ରାଉରକେଲାରେ ଚାଞ୍ଚଲ୍ୟ: ଜଳିଗଲା ମୋ ବସ୍
ରାଉରକେଲାରୁ ବେଦବ୍ୟାସ ଯାଉଥିବା ମୋ ବସ୍ ଟିସିଆଇ ଛକ ନିକଟରେ ଜଳି ଯାଇଛି

ରାଉରକେଲାରୁ ବେଦବ୍ୟାସ ଯାଉଥିବା ମୋ ବସ୍ ଟିସିଆଇ ଛକ ନିକଟରେ ଜଳି ଯାଇଛି। ତେବେ ବସରେ ବସିଥିବା ଯାତ୍ରୀମାନେ କୌଣସି ପ୍ରକାରର ଅଘଟଣରୁ ବର୍ତ୍ତି ଯାଇଛନ୍ତି।
ସଟ ସର୍କିଟ ଅବା କେଉଁ କାରଣରୁ ନିଆଁ ଲାଗିଲା ସ୍ପଷ୍ଟ ହୋଇ ନାହିଁ । ଦମକଳ ଗାଡ଼ି ପହଞ୍ଚି ନିଆଁକୁ କାବୁ କରିଛି। ଦମକଳ ଗାଡ଼ି ପହଞ୍ଚିବା ପୂର୍ବରୁ ବସଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣାପଡ଼ିଛି। ବ୍ରାହ୍ମଣୀ ତରଙ୍ଗ ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।