୮୫୦ କେଜି ମହୁଲ ପୋଚ ସହ ୬୦ ଲିଟର ଦେଶୀ ରନ୍ଧା ମଦ ଜବତ
୮୫୦ କେଜି ମହୁଲ ପୋଚ ସହ ୬୦ ଲିଟର ଦେଶୀ ରନ୍ଧା ମଦ ଜବତ

ଟିଟିଲାଗଡ ଥାନା ଅନ୍ତର୍ଗତ ସିକେର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଖାସମୁଡ଼ା ଗ୍ରାମ ଜଙ୍ଗଲରୁ ୮୫୦ କେଜି ମହୁଲ ପୋଚ ସହ ୬୦ ଲିଟର ରନ୍ଧା ମଦ ଜବତ କରାଯାଇଛି । ଟିଟିଲାଗଡ ଅବକାରୀ ବିଭାଗ ତରଫରୁ ଏହି ଗ୍ରାମ ରେ ବେଆଇନ୍ ଭାବେ ଦେଶୀ ମଦ ପ୍ରସ୍ତୁତ ଓ ବିକ୍ରୀ କରାଯାଉଥିବା ସୂଚନା ପାଇ ଟିଟିଲାଗଡ ଅବକାରୀ ବିଭାଗ ତରଫରୁ ଚଢ଼ାଉ କରାଯାଇଥିଲା ।
ପ୍ରାୟ ୮୫୦ କେଜି ମହୁଲ ପୋଚ ସହ ପୂର୍ବରୁ ପ୍ରସ୍ତୁତ ଥିବା ୬୦ ଲିଟର ମଦ ଗ୍ରାମ ଜଙ୍ଗଲ ରୁ ଜବତ କରାଯାଇଛି। ଏହି ରନ୍ଧା ମଦ ତିଆରି କରି ବିକ୍ରୀ କରାଯାଉଥିବା ଖବର ପାଇ ଟିଟିଲାଗଡ ଅବକାରୀ ବିଭାଗ ତରଫରୁ ଚଢ଼ାଉ କରାଯାଇ ଥିଲା।