ମହାନଗର ନିଗମର ଉଠାଦୋକାନୀ ମାନଙ୍କୁ ନେଇ ପ୍ରତିଯୋଗୀତା

ସ୍ମାର୍ଟ ସିଟି ଓ ରାଉରକେଲା ମହାନଗର ନିଗମର ନିଆରା ପ୍ରୟାସ: ଲୋକଙ୍କୁ ଉତ୍ତମ ମାନର ଖାଦ୍ୟ ଯୋଗାଇଦେବା ଲକ୍ଷ୍ୟରେ ଉଠାଦୋକାନୀ ମାନଙ୍କୁ ନେଇ ପ୍ରତିଯୋଗୀତା

ମହାନଗର ନିଗମର ଉଠାଦୋକାନୀ ମାନଙ୍କୁ ନେଇ ପ୍ରତିଯୋଗୀତା

ସ୍ମାର୍ଟ ସିଟି ଓ ରାଉରକେଲା ମହାନଗର ନିଗମର ନିଆରା ପ୍ରୟାସ:

ଲୋକଙ୍କୁ ଉତ୍ତମ ମାନର ଖାଦ୍ୟ ଯୋଗାଇଦେବା ଲକ୍ଷ୍ୟରେ ଉଠାଦୋକାନୀ ମାନଙ୍କୁ ନେଇ ପ୍ରତିଯୋଗୀତା

ସ୍ୱାସ୍ଥ୍ୟକର ପରିବେଶରେ ଉତମ ଖାଦ୍ୟ ପ୍ରସ୍ତୁତ କରି ପରିବେଶଣ କର, ନଚେତ ତଣ୍ଡ ଗଣିବାକୁ ପ୍ରସ୍ତୁତ ହୁଅ । ରାଉରକେଲା ସହରର ରାସ୍ତାପାଶ୍ୱର୍ ଉଠାଦୋକାନୀଙ୍କୁ କଡ଼ା ବାର୍ତା ସହ ଏଦିଗରେ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ମହାନଗର ନିଗମ କର୍ତୃପକ୍ଷ ଆରମ୍ଭ କରିଛନ୍ତି ଷ୍ଟ୍ରିଟ୍ ଫୁଡ଼ ସୁପରଷ୍ଟାର ପ୍ରତିଯୋଗୀତା । ତିନିଟି ପର୍ଯ୍ୟାୟରେ ଏହି ପ୍ରତିଯୋଗୀତା ଆୟୋଜନ କରାଯାଉଥିବା ବେଳେ ଏହାର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଶ୍ରେଷ୍ଠ ବିବେଚିତ ୫ଜଣ ଖାଦ୍ୟ ବ୍ୟବସାୟୀଙ୍କୁ ପ୍ରମାଣପତ୍ର ସହିତ ୧୫ହଜାର, ୧୦ ହଜାର, ୭ହଜାର ୫୦୦, ୫ହଜାର ଓ ୩ହଜାର ଟଙ୍କାର ପୁରସ୍କାର ରାଶୀ ପ୍ରଦାନ କରାଯାଇଛି ।

ଆରଏମସି କର୍ତୃପକ୍ଷଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି ପୁରସ୍କୃତ ହୋଇଥିବା ଉଠା ଦୋକାନୀ । ଇତିମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଷ୍ଟ୍ରିଟ୍ ଫୁଡ଼ ସୁପରଷ୍ଟାର ପ୍ରତିଯୋଗୀତା ଆରମ୍ଭ ହୋଇଯାଇଛି । ଏଥିରେ ଅଂଶଗ୍ରହଣ କରିବାକୁ ଥିବା ଉଠାଦୋକାନୀ ମାନେ ନିର୍ଦ୍ଧିଷ୍ଟ ଫର୍ମ ପୁରଣ କରି ପ୍ରତିଯୋଗୀତାରେ ଭାଗନେଇପାରିବେ ବୋଲି ଆରଏମସି ପକ୍ଷରୁ କୁହାଯାଇଛି । ଆରଏମସି ପକ୍ଷରୁ ସହରରେ ଡାକବାଜି ଯନ୍ତ୍ର ମାଧ୍ୟମର ପ୍ରଚାର କରାଯାଉଛି । ରାଉରକେଲା ମହାନଗର ନିଗମ ଓ ସ୍ମାର୍ଟସିଟି ରାଉରକେଲା ପକ୍ଷରୁ ଏହି ପ୍ରତିଯୋଗୀତା ଜାନୁଆରୀରୁ ମାର୍ଚ୍ଚ ୩ ମାସ ଧରି ଅନୁଷ୍ଠିତ ହେବ । ସହରବାସୀଙ୍କୁ ସ୍ୱଚ୍ଛ ଓ ସ୍ୱାସ୍ଥ୍ୟକର ପରିବେଶରେ ଉତମ ଗୁଣବତା ସମ୍ପନ୍ନ ଖାଦ୍ୟ ପରିବେଷଣ ପାଇଁ ଏହି ପ୍ରତିଯୋଗୀତା କରାଯାଉଛି ।