ବିଜେଡି ଦଳରେ ମୁଁ ବର୍ତ୍ତମାନ ସଦସ୍ୟ ନାହିଁ : ଅମର ଶତପଥୀ

ବିଜେଡି ଦଳରେ ମୁଁ ବର୍ତ୍ତମାନ ସଦସ୍ୟ ନାହିଁ : ଅମର ଶତପଥୀ

 ବିଜେଡି ଦଳରେ ମୁଁ ବର୍ତ୍ତମାନ ସଦସ୍ୟ ନାହିଁ । ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ଅମର ଶତପଥୀ। ସେ ଆହୁରି ମଧ୍ୟ କହିଛନ୍ତି  ନିର୍ବାଚନ ପୂର୍ବରୁ ବିଜେପି ସହ ଅନ୍ୟ ଦଳ ବି ଯୋଗାଯୋଗ କରିଥିଲେ କିନ୍ତୁ ପ୍ରାର୍ଥୀ ହୋଇନି । କିନ୍ତୁ ପରବର୍ତ୍ତୀ ନିଷ୍ପତ୍ତି ବାବଦରେ ସମସ୍ତଙ୍କ ସହ ବିଚାର ବିମର୍ଶ କରି ନିଷ୍ପତ୍ତି ନେବି ।

ବର୍ତ୍ତମାନ ବିଜେଡିରେ ମୁଁ ସଦସ୍ୟ ନାହିଁ । ସଦସ୍ୟତା ନବୀକରଣ କରିନାହିଁ । ଦଳରେ ଯାହା ତ୍ରୁଟି ଥିଲା ଜଣାଇଥିଲି । ନିର୍ବାଚନ ପୂର୍ବରୁ ବିଜେଡିକୁ ଲୋକ ଚାହୁଁଥିଲେ କିନ୍ତୁ ଦଳର କିଛି କାର୍ଯ୍ୟକ୍ରମ ଗ୍ରହଣୀୟ ହେଲାନି । ଏହାକୁ ଗ୍ରହଣ ନକରି ରାଜନୈତିକ ବୟାନବାଜି କଲେ କିଛି ସମସ୍ୟା ନାହିଁ । ଦଳର ନେତା ନିଷ୍ପତ୍ତି ନେବେ କାହାର ଆବଶ୍ୟକ ଅଛି  କି ନାହିଁ । ଲୋକ ସାର୍ଟିଫିକେଟ ଦେବେ ବୋଲି କହିଛନ୍ତି ଅମର ଶତପଥୀ।