ସରପଞ୍ଚଙ୍କ ମହାନତା ରେ କମ୍ପାନୀ ର ସହାୟତା , ନିର୍ମିତ୍ତ ହେବ ବୃହତ୍ ଷ୍ଟାଡିୟମ

ପାରାଦୀପ ଉପକଣ୍ଠ ରେ ଅବସ୍ଥିତ ଜଗତସିଂହପୁର ଜିଲ୍ଲା ର ଏକ ବୃହତ୍ତ୍ ଗ୍ରାମ ପଞ୍ଚାୟତ ପାରାଦୀପ ଗଡ ପଞ୍ଚାୟତ ରେ ନିର୍ମିତ୍ତ ହେବ ବୃହତ୍ତ୍ ଷ୍ଟାଡିୟମ

ସରପଞ୍ଚଙ୍କ ମହାନତା ରେ କମ୍ପାନୀ ର ସହାୟତା ,  ନିର୍ମିତ୍ତ ହେବ ବୃହତ୍ ଷ୍ଟାଡିୟମ

ପାରାଦୀପ ଉପକଣ୍ଠ ରେ ଅବସ୍ଥିତ ଜଗତସିଂହପୁର ଜିଲ୍ଲା ର ଏକ ବୃହତ୍ ଗ୍ରାମ ପଞ୍ଚାୟତ ପାରାଦୀପ ଗଡ। ପାରାଦୀପ ବନ୍ଦର କୁ ସଂଲଗ୍ନ ଥିବା ଓ ଉଭୟେ ରାଜ୍ୟ ରାଜପଥ, ଜାତୀୟ ରାଜପଥ ଓ ରେଳ ପଥ ର ମଧ୍ୟ ଭାଗରେ ଅବସ୍ଥିତ ଏହି ପଞ୍ଚାୟତ ରେ ୨୫ ହଜାର ରୁ ଅଧିକ ଲୋକ ବାସ କରନ୍ତି।  ଏହି ପଞ୍ଚାୟତ ରେ ୪ ଗୋଟି ଉଚ୍ଚ ବିଦ୍ୟାଳୟ ଥିବା ସ୍ଥଳେ ଗୋଟିଏ ବି ଖେଳ ପଡିଆ ନାହିଁ।  ଦୀର୍ଘ ବର୍ଷ ଧରି ଏକ ଖେଳ ପଡିଆ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନଥିଲା।  ଚଳିତ ପଞ୍ଚାୟତ ନିର୍ବାଚନ ରେ ଶ୍ରୀମତୀ ସସ୍ମିତା ବେହେରା ସରପଞ୍ଚ ଭାବେ ଦ୍ୱିତୀୟ ବାର ନିର୍ବାଚିତ ହେବା ପରେ ପଞ୍ଚାୟତ ପରିସୀମା ରେ ଅବସ୍ଥିତ ଆର୍ସେଲର ମିତ୍ତଲ ଷ୍ଟିଲ କମ୍ପାନୀ କୁ ଖେଳ ପଡିଆ ନିର୍ମାଣ ପାଇଁ ଅନୁରୋଧ କରିଥିଲେ।  ଉକ୍ତ କମ୍ପାନୀ ସରପଞ୍ଚ ଙ୍କ ଦାବିକୁ ଯୁକ୍ତି ଯୁକ୍ତ ଦର୍ଶାଇ କମ୍ପାନୀ ତାର ପାରିପାର୍ଶିକ ଉନ୍ନୟନ ପାଣ୍ଠିରୁ ଏହି ଷ୍ଟାଡିୟମ ର ନିର୍ମାଣ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୪୪,୮୦,୦୦୦ ଟଙ୍କା ପ୍ରଦାନ କରିଛନ୍ତି। 

ଗତ ମାସରେ ଆର୍ସେଲର ମିତ୍ତଲ ଓ ନିପ୍ପୋନ ଷ୍ଟିଲ କମ୍ପାନୀ ର କାର୍ଯ ନିର୍ବାହ ଅଧିକାରୀ ଜି. ସୁରେଶ ଷ୍ଟାଡିୟମ୍ ଶିଳାନ୍ୟାସ କରିଥିଲେ,

ଆଜି ପାରାଦୀପ ଗଡ ସରପଞ୍ଚ ଶ୍ରୀମତି ସସ୍ମିତା ବେହେରା କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଆସନ୍ତା ୦୩ ମାସ ମଧ୍ୟରେ ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ସାରିବାକୁ ସ୍ଥିର କରାଯାଇଛି। 

ଉକ୍ତ ଶୁଭାରମ୍ଭ ଉତ୍ସବ ରେ ଶ୍ରୀ ସତ୍ୟ ନାରାୟଣ ମହାପାତ୍ର, ବାସୁଦେବ ସାହୁ, ଦେବ ଦୁର୍ଲ୍ଲଭ କର, ସଂଗ୍ରାମ କର, ଜୟନ୍ତ ସେନାପତି ପ୍ରମୁଖ ଯୋଗ ଦେଇଥିଲେ। ତେବେ ଏହି ଷ୍ଟାଡିୟମ ନିର୍ମାଣ କୁ ନେଇ ସ୍ଥାନୀୟ ପଞ୍ଚାୟତବାସୀ ଙ୍କ ମଧ୍ୟରେ ଖୁସିର ଲହର ଖେଳି ଯାଇଛି।