ଦନ୍ତା ଆକ୍ରମଣରେ ଚାଲିଗଲା ୨ ଜୀବନ

ଦନ୍ତା ହାତୀ ଆକ୍ରମଣରେ ଚାଲିଗଲା ଦୁଇ ଜଣଙ୍କ ଜୀବନ

ଦନ୍ତା ଆକ୍ରମଣରେ ଚାଲିଗଲା ୨ ଜୀବନ

ଦନ୍ତା ହାତୀ ଆକ୍ରମଣରେ ଚାଲିଗଲା ଦୁଇ ଜଣଙ୍କ ଜୀବନ। ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍‌ର ଦୁଇଟି ପୃଥକ ପୃଥକ ସ୍ଥାନରେ ଘଟିଛି ଏହି ଘଟଣା। ଗୋଟିଏ ଝରାପାଲି-ଝର୍ନିଆଟିକ୍ରାରେ ଘଟିଥିବା ବେଳେ ଅନ୍ୟଟି ବିଶିପାଲି ଗାଁରେ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ଶିବଲାଲ ସୁନା ଓ ବଳଦେବ ସାହୁ।

ଶିବଲାଲ ସୁନାଙ୍କ ଘର ଗାଇସିଲେଟ ବ୍ଳକ୍ କଠଉମାଲ ଗାଁରେ। ସେ ଝରାପାଲି-ଝର୍ନିଆଟିକ୍ରା ଆସିଥିବା ବେଳେ ଆଜି ସକାଳେ ଶୌଚ ହେବା ପାଇଁ ଯାଇଥିବା ବେଳେ ଦନ୍ତା ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ଦନ୍ତା ତାଙ୍କୁ ଆକ୍ରମଣ କରି ଦଳି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

ସେହିପରି ବିଶିପାଲି ଗାଁର ବଳଦେବ ସାହୁ ତାଙ୍କ ଚାଷ ଜମିକୁ ଯାଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ।