୭୭ ତମ ସ୍ବାଧନତା ଦିବସ ପାଳିତ।

ସାରା ଦେଶ  ୭୭ତମ ସ୍ୱାଧୀନତା ଦିବସ ପାଳନ ଅବସର ରେ ଏହି  ଟିଟିଲାଗଡ ହାଇସ୍କୁଲ ଖେଳ ପଡିଆରେ ୭୭ତମ ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି

୭୭ ତମ ସ୍ବାଧନତା ଦିବସ ପାଳିତ।

ବଲାଙ୍ଗୀର/ଟିଟିଲାଗଡ,ତା୧୫-୦୮: ସାରା ଦେଶ  ୭୭ତମ ସ୍ୱାଧୀନତା ଦିବସ ପାଳନ ଅବସର ରେ ଏହି  ଟିଟିଲାଗଡ ହାଇସ୍କୁଲ ଖେଳ ପଡିଆରେ ୭୭ତମ ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ଉପଜିଲ୍ଲାପାଳ ଦୟାମୟ ପାଢୀ ପତାକା ଉତ୍ତୋଳନ କରିବା ପରେ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଦୟାମୟ ପାଢୀ ଜନସାଧାରଣଙ୍କ ନିମନ୍ତେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଦେଶ ଭକ୍ତି ସଙ୍ଗୀତରେ ନୃତ୍ୟ ପରିବେଷଣ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ତଥା ବିଭିନ୍ନ କ୍ଷେତ୍ରରେ ନିଜର ପ୍ରତିଭା ଦେଖାଇ ନିଜ ଅଞ୍ଚଳକୁ ଗୌରବ ଆଣିଥିବା ବ୍ୟକ୍ତି ବିଶେଷଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ବଲାଙ୍ଗୀର ଟିଟିଲାଗଡ ରୁ ସନ୍ତୋଷ ନାୟକ ଙ୍କ ରିପୋର୍ଟ