ବାଇକ୍‌ ଚଢ଼ି ଲଦାଖ ଗଲେ ରାହୁଲ୍‌ ଗାନ୍ଧୀ

ପ୍ରଥମ ଲଦାଖ୍‌ ଗସ୍ତରେ ବାଇକ୍‌ ଚଢ଼ି ଲଦାଖର ପାଙ୍ଗୋଙ୍ଗ୍‌ ହ୍ରଦକୁ ଗଲେ ରାହୁଲ୍‌ ଗାନ୍ଧୀ

ବାଇକ୍‌ ଚଢ଼ି ଲଦାଖ ଗଲେ ରାହୁଲ୍‌ ଗାନ୍ଧୀ

ନୂଆଦିଲ୍ଲୀ: ପ୍ରଥମ କରି ଲଦାଖ୍‌ ଗସ୍ତରେ ଯାଇଥିବା କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଆଜି ବାଇକ୍‌ ଚଳାଇ ପାଙ୍ଗୋଙ୍ଗ୍‌ ହ୍ରଦ ଆଡ଼କୁ ଯାଇଛନ୍ତି।

ସାଂସଦ ରାହୁଲ୍‌ ଗାନ୍ଧୀ ବାଇକ୍‌ ଚଢ଼ି ଯାଉଥିବା ଫଟୋ କଂଗ୍ରେସ ପାର୍ଟି ତା’ର ଅଫିସିଆଏ୍‌ ‘ଏକ୍ସ୍‌’ (ଟୁଇଟ୍‌) ହ୍ୟାଣ୍ଡେଲ୍‌ରେ ସେୟାର୍‌ କରିଛି। ଆଉ କ‌େତେକ ଫଟୋ ରାହୁଲ୍‌ ତାଙ୍କ ବ୍ୟକ୍ତିଗତ ‘ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌’ରେ ମଧ୍ୟ ସେୟାର୍‌ କରିଛନ୍ତି।

‘ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌’ରେ ଫଟୋ ସେୟାର୍‌ କରି ରାହୁଲ୍‌ ଲେଖିଛନ୍ତି, ପାଙ୍ଗୋଙ୍ଗ୍‌ ହ୍ରଦ ଅଭିମୁଖେ ଯିବା ରାସ୍ତାରେ। ମୋ ବାପା କହୁଥିଲେ ଏହା ହେଉଛି ବିଶ୍ବର ସବୁଠୁ ସୁନ୍ଦର ସ୍ଥାନମାନଙ୍କ ମଧ୍ୟରୁ ଗୋଟିଏ।

ସଂଗୃହୀତ ତଥ୍ୟ ଅନୁସାରେ, ପାଙ୍ଗୋଙ୍ଗ୍‌ ହ୍ରଦ ନିକଟରେ ଅଗଷ୍ଟ ୨୦ ତାରିଖ ଦିନ ରାହୁଲ୍‌ ଗାନ୍ଧୀ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ପୂଜାର୍ଚ୍ଚନା କରିବେ।

ସେହିପରି, ଶୁକ୍ରବାର ଦିନ ରାହୁଲ୍‌ ଗାନ୍ଧୀ ଲଦାଖରେ ଯୁବ କଂଗ୍ରେସ ନେତା ଓ କର୍ମୀମାନଙ୍କ ସହିତ ଆଲୋଚନା କରିଥିଲେ। ପରେ ରାହୁଲ୍‌ ସେ ଜିଲ୍ଲାରେ ଆୟୋଜିତ ଫୁଟ୍‌ବଲ୍‌ ମ୍ୟାଚ୍‌ ମଧ୍ୟ ଦେଖିଥିଲେ।