ବିଶ୍ୱକପ୍ ଫାଇନାଲକୁ ମୋତେ ନିମନ୍ତ୍ରଣ କରାଯାଇନାହିଁ: କପିଲ ଦେବ
ବିଶ୍ୱକପ୍ ଫାଇନାଲକୁ ମୋତେ ନିମନ୍ତ୍ରଣ କରାଯାଇନାହିଁ: କପିଲ ଦେବ

ଚାଲିଛି ବିଶ୍ବକପ ଫାଇନାଲ ମ୍ୟାଚ । ସାରା ଭାରତ ବର୍ଷରେ ଖୁସିର ମାହୋଲ । ଫାଇନାଲ ମୁକାବିଲାରେ ଷ୍ଟାଡିୟମଠାରୁ ସହର ସବୁକିଛି ମନୋରମ ହୋଇଛି । ଏହି ଫାଇନାଲ ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମରେ ସେଲିବ୍ରେଟିଙ୍କଠାରୁ ଆରମ୍ଭ କରି ରାଜନେତା ସମସ୍ତେ ମ୍ୟାଚ୍ ଦେଖିବା ପାଇଁ ପହଞ୍ଚିଛନ୍ତି । କିନ୍ତୁ ଭାରତକୁ ପ୍ରଥମ ବିଶ୍ବକପ ଦେଇଥିବା ଅଧିନାୟକ କପିଲ ଦେବଙ୍କୁ ଡକାଯାଇନାହିଁ ।
କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ମହା ମହାରଥୀଙ୍କ ସମାବେଶ କିନ୍ତୁ ଭାରତକୁ ପ୍ରଥମ ବିଶ୍ବକପ୍ ସ୍ବାଦ ଚଖାଇଥିବା ମହାନ୍ କ୍ରିକେଟ୍ ଅଲ୍ ରାଉଣ୍ଡରେ କପିଲ୍ ଦେବ୍ ଙ୍କୁ ସମସ୍ତେ ଭୁଲିଗଲେ। ଆୟୋଜକ ତ ଭୁଲିଗଲେ ଭୁଲିଗଲେ କିନ୍ତୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ଼ ସମେତ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମଧ୍ୟ ଭୁଲିଗଲେ । କିନ୍ତୁ ଏଠାରେ କହିବା ବାହୁଲ୍ୟ ଯେ ଭାରତରେ ଆୟୋଯିତ ହେଉଥିବା ଏହି କ୍ରିକେଟ ବିଶ୍ୱକପ୍ ୨୦୨୩ ର ଆୟୋଯକ ଏକାକୀ ଭାରତ କରିଛି। ତେବେ ଏପରି ସ୍ଥଳେ ଭାରତକୁ ପ୍ରଥମ ବିଶ୍ବକପ୍ ସ୍ବାଦ ଚଖାଇଥିବା ତତ୍କାଳିନ ମହାନ୍ ଅଲ୍ ରାଉଣ୍ଡର ଅଧିନାୟକ ମହାନ୍ କ୍ରିକେଟର କପିଲ୍ ଦେବ୍ ଙ୍କୁ ସମସ୍ତେ ଆଜି ଭୁଲି ଯାଇଛନ୍ତି। ଯାହାକି ଏହା ଏକ ଦୁର୍ବଳ ମାନସିକତାର ପରିଚୟ ଦେଇଛି I
ସେ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ଇଣ୍ଟଭିୟୁର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ରବିବାର କପିଲ ଦେଇଥିବା ଇଣ୍ଟରଭିୟୁରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା କି, ସେ ବିଶ୍ବକପ ଫାଇନାଲ ଦେଖିବାକୁ ଯିବେ କି ନାହିଁ । ପୂର୍ବରୁ କୁହାଯାଉଥିଲା କି, ଫାଇନାଲ ଦିନ କପିଲଙ୍କୁ ସମ୍ମାନିତ କରାଯିବ । ମାତ୍ର କପିଲ କହିଛନ୍ତି କି, ତାଙ୍କୁ ଡକାଯାଇନାହିଁ । ଏଣୁ ସେ କେମିତି ଯିବେ ବୋଲି ବୋଲି ପାଲଟା ପ୍ରଶ୍ନ ପଚାରିଥିଲେ । ଯେଉଁ ଭିଡିଓଟି ଏବେ ବେଶ ଭାଇରାଲ ହେବା ସହ ଦିଗଜଙ୍କ ଏହି କ୍ଷୋଭକୁ ନେଇ ପ୍ରଂଶସକମାନେ ଭିନ୍ନ ଭିନ୍ନ କମେଣ୍ଟମାନ କରୁଛନ୍ତି ।
କପିଲ କହିଛନ୍ତି କି, ଏବେ ଭଲ ମ୍ୟାଚ ଚାଲିଛି । ପ୍ରସ୍ତୁତି ଉଚ୍ଚକୋଟିର ହେବା ସହ ଆୟୋଜନକୁ ପ୍ରଂଶସା କରୁଛି । ମାତ୍ର ଏବେ ଲୋକମାନେ ଆମକୁ ଭୁଲି ଗଲେଣି ଲାଗୁଛି । ଆମେ ଆଶା ରଖିଥିଲୁ କି, ଫାଇନାଲ ମ୍ୟାଚରେ ଯଦି ସମ୍ମାନିତ କରିଥାନ୍ତେ ତାହେଲେ ଆମ ୧୯୮୩ ବିଶ୍ବକପ ଦଳର ସମସ୍ତ ସଦସ୍ୟ ଯିବେ ବୋଲି ଯୋଜନା କରିଥିଲୁ । କିନ୍ତୁ ମୋତେ ଡକା ହୋଇନାହିଁ ।