ସିବିଏସଇ ପରୀକ୍ଷାଫଳ ରେ ପାରାଦୀପ ଦିଲ୍ଲୀ ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

ସିବିଏସଇ ବାର୍ଷିକ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶିତ , ଉଲ୍ଲେଖନୀୟ ସଫଳତା ହାସଲ କଲେ ଦିଲ୍ଲୀ ପବ୍ଲିକ ସ୍କୁଲ ପାରାଦୀପ ରିଫାଇନାରି ଛାତ୍ରଛାତ୍ରୀ

ସିବିଏସଇ ପରୀକ୍ଷାଫଳ ରେ ପାରାଦୀପ ଦିଲ୍ଲୀ ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

ପାରାଦୀପ(୧୩/୦୫): ପ୍ରକାଶ ପାଇଥିବା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ବାର୍ଷିକ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳରେ  ଡିପିଏସ ପାରାଦୀପ  ରିଫାଇନାରି ସ୍କୁଲର ଛାତ୍ରଛାତ୍ରୀମାନେ ପୂର୍ବବର୍ଷମାନଙ୍କ ପରି ଉଲ୍ଲେଖନୀୟ ସାଫଲ୍ୟ ପ୍ରଦର୍ଶନ କରିଛନ୍ତି । ଦଶମ ଶ୍ରେଣୀ ରେ ୭ ଜଣ ୯୫%ରୁ ଅଧିକ ଏବଂ ୩୦ ଜଣ ୯୦% ରୁ ଅଧିକ ନମ୍ବର ରଖିଛନ୍ତି I

ଅନୁଷ୍କା ଖଣ୍ଡେଲୱାଲ  ୯୯.୮%,ଆଦିତି ତିୱାରୀ ୯୮% ଓ ଡି. ଡିପିଥା ୯୭% ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ୩ଟି ସ୍ଥାନ ହାସଲ କରିଛନ୍ତି । ବିଜ୍ଞାନ, ସାମାଜିକ ବିଜ୍ଞାନ, ଗଣିତ ଓ ସଂସ୍କୃତରେ ଏକାଧିକ ଛାତ୍ରଛାତ୍ରୀ ପୂର୍ଣ୍ଣ ସଂଖ୍ୟା୧୦୦ ନମ୍ବର ଲେଖାଏଁ ରଖିଛନ୍ତି।

ସେହିପରି ଦ୍ବାଦଶ ବିଜ୍ଞାନ ବିଭାଗରେ ୪ ଜଣ ୯୫%ରୁ ଅଧିକ, ୧୦ ଜଣ ୯୦%ରୁ ଉର୍ଦ୍ଧ୍ବ ଓ ୨୧ଜଣ ୮୦%ରୁ ଅଧୁକ ନମ୍ବର ରଖିଛନ୍ତି। ସୂଚୀସ୍ମିତା ବେହେରା ୯୭.%, ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନରେ ରହିଛନ୍ତି। ବାଣିଜ୍ୟ ବିଭାଗରେ ଶ୍ରେୟା ନାୟକ ୮୮.% ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନରେ ରହିଛନ୍ତି ଏବଂ କାଳ ବିଭାଗରେ ଭି. ଶ୍ରିବିଧ୍ୟା ୯୨.%  ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନରେ ରହିଛନ୍ତି।

    ଉଲ୍ଲେଖନୀୟ କୃତିତ୍ୱ ପ୍ରଦର୍ଶନ ନିମନ୍ତେ ବିଦ୍ୟାଳୟ କର୍ତ୍ତୃପକ୍ଷ ଯଗ୍ନେଶ୍ୱର ବୋରା ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ, ଆଇଓସିଏଲ ମ୍ୟାନେଜମେଣ୍ଟ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।