୪୯ ଶତକ କରିବା ଏତେ ସହଜ ନୁହେଁ:ଗୌତମ ଗମ୍ଭୀର

୪୯ ଶତକ କରିବା ଏତେ ସହଜ ନୁହେଁ:ଗୌତମ ଗମ୍ଭୀର

ଗମ୍ଭୀର-ବିରାଟଙ୍କ ବିବାଦ ବିଷୟରେ କିଏ ବା ନଜାଣେ । କିଛି ବର୍ଷ ଧରି ଉଭୟଙ୍କ ମଧ୍ୟରେ ଏପରି ବିବାଦ ଚାଲିଆସିଛି । ଗତ ଆଇପିଏଲ୍‌ ଏହା ସବୁଠାରୁ ଅଧିକ ଉଗ୍ର ରୂପ ନେଇଥିଲା । ଯାହାର ପରିଣାମ , ସେତେବେଳେ କ୍ରିକେଟ୍‌ରେ ଫିଲ୍ଡରେ ଦେଖିବାକୁ ମିଳିଥିଲା । ଚଳିତ ବିଶ୍ୱକପ୍‌ରେ ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ୪୯ତମ ଶତକ ହାସଲ କରିଛନ୍ତି l

ସେ କହିଛନ୍ତି ଯେ, ଏତେ ସହଜ ନୁହେଁ ବିରାଟଙ୍କ ପରି ଲଗାତର ଭାବେ ପ୍ରଦର୍ଶନ କରିବା । ସେ ଯେଉଁଭଳି ଭାବରେ ପ୍ରଦର୍ଶନ କରିଚାଲିଛନ୍ତି । ତାହା ନିଶ୍ଚିତ ଭାବେ ଅନ୍ୟ ପାଇଁ ପ୍ରେରଣଦାୟୀ । ବିରାଟ ଦିନିକିଆ କ୍ରିକେଟ୍‌ରେ ୪୯ଟି ଶତକ ହାସଲ କରିଛନ୍ତି । ଯାହା ସଚିନ ତେନ୍ଦୁଲକରଙ୍କ ଶତକ ସହ ସମାନ । ଦିନିକିଆ କ୍ରିକେଟ୍‌ରେ ଏତେ ବଡ଼ ମାଇଲଷ୍ଟୋନ୍‌ ହାସଲ କରିବାର ବହୁ କଷ୍ଟକର । ତେଣୁ ଆମେ ସମସ୍ତେ ବିରାଟଙ୍କ ଠାରୁ ଏପରି ପ୍ରଦର୍ଶନ ଜାରି ରଖିବା ଆଶା କରୁଛି । ଯାହାଫଳରେ ସେ ଆହୁରି ଅନେକ ରେକର୍ଡ ବ୍ରେକ୍‌ ମଧ୍ୟ କରିବେ । ଏପିରିକି ଦିନିକିଆ କ୍ରିକେଟରେ ଆଉ ନୂଆ ଆଚିଭେମେଣ୍ଟ ମଧ୍ୟ ହାସଲ କରିବେ । ମୋ ତରଫରୁ ତାଙ୍କୁ ୪୯ଟି ଶତକ ହାସଲ କରିବା ଲାଗି ଶୁଭେଚ୍ଛା ଓ ଶୁଭକାମନା ।

ସୂଚନାଯୋଗ୍ୟ ଯେ, ବିରାଟ କୋହଲି ବର୍ତ୍ତମାନ ୨୮୯ ଟି ଦିନିକିଆ ମ୍ୟାଚ୍‌ ଖେଳିସାରିଛନ୍ତି । ଯେଉଁଥିରେ ୧୩୬୨୬ ରନ୍‌ ସଂଗ୍ରହ କରିଛନ୍ତି । ଦିନିକିଆ ମ୍ୟାଚ୍‌ରେ ବ୍ୟକ୍ତିଗତ ଭାବେ ୧୮୩ ରନ୍‌ ତାଙ୍କର ସର୍ବାଧିକ ସ୍କୋର ରହିଛି । ଏବେ ସୁଦ୍ଧା ୪୯ଟି ଶତକ ହାସଲ କରିଥିବା ବେଳେ ୭୦ଟି ଅର୍ଦ୍ଧଶତକ ପୂରଣ କରିସାରିଛନ୍ତି ।

ସେହିପରି ଏବେ ସୁଦ୍ଧା ୧୧୧ଟି ଟେଷ୍ଟ ମ୍ୟାଚ୍‌ ଖେଳି ପୂରଣ କରିଛନ୍ତି ୮୬୭୬ ରନ୍‌ । ଏଥିରେ ୨୫୪ ତାଙ୍କର ସର୍ବାଧିକ ସ୍କୋର ରହିଛି । ଟେଷ୍ଟ କ୍ରିକେଟ୍‌ ମୋଟ ୨୯ଟି ଶତକ ହାସଲ କରିଥିବା ବେଳେ ୨୯ଟି ଅର୍ଦ୍ଧଶତକ ମଧ୍ୟ ରହିଛି । ବାକି ୭ଟି ଦ୍ୱିଶତକ ବି ରହିଛି । ଟି-୨୦ କ୍ରିକେଟ୍‌ରେ ମଧ୍ୟ ଖୁବ୍‌ ଗର୍ଜିଛି ବିରାଟଙ୍କ ବ୍ୟାଟ । ମୋଟ ୧୧୫ଟି ଅନ୍ତରାଷ୍ଟ୍ରୀୟ ଟି-୨୦ ମ୍ୟାଚ୍‌ ଖେଳି ୪୦୦୮ ରନ୍‌ ପୂରଣ କରିଛନ୍ତି । ଏଥିରେ ଗୋଟିଏ ଶତକ ଏବଂ ୩୭ଟି ଅର୍ଦ୍ଧଶତକ ରହିଛି । ୧୨୨ ତାଙ୍କ ବ୍ୟକ୍ତିଗତ ଭାବେ ସର୍ବାଧିକ ସ୍କୋର ରହିଛି ।

ଅନ୍ୟପଟେ ଆଇପିଏଲ୍‌ ମଧ୍ୟ ଜବରଦସ୍ତ ରହିଛି ବିରାଟଙ୍କ ପ୍ରଦର୍ଶନ । ମୋଟ ୨୩୭ଟି ଆଇପିଏଲ୍‌ ମ୍ୟାଚ୍‌ ଖେଳି ୭୨୬୩ ରନ୍‌ ପୂରଣ କରିଛନ୍ତି । ଏଥିରେ ତାଙ୍କର ୭ଟି ଶତକ ଏବଂ ୫୦ଟି ଅର୍ଦ୍ଧଶତକ ରହିଛି । ୧୧୩ ତାଙ୍କର ବ୍ୟକ୍ତିଗତ ଭାବେ ସର୍ବାଧିକ ସ୍କୋର ରହିଛି ।