ମଦ୍ୟପ ପୁଲିସ ଅଫିସରଙ୍କ ଉନ୍ମୋକ୍ତ କାଣ୍ଡ
ମଦ୍ୟପ ପୁଲିସ ଅଫିସରଙ୍କ ଉନୋକ୍ତ କାଣ୍ଡ ସମିତି ସଭ୍ୟ ଆହତ, ୱାର୍ଡ ସଭ୍ୟ ଗୁରୁତର ଆହତ ଗ୍ରାମ ବାସୀଙ୍କ ପକ୍ଷରୁ ଥାନା ଘେରାଉ

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନାରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି ଥାନାରେ କାର୍ଯ୍ୟରତ ସବ୍ ଏନ୍ସପେକ୍ଟର ନିରଞ୍ଜନ ମହାନ୍ତି ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଜଣେ ଅଭିଯୋଗ କାରୀଙ୍କୁ ଟେକା ମାରି ମୁଣ୍ଡ ଫଟାଇ ଦେଇଛନ୍ତି l ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଟlନ ନିଆ ଯାଇଛି ତାଙ୍କୁ ସମ୍ପୂକ୍ତ ଥାନାରୁ ଦାଇତ୍ୱରୁ ହଟାଯାଇ ଜିଲ୍ଲା ରିଜର୍ଭ ପୁଲିସ କାର୍ଯ୍ୟଳୟ କୁ ନିଆ ଯାଇଛି ବୋଲି ଏସଡିପିଓ ସୂଚନା ଦେଇଛନ୍ତି l
ପ୍ରକାଶ ଯେ ଜଙ୍କିଆ ବାଲିଗାଡ଼ିଆ ଗ୍ରାମର ନବକିଶୋର ହରିଚନ୍ଦନ ନିଜର ଜଣେ ସମ୍ପର୍କୀୟ ସହିତ କୌଣସି ଏକ କାମରେ ଥାନାକୁ ଯାଇଥିଲେ ସେଠାରେ ଏସ୍ ଆଇ ନିରଞ୍ଜନ ମହାନ୍ତି ଙ୍କ ସହିତ ଯୁକ୍ତିତର୍କ ହୋଇଥିଲା ସବ୍ଇନ ପେକେଟର ମହାନ୍ତି ଉତ୍ କ୍ଷିପ୍ତ ହୋଇ ଏକ ଟେକା ଫୋପାଡ଼ିବାରୁ ନବକିଶୋର ଙ୍କ ମୁଣ୍ଡରେ ବାଜି ଫାଟି ଯାଇଥିଲା,ନବକିଶୋର ଖୋର୍ଦ୍ଧା ମେଡିକାଲରେ ଚିକିତ୍ସିତ ହୋଇ ସୁସ୍ଥ ଥିବା ଜଣା ପଡ଼ିଛି lଏନେଇ ଜଙ୍କିଆ ପଞ୍ଚଯାତ ସମିତି ସଭ୍ୟ ଥାନାକୁ ଯାଇ ପଚାରାଉଚାରା କରି ବୁଝା ବୁଝି କରୁଥିବା ବେଳେ ସବ୍ଇନ୍ପେପେକେଟର ଜଣଙ୍କ ସମିତି ସଭ୍ୟଙ୍କୁ ମଧ୍ୟ୍ୟ ମାଡ଼ ମାରିଥିଲେ l
ଏ ନେଇ ସ୍ଥାନୀୟ ଜଙ୍କିଆ ବାଲିଗାଡ଼ିଆ ଲୋକେ ଥାନା ର ଆଗ ଗେଟ୍ ରେ ତାଲା ପକାଇ ସବ୍ଇନସ୍ପେକଟର ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ଅଡ଼ି ବସିଥିଲେ l ଆହତ ଙ୍କ ସ୍ତ୍ରୀ ବନିତା ହରିଚନ୍ଦନ ଏସ୍ ଆଇ ନିରଞ୍ଜନ ନିଶାସକ୍ତ ଅବସ୍ଥାରେ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଥିବା ଥାନାରେ ଏତଲା ଦେଇଛନ୍ତି l
ପୁଲିସ ମାମଲା ୠଜୁକରି ତଦନ୍ତ ଆରମ୍ବ କରିଛି ପ୍ରଥମେ ତାଙ୍କୁ ଏହି ଥାନାରୁ ହଟାଯାଇ କାର୍ଯ୍ୟରତ ସବ୍ଇନ୍ସପେକଟର ଏଭଳି କାର୍ଯକୁ ସ୍ଥାନୀୟ ଲୋକେ ନାପସନ୍ଦ କରି ଥିବା ବେଳେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି l
ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ