ପାଣ୍ଡିଆନ ଙ୍କୁ ନେଇ ଭବିଷ୍ୟବାଣୀ

ପାଣ୍ଡିଆନ ଙ୍କୁ ନେଇ ଭବିଷ୍ୟବାଣୀ

୨୦ ବର୍ଷ ଆଗରୁ ୫ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କୁ ନେଇ ଜଣେ ବ୍ୟକ୍ତି କରିଥିଲେ ଭବିଷ୍ୟବାଣୀ । ସେ ହେଉଛନ୍ତି ଲାଲବାହାଦୁର ଶାସ୍ତ୍ରୀ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନର ପୂର୍ବତନ ନିର୍ଦ୍ଦେଶକ ୱାଜାହତ ହବିବୁଲ୍ଲା । ଯିଏ ଫୋନ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ପାଣ୍ଡିଆନଙ୍କ ସଂପର୍କରେ କହିଥିଲେ । ଦେଶର ପ୍ରଥମ ସୂଚନା କମିଶନର ରହିଥିବା ୱାଜାହତ ହବିବୁଲ୍ଲା ଡୁନ୍ ସ୍କୁଲରେ ନବୀନଙ୍କ ସିନିଅର ଥିଲେ ଏବଂ ଲଗାତର ନବୀନଙ୍କ ସହ ସଂପର୍କରେ ଥିଲେ ।

ଲାଲବାହାଦୁର ଶାସ୍ତ୍ରୀ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନର ପୂର୍ବତନ ନିର୍ଦ୍ଦେଶକ ୱାଜାହତ ହବିବୁଲ୍ଲା । ଦିଲ୍ଲୀରେ ରହୁଥିବା ଏହି ବ୍ୟକ୍ତିଙ୍କର ବର୍ତ୍ତମାନ ଓଡ଼ିଶାର ରାଜନୈତିକ ସ୍ଥିତି ସହ ବଡ଼ ସଂପର୍କ ରହିଛି । ଏବେ ଓଡ଼ିଶା ରାଜନୀତିରେ ଭି. କେ. ପାଣ୍ଡିଆନଙ୍କୁ ନେଇ ଯେଉଁ ଚର୍ଚ୍ଚା ଚାଲିଛି, ତାହା ପଛରେ ହୁଏତ ଆପଣ ବିଶ୍ବାସ କରିପାରିବେ ନାହିଁ, କିନ୍ତୁ ଏହି ବ୍ୟକ୍ତିଙ୍କର ସବୁଠାରୁ ବଡ଼ ହାତ ରହିଛି । ୨୦୦୨ ମସିହାରେ ସେତେବେଳେ IAS ଏକାଡେମୀର ନିର୍ଦ୍ଦେଶକ ଥିବା ବେଳେ ନବୀନଙ୍କୁ ଫୋନ୍ କରି ୱାଜାହତ ହବିବୁଲ୍ଲା କହିଥିଲେ ଭି. କେ. ପାଣ୍ଡିଆନ ନାମକ ଜଣେ ନବାଗତ IAS ଅଫିସରଙ୍କୁ ଓଡ଼ିଶା କ୍ୟାଡର ଦେଇ ଆପଣଙ୍କ ପାଖକୁ ନେଇ ଯାଆନ୍ତୁ ।

ଏହି ଇଣ୍ଟରଭ୍ୟୁରେ ହବିବୁଲ୍ଲା କହିଛନ୍ତି, ଭି କେ ପାଣ୍ଡିଆନ ସଫଳ ହେବେ ବୋଲି ସେ ସେବେଠାରୁ ନବୀନ ପଟ୍ଟନାୟକଙ୍କୁ କହିଥିଲେ । ଆଇଏଏସ୍ ସୁଜାତା କାର୍ତ୍ତିକେୟନଙ୍କୁ ମଧ୍ୟ ଓଡ଼ିଆ କ୍ୟାଡର ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନ ଓ ସହଯୋଗ ଲୋଡ଼ିଥିଲେ । ପାଣ୍ଡିଆନଙ୍କ ଭବିଷ୍ୟ ବେଶ ଉଜ୍ୟଳ ବୋଲି ସେ ଏହି ଇଣ୍ଟରଭ୍ୟୁରେ କହିଛନ୍ତି । କିନ୍ତୁ ନିଜର ବ୍ୟକ୍ତିଗତ ମତ ବୋଲି ଉଲ୍ଲେଖ କରି କହିଛନ୍ତି, ସେ ଆଇଏଏସ୍ ଚାକିରି ଛାଡ଼ିବାର ନଥିଲା, ସରକାରୀ ଚାକିରିରେ ଥାଇ ଯେତିକି ସେବା କରିବା ସମ୍ଭବ, ତାହା ରାଜନୀତି କିମ୍ବା ଅନ୍ୟ ବୃତ୍ତିରେ ସମ୍ଭବ ନୁହେଁ ବୋଲି କହିଛନ୍ତି l