ବିଶ୍ୱ ପରିବେଶ ଦିବସ ପାଳିତ
ପାରାଦୀପ ସ୍ଥିତ ଜେ ଏସ ଡ ବ୍ଲୁ ଉତ୍କଳ ଷ୍ଟିଲ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି

ପାରାଦୀପ ସ୍ଥିତ ଜେ ଏସ ଡ ବ୍ଲୁ ଉତ୍କଳ ଷ୍ଟିଲ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ଏହି ଅବସରରେ ଜେ ଏସ ଡ ବ୍ଲୁ ପ୍ରସ୍ତାବିତ ଅଞ୍ଚଳ ମାହାଳ ନିକଟସ୍ଥ ସମୁଦ୍ର ବେଳାଭୂମିରେ ବୃକ୍ଷରୋପଣ କରାଯାଇଛି। ଏହି ଅଞ୍ଚଳରେ ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଝାଉଁ ଚାରା ରୋପଣ କରାଯାଇଥିଲା। ପ୍ରାୟ କମ୍ପାନୀର ସମସ୍ତ ଅଧିକାରୀ ତଥା କର୍ମଚାରୀ ମାନେ ଗଛ ଲଗାଇ ଥିଲେ।
ଏହି ଅବସରରେ ସ୍ଥାନୀୟ ବାଲିତୁଠ ଅଞ୍ଚଳର ଯୁବ ବାଲୁକା ଶିଳ୍ପୀ ପାର୍ଥ ସାରଥି ଜେନାଙ୍କ ଦ୍ଵାରା ନିର୍ମିତ ପରିବେଶ ସୁରକ୍ଷା ଓ ସଚେତନତା ବାର୍ତ୍ତା ଦେଉଥିବା ଏକ ବାଲୁକା କଳା ପ୍ରଦର୍ଶନ କରାଯାଇଥିଲା। ପାରାଦୀପ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ପ୍ରାୟ ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଯାଏ, ସେହି ଦୃଷ୍ଟିରୁ ବେଳାଭୂମିରେ ବ୍ୟାପକ ଝାଉଁ ଜଙ୍ଗଲ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଆଗାମୀ ଦିନରେ ଏହି ଭଳି ବିଭିନ୍ନ ସ୍ଥାନରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବାକୁ କମ୍ପାନୀ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ଜେ ଏସ ଡ ବ୍ଲୁ ଉତ୍କଳ ଷ୍ଟିଲ କମ୍ପାନୀ ପକ୍ଷରୁ ସମସ୍ତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ଏଥି ସହିତ jsw Steel ପକ୍ଷରୁ କେଉଁଝର, ସୁନ୍ଦରଗଡ଼ ଜିଲ୍ଲାରେ ଥିବା ଖଣି ଅଞ୍ଚଳରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ଏହି ଜିଲ୍ଲାର ଜଜାଙ୍ଗ, ନାରାୟଣ ପୋଷି, ନୂଆଗାଁ,ଗଣୁଆ, ଆଦି ଖଣି ଅଞ୍ଚଳରେ ପ୍ରାୟ ତିନି ଶହରୁ ଊର୍ଦ୍ଧ୍ୱ ଚାରା ରୋପଣ କରାଯାଇଥିଲା। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଖଣି ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।