ଦଳ ଦେଲାନି ଟିକେଟ; ବିଜେଡି ଛାଡ଼ିଲେ ପୂର୍ବତନ ଉପବାଚସ୍ପତି

ସାରା ଦେଶରେ ବାଜି ସାରିଲାଣି ନିର୍ବାଚନୀ ବିଗୁଲ। ପାଖେଇ ଆସିଲାଣି ନିର୍ବାଚନ ତାରିଖ।

ଦଳ ଦେଲାନି ଟିକେଟ; ବିଜେଡି ଛାଡ଼ିଲେ ପୂର୍ବତନ ଉପବାଚସ୍ପତି

ସାରା ଦେଶରେ ବାଜି ସାରିଲାଣି ନିର୍ବାଚନୀ ବିଗୁଲ। ପାଖେଇ ଆସିଲାଣି ନିର୍ବାଚନ ତାରିଖ। ଗଣତନ୍ତ୍ରର ମହା ପର୍ବକୁ ଅନାଇ ବସିଛନ୍ତି ସମସ୍ତେ। ଚଳିତଥର ଦେଶରେ ୭ଟି ପର୍ଯ୍ୟାୟରେ ହେବ ମତଦାନ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସମସ୍ତ ରାଜନୈତିକ ଦଳ ପ୍ରଚାର ପ୍ରସାରରେ ଲାଗିପଡିଛନ୍ତି। ଏହାରି ମଧ୍ୟରେ ନେତାଙ୍କ ଦଳ ଡିଆଁ ପର୍ବ ମଧ୍ୟରେ ଜାରି ରହିଛି।

ବିଜୁ ଜନତା ଦଳ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କୁ ଟିକେଟ ଦେଇଥିବାବେଳେ ଟିକେଟ ପାଇନଥିବା ଆଶାୟୀ ଦଳରୁ ମୁହଁ ଫେରିବା ଆରମ୍ଭ କରିଛନ୍ତି। ଏହି କ୍ରମରେ ବିଜେଡି ଛାଡ଼ିଲେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା। ଦଳ ତାଙ୍କୁ ଦୁଇ ଡୁଇଁ ଥର ଟିକେଟ ନଦେବାରୁ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଇସ୍ତଫା ପତ୍ର ସୁପ୍ରିମୋଙ୍କୁ ପଠାଇଛନ୍ତି।