ମଝି ସମୁଦ୍ରରେ ଫସିଲା ସରକାରୀ ରିସର୍ଚ୍ଚ ଭେସେଲ ‘ସମୁଦ୍ର କୌସ୍ତୁଭ’
ଏହି ଅଞ୍ଚଳ ଦୁର୍ଘଟଣାଗ୍ରସ୍ତ ଭେସେଲ୍ କୌଷ୍ତୁଭ ରେ ଅଛନ୍ତି ୨୫ ଜଣ କ୍ରିଉ ମେମ୍ବର, ତଟରକ୍ଷୀ ବାହିନୀ କୁ ଅବଗତ କରାଇବା ପରେ ଅଚଳ ଭେସେଲ୍କୁ କୋଷ୍ଟଗାର୍ଡ ଜାହାଜ ‘ଅମୋଘ’ ଟାଣି ଟାଣି କୂଳକୁ ଆଣୁଛି

ବାତ୍ୟା ‘ହାମୁନ’ ଯୋଗୁ ଅଶାନ୍ତ ସମୁଦ୍ରରେ ଅଚଳ ହେଲା ଜାହାଜ। ମଝି ସମୁଦ୍ରରେ ଫସିଲା ସରକାରୀ ରିସର୍ଚ୍ଚ ଭେସେଲ ‘ସମୁଦ୍ର କୌସ୍ତୁଭ’। ଦିଶାହୀନ ଅବସ୍ଥାରେ ମଝି ସମୁଦ୍ରରେ ଭାସୁଥିଲା ‘ସମୁଦ୍ର କୌସ୍ତୁଭ’। ଇଞ୍ଜିନ ଅଚଳ ହେବାରୁ ପାରାଦୀପ ଉପକୂଳରୁ ପ୍ରାୟ ୩୫ ନର୍ଟିକାଲ ମାଇଲ୍ ଦୁରରେ ଭାସୁଥିଲା ଭେସେଲ ‘ସମୁଦ୍ର କୌସ୍ତୁଭ’। ଘଟଣା ଜଣାପଡ଼ିବା ପରେ ଆରମ୍ଭ ହୋଇଛି ଉଦ୍ଧାର କାର୍ଯ୍ୟ। ଏନେଇ ପାରାଦୀପ ତଟରକ୍ଷୀ ବାହିନୀ କୁ ଅବଗତ କରାଇବା ପରେ ଅଚଳ ଭେସେଲ୍କୁ କୋଷ୍ଟଗାର୍ଡ ଜାହାଜ ‘ଅମୋଘ’ ଟାଣି ଟାଣି କୂଳକୁ ଆଣୁଛି। ଏହା ପାରାଦୀପ ପୋର୍ଟରେ ଆସନ୍ତାକାଲି ସନ୍ଧ୍ୟାରେ ପହଞ୍ଚିବା ନେଇ ସମ୍ଭାବନା ରହିଛି। ତେବେ ଏହି ଅଞ୍ଚଳ ଦୁର୍ଘଟଣାଗ୍ରସ୍ତ ଭେସେଲ୍ କୌଷ୍ତୁଭ ରେ ଅଛନ୍ତି ୨୫ ଜଣ କ୍ରିଉ ମେମ୍ବର।
ତେବେ ଏହା ଆଜି ସକାଳେ ଅତି ଭୀଷଣ ବାତ୍ୟାରେ ରୂପ ନେଇଥିବା ‘ହାମୁନ’ ସନ୍ଧ୍ୟା ସୁଦ୍ଧା ଦୁର୍ବଳ ହୋଇ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଏବେ ଆଗକୁ ବଢ଼ୁଛି ବାତ୍ୟା। ଯାହାକି ଏହା ବଙ୍ଗୋପସାଗରରେ ପୂର୍ବ-ଉତ୍ତରପୂର୍ବ ଦିଗରେ ଗତି କରୁଛି। ପାରାଦୀପ ଠାରୁ ପୂର୍ବ ଦିଗରେ ୩୩୦ କିମି ଦୂରରେ ଏହାର ଅବସ୍ଥିତି ରହିଛି। ଆସନ୍ତାକାଲି ଏହା ବାଂଲାଦେଶ ଉପକୂଳ ଅତିକ୍ରମ କରିବ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ କୁହାଯାଇଛି। ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ କେତେକ ଜିଲ୍ଲାରେ ସାମାନ୍ୟ ବର୍ଷା ହୋଇ ପାରେ। ତେବେ ରାଜ୍ୟ ବାକି ଜିଲ୍ଲାରେ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।