କେନ୍ଦ୍ରାପଡ଼ା ରସାବଳି ର ସ୍ୱାଦ ଚାଖିବ ସାରାବିଶ୍ଵ

କେନ୍ଦ୍ରାପଡ଼ା ରସାବଳି ର ସ୍ୱାଦ ଚାଖିବ ସାରାବିଶ୍ଵ

ଗତକାଲି କେନ୍ଦ୍ରାପଡ଼ାବାସୀଙ୍କ ପାଁଇ ଏକ ଐତିହାସିକ ଦିନ ଥିଲା କହିଲେ ଅତ୍ୟୁକ୍ତି ହେବନି କାରଣ ଗତକାଲି କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳୀକୁ ମିଳିଛି ଜିଆଇ ଟ୍ୟାଗ ର ମାନ୍ୟତା l ୨୦୨୧ ମସିହାରେ କେନ୍ଦ୍ରାପଡ଼ା ରସାବଳୀକୁ ଜିଆଇ ଟ୍ୟାଗ ମାନ୍ୟତା ପାଁଇ ଆବେଦନ ହୋଇଥିଲା l ଜିଓଗ୍ରାଫିକାଲ ଇଣ୍ଡିକେସନ ସାର୍ଟିଫିକେସନ କୁ ରସାବଳୀକୁ ନେଇ ସମସ୍ତ ସମସ୍ତ ତଥ୍ୟ ପ୍ରଦାନ କରାଯାଇଥିଲା l ରସାବଳୀ କୁ ଜିଆଇ ଟ୍ୟାଗ ମିଳିବା ପରେ ସମସ୍ତ କେନ୍ଦ୍ରାପଡ଼ାବାସୀ,ଜିଲ୍ଲା ପ୍ରଶାସନ ଓ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ମୁଖ୍ୟମନ୍ତ୍ରୀ ଏହା ଓଡିଶା ପାଁଇ ଗୌରବର ବିଷୟ ବୋଲି ଟୁଇଟ ମାଧ୍ୟମରେ କହିଛନ୍ତି l

ଓଡ଼ିଶାର ଖାଦ୍ୟ,ସଂସ୍କୃତି ଏବଂ ପରମ୍ପରା ରେ ରସାବଳୀର ମହତ୍ବ ରହିଛି lକେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପାଖରେ ପ୍ରତିଦିନ ସନ୍ଧ୍ୟାରେ ରସାବଳୀ ଭୋଗ ଲାଗି ହୋଇଥାଏ l

କ୍ଷୀର,ଘିଅ,ଛେନା ଏବଂ ଧଳା ଗୁଡ଼ ବା ଆଖୁର ଦୋରୁଅରେ ପ୍ରସ୍ତୁତ ହୋଇଥାଏ ରସାବଳୀ ରସାବଳୀ କୁ ଜିଆଇ ଟ୍ୟାଗ ମିଳିବା ପରେ ସମଗ୍ର ଜିଲ୍ଲାବାସୀ ବେଶ ଖୁସୀ ବ୍ୟକ୍ତ କରିଛନ୍ତି l ରସାବଳୀ କୁ ଜିଆଇ ଟ୍ୟାଗ ମାନ୍ୟତା ପାଁଇ କେନ୍ଦ୍ରାପଡ଼ା ରସାବଳୀ ନିର୍ମାତା ସଙ୍ଘ ର ଦୀର୍ଘ ଦିନରୁ ଦାବୀ ହୋଇ ଆସୁଥିଲା l ଜଣେ ଆଗ ଧାଡ଼ିର ସମାଜସେବୀ ତଥା କେନ୍ଦ୍ରାପଡ଼ା ମାଟିର ଝିଅ ଜ୍ୟୋତ୍ସ୍ନାମୟୀ ପରିଡା ପ୍ରଚେଷ୍ଟା ରେ ଆଜି କେନ୍ଦ୍ରାପଡ଼ା ର ପ୍ରସିଦ୍ଧ ରସାବଳୀ ବିଶ୍ଵ ଦରବାର ରେ ପରିଚିତ ହେବା ସହିତ ଜିଆଇ ଟ୍ୟାଗ ର ମାନ୍ୟତା ମଧ୍ୟ ପାଇପାରିଛି l

ସଂସ୍କୃତି ଓ ପରମ୍ପରା ସୁରକ୍ଷା ସମିତି ଓଡିଶା ର ସଭାପତି ଭାବରେ ଜ୍ୟୋତ୍ସ୍ନାମୟୀ ପରିଡା ଦୀର୍ଘ ଦିନରୁ ରସାବଳୀ କୁ ନେଇ ଅନେକ କାର୍ଯ୍ୟକ୍ରମ କରିବା ସହିତ ଚଳିତ ବର୍ଷ ଭୁବନେଶ୍ୱର ଠାରେ ବଳଦେବଜୀଉଙ୍କ ଜନ୍ମ ଦିବସ ରେ ରସାବଳୀ ଦିବସ ର ଆୟୋଜନ କରିବା ସହିତ ରସାବଳୀ କୁ ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l

ତାଙ୍କ ସହିତ ସଂସ୍କୃତି ଓ ପରମ୍ପରା ସୁରକ୍ଷା ସମିତି ର ସମ୍ପାଦିକା ରଶ୍ମିତା ଖଟୁଆ,ସଦସ୍ୟ ତଥା ଚଳଚିତ୍ର ନିର୍ଦେଶକ ଚନ୍ଦ୍ରଭାନୁ କର,ସଦସ୍ୟ ନିରଞ୍ଜନ ମେକାପଙ୍କ ସହିତ ସଂସ୍କୃତି ଓ ପରମ୍ପରା ସୁରକ୍ଷା ସମିତି ଓଡ଼ିଶା ର ସମସ୍ତ ସଦସ୍ୟ ମାନଙ୍କ ଦୃଢ଼ ଇଛା ଶକ୍ତି ଓ ଉଦ୍ୟମରେ ଆଜି କେନ୍ଦ୍ରାପଡ଼ା ର ରସାବଳୀ ଜିଆଇ ଟ୍ୟାଗ ପାଇପାରିଛି,ଜିଲ୍ଲାର ସମସ୍ତ ବୁଦ୍ଧିଜୀବି ଓ ଜନସାଧାରଣ ଜ୍ୟୋତ୍ସ୍ନାମୟୀଙ୍କ ଏହି ମହାନ କାର୍ଯ୍ୟକୁ ବେଶ ପ୍ରଶଂସା କରିବା ସହିତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l

କେନ୍ଦ୍ରାପଡ଼ା ରୁ ବଳରାମ ବେହେରା ଓ ଏନ ଏମ ନିୟୁଜ,