ବ୍ୟାଙ୍କ ଅଫ ବରୋଦା ମୁଖ୍ୟ ହେଲେ ଓଡ଼ିଶାର ଦେବଦତ୍ତ ଚାନ୍ଦ
ବ୍ୟାଙ୍କ ଅଫ ବରୋଦା ମୁଖ୍ୟ ହେଲେ ବଲାଙ୍ଗୀର ଜିଲ୍ଲା ଦେବଦତ୍ତ ଚାନ୍ଦ । ନିଯୁକ୍ତି କମିଟି କ୍ୟାବିନେଟରେ ତାଙ୍କ ନାଁକୁ ମଞ୍ଜୁରି ମିଳିଛି ।

ବ୍ୟାଙ୍କ ଅଫ ବରୋଦା ମୁଖ୍ୟ ହେଲେ ବଲାଙ୍ଗୀର ଜିଲ୍ଲା ଦେବଦତ୍ତ ଚାନ୍ଦ । ନିଯୁକ୍ତି କମିଟି କ୍ୟାବିନେଟରେ ତାଙ୍କ ନାଁକୁ ମଞ୍ଜୁରି ମିଳିଛି । ବଲାଙ୍ଗୀର ଜିଲ୍ଲା ପ୍ୟାଲେସ ଲାଇନର ଦେବଦତ୍ତ ଚାନ୍ଦ ବ୍ୟାଙ୍କ ଅଫ ବରୋଦାର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି । ଏବେ ସେ ବ୍ୟାଙ୍କ ଅଫ ବେରାଦାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦରେ କାର୍ଯ୍ୟ କରୁଛନ୍ତି । ଏହା ପୂର୍ବରୁ ସେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଥିଲେ । ଏହି ପଦବୀରେ ଶ୍ରୀ ଚାନ୍ଦ ୩ ବର୍ଷ ପାଇଁ ରହିବେ । ସେ ତାଙ୍କର ଏହି ଦାୟିତ୍ୱ ୨୦୨୩ ଜୁଲାଇ ୧ ତାରିଖରୁ ଗ୍ରହଣ କରିବେ । ଦେବଦତ୍ତ ପୃଥ୍ବୀରାଜ ହାଇସ୍କୁଲରେ ପାଠ ଶେଷ କରିବା ପରେ ବଲାଙ୍ଗୀର ରାଜେନ୍ଦ୍ର କଲେଜରେ ଯୁକ୍ତ ଦୁଇ ପଢିଥିଲେ । ଓୟୁଏଟିରେ ସେ ବିଟେକ କରିବା ପରେ ଓଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ୱେଲଫେୟାର ଆଣ୍ଡ ବିଜିନେସ ମ୍ୟାନେଜମେଣ୍ଟରେ ଏମବିଏ କରିଥିଲେ । ଏହି ପଦବୀ ପାଇଁ ଦେବଦତ୍ତଙ୍କ ନା ମଞ୍ଜୁରି ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତେଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।