ସ୍ତ୍ରୀ ଆଣିଥିବା ଅଭିଯୋଗକୁ ଖଣ୍ଡନ କଲେ ହ୍ୟୁମାନ୍‌ ! କହିଲେ,‘ମୁ କ’ଣ ମର୍ଡରର୍‌’

ସ୍ତ୍ରୀ ଆଣିଥିବା ଅଭିଯୋଗକୁ ଖଣ୍ଡନ କଲେ ହ୍ୟୁମାନ୍‌ ! କହିଲେ,‘ମୁ କ’ଣ ମର୍ଡରର୍‌’
ସ୍ତ୍ରୀ ଆଣିଥିବା ଅଭିଯୋଗକୁ ଖଣ୍ଡନ କଲେ ହ୍ୟୁମାନ୍‌ ! କହିଲେ,‘ମୁ କ’ଣ ମର୍ଡରର୍‌’
ସ୍ତ୍ରୀ ଆଣିଥିବା ଅଭିଯୋଗକୁ ଖଣ୍ଡନ କଲେ ହ୍ୟୁମାନ୍‌ ! କହିଲେ,‘ମୁ କ’ଣ ମର୍ଡରର୍‌’
ସ୍ତ୍ରୀ ଆଣିଥିବା ଅଭିଯୋଗକୁ ଖଣ୍ଡନ କଲେ ହ୍ୟୁମାନ୍‌ ! କହିଲେ,‘ମୁ କ’ଣ ମର୍ଡରର୍‌’
ସ୍ତ୍ରୀ ଆଣିଥିବା ଅଭିଯୋଗକୁ ଖଣ୍ଡନ କଲେ ହ୍ୟୁମାନ୍‌ ! କହିଲେ,‘ମୁ କ’ଣ ମର୍ଡରର୍‌’

ସ୍ତ୍ରୀ ଆଣିଥିବା ଅଭିଯୋଗକୁ ଖଣ୍ଡନ କଲେ ହ୍ୟୁମାନ୍‌ ! କହିଲେ,‘ମୁ କ’ଣ ମର୍ଡରର୍‌’

ଥାନାରୁ ବାହାରିବା ପରେ ପତ୍ନୀ ଆଣିଥିବା ଅଭିଯୋଗକୁ ଖଣ୍ଡନ କଲେ ପ୍ଲେ ବ୍ୟାକ୍ ସିଙ୍ଗର୍ ହ୍ୟୁମାନ ସାଗର(Humane Sagar) । ଗତକାଲି ଅଭିଯୋଗ ଆସିବର ପରେ ଆଜି ଉଭୟ ସ୍ୱାମୀସ୍ତ୍ରୀ ଥାନାରେ ହାଜର ହୋଇଥିଲେ । ଆଉ ତା’ପରେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସବୁ ମିଥ୍ୟା ବୋଲି ସେ କହିଛନ୍ତି । ଏପରିକି ଶ୍ୱଶୁର ଆଣିଥିବା ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ମୁଁ କାହିଁକି ହତ୍ୟା ଉଦ୍ୟମ କରିବି, ମୁଁ କଣ ମର୍ଡରର ବୋଲି କହିଛନ୍ତି । ଏହାସହ ସେ ଧର୍ମ ପରିବର୍ତ୍ତନ ପାଇଁ ସ୍ତ୍ରୀ ଉପରେ ଆଦୌ ଚାପ ପକାଇନଥିବା ପ୍ରକାଶ କରିଛନ୍ତି ।

ଆଜି ହ୍ୟୁମାନ ସାଗର ଓ ପତ୍ନୀ ଶ୍ରେୟା ଆଜି ଥାନାରେ ହାଜର ହୋଇଥିଲେ । ଆଉ ଏହାରି ଭିତରେ ଗୁରୁତର ଅଭିଯୋଗ କରିଛନ୍ତି ଶ୍ରେୟାଙ୍କ ଓକିଲ । ହ୍ୟୁମାନ ପତ୍ନୀଙ୍କ ଧର୍ମ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥିଲେ । ବାରମ୍ବାର ଏନେଇ ଜୋରଜବରଦସ୍ତି କରୁଥିଲେ ା। ନିଶାଶକ୍ତ ଅବସ୍ଥାରେ ପତ୍ନୀଙ୍କୁ ମାଡ଼ ମାରିବା ସହ ଅକଥନୀୟ ଅତ୍ୟାଚାର କରୁଥିଲେ । ଏମିତିକି ଝିଅର ତଣ୍ଟିଚିପି ମାରିଦେବାକୁ ଚେଷ୍ଟା କରିଥିଲେ । ଗତ କିଛି ମାସ ତଳେ ଝିଅଙ୍କୁ ଏତେ ମାଡ଼ ମାରିଥିଲେ କି ହ୍ୟୁମାନଙ୍କ ଘରକୁ ଯାଇ ପରିବାରଲୋକେ ଆଣିଥିଲେ ।

ସେପଟେ ଆଉ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି ଶ୍ରେୟାଙ୍କ ବାପା । ହ୍ୟୁମାନଙ୍କ ଅନ୍ୟ ଝିଅଙ୍କ ସହ ସମ୍ପର୍କ ଥିଲା । ତେଣୁ ଘରେ ସବୁ ବେଳେ ଝଗଡ଼ା ହେଉଥିବା ସେ କହିଛନ୍ତି । ନିର୍ଯାତନା ଅତ୍ୟଧିକ ହେବାରୁ ୫ ମାସ ହେଲା ଝିଅ ତାଙ୍କ ପାଖରେ ଥିବା ସେ କହିଛନ୍ତି । ବାହାଘର ପରେ ହ୍ୟୁମାନ ସବୁବେଳେ ତାଙ୍କୁ ବ ଯୌତୁକ ମାଗୁଥିଲେ । ଏଥିପାଇଁ ଥରେ ୧୦ ଲକ୍ଷ ଓ ୫ ଲକ୍ଷ ଟଙ୍କା ଦିଆଯାଇଥିଲା । ସମାଧାନ ପାଇଁ ଚେଷ୍ଟା କରି ବିଫଳ ହେବା ପରେ ଥାନାକୁ ଆସିଛୁ ବୋଲି କହିଛନ୍ତି ।

ତେବେ ମହିଳା ଥାନାରେ ଆଲୋଚନା ପରେ ଏସିପି ଅମିତାଭ ମହାପାତ୍ର ମାମଲା ସମ୍ପର୍କରେ ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁସାରେ ଉଭୟ ପକ୍ଷ ୨ ଦିନ ସମୟ ନେଇଛନ୍ତି । ଆଲୋଚନା ହେବା ପରେ ସେମାନେ ୨ ଦିନ ପରେ ପୁଣି ଆସିବେ ବୋଲି କୁହାଯାଇଛି । ଆଉ ଏହି ୨ ଦିନ ମଧ୍ୟରେ ଆପୋସ ସମାଧାନ ନହେଲେ ମାମଲା ହେବ । ଆଉ ମାମଲା ରୁଜୁ କରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ  ।

ହ୍ୟୁମାନ ସାଗର ଙ୍କ ଠାରୁ ଅନୁଭବଙ୍କ ଯାଏଁ, ଷ୍ଟାର କଳିର ରୂପ ଏମିତିକା

ଷ୍ଟାରଡମର ମଉଜ ଭିତରେ ଅନେକ କଥା ଲୁଚିଯାଏ। କେବେ ସମ୍ପର୍କ ଭିନ୍ନ ଦିଗନ୍ତ ଧରେ ତ କେବେ କେବେ କେବେ କେବେ ସମ୍ପର୍କ ପାଇଁ କାହା କାଲର ବି ଧରିବାକୁ ପଡେ। କେବେ କାନ୍ଦିବାକୁ ପଡେ ଆଉ କେବେ ସଫେଇ ଦେବାକୁ ବି ପଡେ। ସବୁବେଳେ ଗ୍ଲାମରସ୍ ଲୁକରେ ପରଦାକୁ ଆସୁଥିବା ମୁହଁ ଗୁଡାକ ମଳିନ ପଡି ଯାଆନ୍ତି। ଟିଭି ଚାନାଲରେ ବୁମର ଗହଳୀ ଭିତରେ କେବେ ମିଛ ତ କେତେ ସତକୁ ଢୋକିବାକୁ ପଡେ।

ଆଜିର ସଦ୍ୟତମ ଘଟଣାକୁ ଦେଖିଲେ, ହ୍ୟୁମାନ ସାଗର କେମିତି ହଟହଟା ହେଉଛନ୍ତି ଆପଣ ଦେଖିଥିବେ। ନିଜେ ଖ୍ରୀଷ୍ଟ୍ରିଆନ ହୋଇଥିଲେ ବି ପ୍ରେମ କରି ଗାୟିକା ବ୍ରାହ୍ମଣ ଝିଅ ଶ୍ରୀୟା ମିଶ୍ରଙ୍କୁ ବିବାହ କରିଥିଲେ। ହେଲେ ପ୍ରେମ ଆଉ ସମ୍ପର୍କରେ ନାହିଁ। ଭଲ ପାଇବାର ଅଠା ଛାଡିଯାଇଛି। ଭଲ ପାଇବା ମାତାଲ, ମାଡ ଖାଇଛି ପ୍ରେମିକା। ଖ୍ରୀଷ୍ଟି୍ଆନ୍ ଘରେ ବୋଲି ଜଗନ୍ନାଥଙ୍କୁ ପୂଜିବାକୁ ମନା ହୋଇଛି ଶ୍ରୀୟାଙ୍କୁ। ଯାହାକୁ ନେଇ ଅଣନିଶ୍ବାସୀ ପତ୍ନୀ ଥାନାରେ ଦ୍ବାରସ୍ତ ହୋଇଛନ୍ତି। ଘରୋଇ କଳିର ସମାଧାନ ପାଇଁ ଏବେ ଥାନାରେ ଏହି ଷ୍ଟାର ଦମ୍ପତି। ଅଭିଯୋଗ ସାଙ୍ଘାତିକ ଧର୍ମାନ୍ତରୀକରଣ, ମାରପିଟ୍, ପରକୀୟ ପ୍ରୀତିରେ ସମ୍ପୃକ୍ତି ଇତ୍ୟାଦି ଇତ୍ୟାଦି।

ଖାଲି ହ୍ୟୁମାନ ସାଗର ନୁହଁନ୍ତି। ପୂର୍ବରୁ ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ବାବୁସାନ, ତୃପ୍ତି ଶତପଥି ଯୋଡି ମଧ୍ୟ ଆଇନର କାଠଗଡାଳ ଭିତରକୁ ପ୍ରବେଶ କରିଥିଲେ।

ଅନୁଭବ ମହାନ୍ତି, ବର୍ଷାଙ୍କୁ ପ୍ରେମ ବିବାହ କରିଥିଲେ। ହେଲେ କିଛି ଦିନ ପରେ ସମ୍ପର୍କରେ ମିଠାଜ ହଜି ଯାଇଥିଲା। ଘରୋଥ କଳି ପାଇଁ ବର୍ଷା ଅନୁଭବଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଏହା ପରେ ଅନୁଭବ ଯେଉଁ ଅଭିଯୋଗ ଆଣିଲେ ତାହା ଅତି ସାଙ୍ଘାତିକ ଥିଲା। ବାହାଘରର ୮ ବର୍ଷ ପରେ ବି ସ୍ବାମୀର ସମ୍ପର୍କ ପାଇ ନ ଥିବା କଥା ଗଣମାଧ୍ୟମରେ କହିଲେ। ପରେ ଏହି ଷ୍ଟାର କଳି ବିବାଦରେ ପ୍ରବେଶ ହୁଏ ଡିଅରେଷ୍ଟ ପ୍ରେଣ୍ଡ ବାନ୍ଧତୀ ଜାଗୃତି ଶୁକ୍ଳାଙ୍କ କଥା। କଥା ଦାଣ୍ଡରେ ପଡି ହାଟରେ ଗଡିବା ପରେ ଏବେ ବର୍ଷା-ଅନୁଭବ ବିବାହ ବିଚ୍ଛେଦ ପାଇଁ ଆବେଦନ କରି କୋର୍ଟ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି।

୫ ମାସର ତଳର କଥା। ଗୋଟିଏ ଭିଡିଓ ଭାଇରାଲ ହୁଏ। ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ବିଚ୍ ରାସ୍ତାରେ ମାଡ ମାରି ହଟହଟା କରନ୍ତି ବାବୁସାନଙ୍କ ପତ୍ନୀ। ଅଭିଯୋଗର ଅନ୍ତରାଳରେ ଥାଏ ପରକୀୟା ପ୍ରୀତିର ଅଭିଯୋଗ। ବାବୁସାନ-ପ୍ରକୃତିଙ୍କ୍ କୌଣସି ବ୍ୟକ୍ତିଗତ ସମ୍ପର୍କ ରହିଛି ବୋଲି ସନ୍ଦେହ କରୁଥିଲେ ପତ୍ନୀ ତୃପ୍ତି । ଆଉ ଶେଷରେ ସୁଯୋଗ ମିଳିଗଲା। ଉଭୟଙ୍କୁ ଏକାଠି ଦେଖି ଏମିତି କାଣ୍ଡ ଭିଆଇଲେ ଯେ, ସାରା ଓଡ଼ିଶା ଦେଖିଲା। ଭିଡିଓ ଭାଇରାଲ ହେବା ପରେ ଥାନାରେ ଅଭିଯୋଗ ହୁଏ। ଏଠି କିନ୍ତୁ ପୁଅର ସପକ୍ଷରେ ନ ବାହାରି ବୋହୂ ସପକ୍ଷରେ ବାହାରନ୍ତି ବାବୁସାନଙ୍କ ମା’ ତଥା ଭେଟେରାନ ଓଡିଆ ଅଭିନେତ୍ରୀ ଅପରାଜିତା। ଘର ଭାଙ୍ଗୁ ଭାଙ୍ଗୁ ଅଳ୍ପକେ ବର୍ତ୍ତିଯାଏ। ପ୍ରକୃତି ଆଉ ବାବୁସାନ ଏକାଠି ଦୃଶ୍ୟମାନ ହୁଅନ୍ତିନି।

ଖାଲି ଓଲିଉଡରେ ନୁହେଁ ବଲିଉଡରେ ମଧ୍ୟ ଷ୍ଟାର ଦମ୍ପତ୍ତି ବିବାଦର ଅନେକ କାହାଣୀ ରହିଛି। ଆଉ ଏ ସବୁ କାହାଣୀର ଆରମ୍ଭ ପ୍ରେମରୁ ହୋଇ ପ୍ରତାରଣାରେ ସରିଛି। କୋର୍ଟକୁ ଘୋଷଡା ହେଉଛି ଭଲପାଇବା। ଫିଲ୍ମି ଚିରିତ୍ରମାନଙ୍କୁ ଆଦର୍ଶ ଭାବୁଥିବା ଲୋକେ ଏମିତି ଆଦର୍ଶମାନଙ୍କୁ ଆଦୌ ଅନୁକରଣ ନ କରିବା ଭଲ ବୋଲି ବୁଦ୍ଧିଜୀବୀମାନଙ୍କ ମତ।