ଜନ୍ମିତ ଶିଶୁ ବିକ୍ରୀ ମାମଲା ନେଇ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ
ଜଣେ ଜନ୍ମିତ ଶିଶୁ କୁ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ରେ ବିକ୍ରୀ ମାମଲା

ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ ପୌରପରିଷଦ ଅନ୍ତର୍ଗତ ୧୨ ନମ୍ୱର ୱାର୍ଡ ରୁ ଜଣେ ଜନ୍ମିତ ଶିଶୁ କୁ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ରେ ବିକ୍ରୀ ମାମଲା ରେ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଥାନା ରେ ଆୟୋଜିତ ହୋଇ ଥିଲା । ଉକ୍ତ ଶିଶୁ କୁ ଉଦ୍ଧାର କରି ବଲାଙ୍ଗୀର ର ଏକ ଘରୋଇ ସଂସ୍ଥା ରେ ରଖାଯାଇଥିବା ବେଳେ ଉକ୍ତ ଶିଶୁ କିଣି ଥିବା ଅମିତ ଅଗ୍ରୱାଲ କୁ ରାୟଗଡ଼ ରୁ ଗିରଫ କରି ଅଣାଯାଇ ଥିବା ସହ ତାକୁ କୋର୍ଟ ଚାଲାଣ କରାଯିବା ସହ ଅଧିକ ତଦନ୍ତ ଜାରି ରହିଥିବା ଡି ଏସ ପି ଅଙ୍କିତା କୁମ୍ଭାର ସୂଚନା ଦେଇଛନ୍ତି ।
ପୂର୍ବରୁ ଶିଶୁ ର ପିତା ଓ ଅନ୍ୟ ଦୁଇ ମଧ୍ୟସ୍ଥି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଥିବା ବେଳେ ଆଜି ଉକ୍ତ ଅମିତ ଅଗ୍ରୱାଲ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।