ମନ୍ତେଇ ନଦୀରେ ପୁଣି କୁମ୍ଭୀର ଆତଙ୍କ
ମନ୍ତେଇ ନଦୀରେ ପୁଣି କୁମ୍ଭୀର ଆତଙ୍କ

ମନ୍ତେଇ ନଦୀରେ ପୁଣି କୁମ୍ଭୀର ଆତଙ୍କ। ଯାହାକୁ ନେଇ ଲୋକ ଭୟଭୀତ । ଆଜି ସକାଳୁ ବାସୁଦେବପୁର ବ୍ଲକର ବାଲିଆପାଳ ଘାଟ ଠାରୁ ୨କିଲୋମିଟର ଦୂରରେ ମନ୍ତେଇ ନଦୀରେ ପୁଣି ଏକ ବଉଳା କୁମ୍ଭୀର ଭାସୁଥିବାର ଲୋକ ଦେଖୀବାକୁ ପାଇଥିଲେ । କୁମ୍ଭୀରଟି ପାଖାପାଖି ୧୫ରୁ ୨୦ଫୁଟ ଲମ୍ବ ହେବ ବୋଲି ଅନୁମାନ କରାଯାଉଛି ।
କୁମ୍ଭୀରଟି ଭାସୁଥିବା ଦେଖି ସ୍ଥାନୀୟ ଲୋକେ ମୋବାଇଲ ମାଧ୍ୟମରେ ଭିଡିଓ ଉତ୍ତୋଳନ କରିଥିଲେ। ତେବେ ଗତ କିଛି ଦିନ ତଳେ ଛତ୍ରପଦା ଠାରେ ନଦୀପଠାରେ ଗାଈ ବନ୍ଧା ହେଇଥିବା ବେଳେ ଗାଈକୁ ନଦୀ ଭିତରକୁ ଟାଣି ନେଲା ବଉଳା କୁମ୍ଭୀର । ପୁଣି ବାଲିଆପାଳ ଘାଟର କିଛି ଦୂରରେ କୁମ୍ଭୀରଟି ଦେଖାଯିବାରୁ ଲୋକେ ଯାହାକୁ ନେଇ ଲୋକ ଭୟଭୀତ ।