ସାମ୍ବାଦିକ ସମ୍ମିଳନୀ କରିବାକୁ ଚାହୁଁଛି ଗୋପାଳ

ସାମ୍ବାଦିକ ସମ୍ମିଳନୀ କରିବାକୁ ଚାହୁଁଛି ଗୋପାଳ ମନକଥା ମିିଡ଼ିଆରେ କହିବାକୁ ଅଭିଯୁକ୍ତର ଇଚ୍ଛା କାହିଁକି ମାରିଲା ଗୁଳି, ଲୋକଙ୍କୁ ଜଣାଇବ ଗୋପାଳ

ସାମ୍ବାଦିକ ସମ୍ମିଳନୀ କରିବାକୁ ଚାହୁଁଛି ଗୋପାଳ

ସାମ୍ବାଦିକ ସମ୍ମିଳନୀ କରିବାକୁ ଚାହୁଁଛି ଗୋପାଳ
ମନକଥା ମିିଡ଼ିଆରେ କହିବାକୁ ଅଭିଯୁକ୍ତର ଇଚ୍ଛା
କାହିଁକି ମାରିଲା ଗୁଳି, ଲୋକଙ୍କୁ ଜଣାଇବ ଗୋପାଳ

ଗୋପାଳ ଚାହୁଁଛି ପ୍ରେସ କନଫରେନ୍ସ ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଦେଖି ଜୋରରେ ହସୁଛି ଗୋପାଳ ଏବଂ ପ୍ରେସକନଫରେନ୍ସ କରି ସତ ସମସ୍ତଙ୍କ ସାମ୍ନାରେ ରଖିବା ପାଇଁ ଚାହୁଁଛି । ଅନ୍ୟପଟେ ପଶ୍ଚାତାପର ଚିହ୍ନବର୍ଣ୍ଣ ନାହିଁ ଗୋପାଳଙ୍କ ମୁହଁରେ । ଏସବୁ ଭିତରେ ବିମାନରେ ପ୍ରଥମ ଥର ବସି ଭାରି ଖୁସି ହୋଇଯାଇଛି ଗୋପାଳ ।

ଏକ ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ, ପ୍ରେସ କନଫରେନ୍ସ କରିବାକୁ ଇଚ୍ଛା ରଖିଛି । ନିଜର ଏହି ଇଚ୍ଛାକୁ ପୂରଣ କରିବା ପାଇଁ ତଦନ୍ତ ଦାୟିତ୍ୱରେ ଥିବା କିଛି ଅଧିକାରୀଙ୍କୁ ପ୍ରବର୍ତ୍ତାଉଥିବା କୁହାଯାଉଛି । ସେ, କାହିଁକି ନବ ଦାସଙ୍କୁ ଗୁଳି କରିଥିଲା, ସିଧାସଳଖ ଲୋକଙ୍କୁ ଜଣାଇବାକୁ ଅଭିଯୁକ୍ତ ଗୋପାଳ ଚାହୁଁଛି । ଏଥିପାଇଁ ସାମ୍ବାଦିକ ସମ୍ମିଳନୀର ଏକ ସୁଯୋଗ ଖୋଜୁଥିବା କୁହାଯାଉଛି ।

ଗୋପାଳର ମନରେ ନାହିଁ ପଶ୍ଚାତାପ
ବିମାନଯାତ୍ରା ବେଳେ ଖୁସି ଥିଲା ଗୋପାଳ !

ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପାଇଁ ଗୋପାଳକୁ ଗୁଜୁରାଟ ନିଆଯାଇଛି । ବିମାନରେ ଯାତ୍ରା କରିବା ସମୟରେ ଗୋପାଳର ହାବଭାବକୁ ନେଇ ଏବେ ଚର୍ଚ୍ଚା ବଢିଛି । ଗୋପାଳ କୁଆଡେ ପ୍ରଥମ ଥର ପାଇଁ ବିମାନରେ ବସିଥିବାରୁ ଖୁସି ହାଜିର କରିଛି । ବଡ଼ ବଡ଼ିଆଙ୍କ ଭଳି ବିମାନରେ ଯାଉଥିବାରୁ ଖୁସି ହେବା ସହ ଝରକା ପାଖରେ ବସି ଆକାଶରୁ ତଳକୁ ଅନାଉଥିଲା । ଗୋପାଳ ଏହି ହସ ଓ ଖୁସିରୁ ସ୍ପଷ୍ଟ ବାରି ହେଉଥିଲା, ହତ୍ୟାକୁ ନେଇ ମନରେ ପଶ୍ଚାତାପର ଚିହ୍ନବର୍ଣ୍ଣ ନାହିଁ । କ୍ରାଇମବ୍ରାଞ୍ଚର ୮ ଜଣିଆ ଟିମ ଗୋପାଳଙ୍କୁ ଗୁଜରାଟ ନେଇ ଯାଉଥିବା ସମୟରେ ଗୋପାଳ ଏଭଳି କିଛି ହାବଭାବର କାହାଣୀ ସାମ୍ନାକୁ ଆସିଛି ।

ଏସବୁ ଭିତରେ ଗୋପାଳ ଦାସର ନାର୍କୋ ଟେଷ୍ଟ ଉପରେ ରହିିଛି ସମସ୍ତଙ୍କ ନଜର । ଗୁଜରାଟ ଗାନ୍ଧୀନଗର ସ୍ଥିତ ଡିଏଫଏସରେ ହେବ ଏହି ପରୀକ୍ଷା । ଏହା ପୂର୍ବରୁ ଗୋପାଳର ପଲିଗ୍ରାଫ ଟେଷ୍ଟ ହୋଇଥିଲା । ତେବେ ନବ ଦାସଙ୍କ ହତ୍ୟାକୁ ୧୩ ଦିନ ପୁରିଲାଣି । ମାରାଥନ ଜେରା ପରେ ମଧ୍ୟ ହତ୍ୟାକାଣ୍ଡର ରହସ୍ୟ କ୍ରାଇମବ୍ରାଞ୍ଚ ଭେଦ କରିପାରି ନାହିଁ । ଗୋପାଳ କାହିଁକି ନବ ଦାସଙ୍କୁ ଗୁଳି ମାରିଲା, ତାହା ଏବେ ବି ରହସ୍ୟ ଘେରରେ ରହିଛି । ତେବେ ଗାନ୍ଧୀନଗରରୁ ଗୋପାଳର ସତ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।