ସିଟି ହସ୍ପିଟାଲ ଦାବିରେ ରାଜ୍ୟପାଳଙ୍କୁ ଭେଟିଲେ କେନ୍ଦ୍ରାପଡ଼ା ମେଡିକାଲ କ୍ରିୟାନୁଷ୍ଠାନ କମିଟି
ସିଟି ହସ୍ପିଟାଲ ଦାବିରେ ରାଜ୍ୟପାଳଙ୍କୁ ଭେଟିଲେ କେନ୍ଦ୍ରାପଡ଼ା ମେଡିକାଲ କ୍ରିୟାନୁଷ୍ଠାନ କମିଟି

*ସିଟି ହସ୍ପିଟାଲ ଦାବିରେ ରାଜ୍ୟପାଳଙ୍କୁ ଭେଟିଲେ କେନ୍ଦ୍ରାପଡ଼ା ମେଡିକାଲ କ୍ରିୟାନୁଷ୍ଠାନ କମିଟି.*
ଭୁବନେଶ୍ୱର ତା ୧୫/୦୨/୨୩ ରିଖ:-ଫେବୃଆରୀ ୧୫ ତାରିଖ ଆଜି କେନ୍ଦ୍ରାପଡ଼ା ମେଡିକାଲ କ୍ରିୟାନୁଷ୍ଠାନ କମିଟି ତରଫରୁ ୭ ଜଣିଆ ପ୍ରତିନିଧି ଦଳ ଅପରାହ୍ନ ୧.୧୦ମିରେ ରାଜଭବନରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ଏକ ସ୍ମାରକପାତ୍ର ପ୍ରଦାନ କରିଛନ୍ତି।ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳରେ ସର୍ବଶ୍ରୀ ବିଜେପି ନେତା ଏମ ଦି ସଲିମ ଖାଁ,ସିପିଏମ ନେତା ଗୟାଧର ଧଳ, ପୂର୍ବତନ କାଉନସିଲର ଆକବର ଅଲ୍ଲୀ, କାଉନସିଲର ରଶ୍ମିତା ସିଂହ, ଜିଲ୍ଲା କଂଗ୍ରେସ ଉପସଭାପତି ସୌମେନ୍ଦ୍ର ପୃଷ୍ଟି, ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମନ୍ତ କୁମାର ଜେନା ସାମିଲ ହୋଇଥିଲେ।
ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ କୌଣସି ବିକଳ୍ପ ବ୍ୟବସ୍ଥା ନ କରି ସରକାରଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କେନ୍ଦ୍ରାପଡ଼ା ସହର ବାହାର ଶ୍ୟାମଗୁଡ଼ିଆ କୁ ସ୍ଥାନାନ୍ତର ନିଷ୍ପତ୍ତି ଯୋଗୁ ଜନ ଅସନ୍ତୋଷ ସୃଷ୍ଟି ହୋଇଛି। ସହରର ତିନି ଚତୁର୍ଥାଂଶ ଲୋକଙ୍କ ସମେତ ପଡୋଶୀ କେନ୍ଦ୍ରାପଡ଼ା ବ୍ଲକର ୧୩ ଟି ପଂଚାୟତର ଲୋକସଂଖ୍ୟା ମିଶି ପ୍ରାୟ ୧.୧୫ ଲକ୍ଷ ଲୋକେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମହା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସେଥିନିମନ୍ତେ ଗୋଟିଏ ଅର୍ବାନ ସିଏଚସି ବା ସିଟି ହସ୍ପିଟାଲ ସେହି ଡିଏଚଏଚ ଚାଲୁଥିବା ସ୍ଥାନ ଖଦିଅଙ୍ଗରେ ପ୍ରତିଷ୍ଠା କରାଯାଉ।
ସିଟି ହସ୍ପିଟାଲ ସପକ୍ଷରେ ଯୁକ୍ତି ଦର୍ଶାଯାଇଛି ଯେ କେନ୍ଦ୍ରାପଡ଼ା ପୌର ପରିଷଦର ଅଧକ୍ଷାଙ୍କ ସମେତ ସମସ୍ତ ୨୧ ଜଣ କାଉନସିଲର ଏକାଠି ହୋଇ ଜିଲ୍ଲାପାଳଙ୍କୁ ଦାବି ଜଣାଇଛନ୍ତି ଓ ଏ ସଂକ୍ରାନ୍ତରେ ପରିଷଦରେ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇଛି।
ଜିଲ୍ଲାପାଳ ମଧ୍ୟ ଦାବି ସପକ୍ଷରେ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କୁ ଚିଠି ଲେଖି ଅନୁକୂଳ ମତ ରଖିଛନ୍ତି।
ବରଗଡ଼ରେ ଅନୁରୂପ ପରିସ୍ଥିତିରେ ସରକାର ୨୦୨୦ ରେ ଅର୍ବାନ ସିଏଚସି ପ୍ରତିଷ୍ଠା କରିଥିବା ସ୍ଥଳେ ରାଜ୍ୟର ସର୍ବପୁରାତନ ୧୫୪ ବର୍ଷର କେନ୍ଦ୍ରାପଡ଼ା ମୁନିସିପାଲିଟିକୁ ଅଣଦେଖା କରିବା ଘୋର ଅବିଚାର ବ୍ୟତୀତ କଣ ହୋଇପାରେ ବୋଲି ପ୍ରଶ୍ନ କରାଯାଇଛି।
*ହସ୍ପିଟାଲର ଯଥାର୍ଥତା ହେତୁ ଗତ ଜାନୁଆରୀ ୧୭ ରେ କ୍ରିୟାନୁଷ୍ଠାନ କମିଟି ତରଫରୁ ଦିଆଯାଇଥିବା କେନ୍ଦ୍ରାପଡ଼ା ବନ୍ଦକୁ ଅଭୁତପୂର୍ବ ସଫଳତା ମିଳିଛି ଓ ଜାନୁଆରୀ ୨୪ ରୁ ଆରମ୍ଭ ହୋଇଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣାରେ ଜନ ସମର୍ଥନ ବଢ଼ି ଚାଲିଛି।*
*ସୁତରାଂ ସର୍ବନିମ୍ନ ୫ ଜଣ ବିଶେଷଜ୍ଞ,୩୦ ଶଯ୍ୟା ସମେତ ଅନୁସାଙ୍ଗିକ ସ୍ୱାସ୍ଥ୍ୟ ସେବା ଥାଇ ସେହି ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନରେ ତୁରନ୍ତ ସିଟି ହସ୍ପିଟାଲ ପ୍ରତିଷ୍ଠା କରାଯିବାକୁ ରାଜ୍ୟପାଳ ମହୋଦୟ ସରକାରଙ୍କୁ ପରାମର୍ଶ ଦେବାକୁ ଅନୁରୋଧ କରାଯାଇଛି।*
*ମାନ୍ୟବର ରାଜ୍ୟପାଳ ପ୍ରଫେସର ଲାଲ ପ୍ରତିନିଧିଦଳଙ୍କ ଠାରୁ ଧର୍ଯ୍ୟର ସହ ଶୁଣି ଦାବି ପ୍ରତି ସହାନୁଭୂତି ଜଣାଇଥିଲେ ଓ ସରକାରଙ୍କୁ ଅନୁକୂଳ ସୁପାରିଶ କରିବେବୋଲି ପ୍ରତିଶୃତି ଦେଇଛନ୍ତି।*