ ଓ ସେମାନେ କେଉଁ କେଉଁ ଅଞ୍ଚଳରୁ ସବୁ ଆସିଛନ୍ତି ସେନେଇ ତନଖି ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏହି ବାଂଲାଦେଶୀ ଭେସେଲ୍ ରେ ଆଉ କଣ ସବୁ ରହିଛି ଏବଂ କିଛି ସନ୍ଦେହ ଜନକ ସାମଗ୍ରୀ ଅଛିକି ନାହିଁ ସେସବୁ ତନଖି ନେଇ କଷ୍ଟମ୍ ବିଭାଗର ସହାୟତା ନିଆ ଯାଇଛି। ଏଥିସହ ଇମିଗ୍ରେସନ ସହାୟତା ରେ ମଧ୍ୟ ସ୍ବତନ୍ତ୍ର ଭାବେ ତନଖି ପ୍ରକ୍ରିୟା ଆରମ୍ଭ ହୋଇଛି। ଏସବୁ ସରିବାପରେ ମେରାଇନ୍ ପୋଲିସ୍ କୁ ହସ୍ତାନ୍ତର କରାଯିବ ବୋଲିି ସୁଚନା ମିଳିଛି ।