ମୋଦୀଙ୍କ ପାଖରେ ଏହି ଦାବି ରଖିଲେ ନବୀନ

ବନେ୍ଦ ଭାରତ ଏକ୍ସପ୍ରେସର ଲୋକାର୍ପଣ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ସାମିଲ ହୋଇଛନ୍ତି ।

ମୋଦୀଙ୍କ ପାଖରେ ଏହି ଦାବି ରଖିଲେ ନବୀନ

ବନେ୍ଦ ଭାରତ ଏକ୍ସପ୍ରେସର ଲୋକାର୍ପଣ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ସାମିଲ ହୋଇଛନ୍ତି । ଏହି ଅବସରରେ ସେ ନିଜର ସମ୍ବୋଧନ ରଖିବା ସହ ଓଡ଼ିଶା ପକ୍ଷରୁ ବିଭିନ୍ନ ଦାବି ରଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଭିସି ମାଧ୍ୟମରେ ସାମିଲ ହୋଇଥିବାବେଳେ ତାଙ୍କ ଆଗରେ ହିଁ ମୁଖ୍ୟମନ୍ତ୍ରୀ କିଛି ଦାବି ଉପସ୍ଥାପନ କରିଛନ୍ତି ।

- ପୁରୀ ଇଣ୍ଟରନ୍ୟାସନାଲ ବିମାନବନ୍ଦର ଦାବିକୁ ନବୀନ ପୁଣି ଥରେ ଦୋହରାଇଛନ୍ତି
-ଆଗାମୀ ୩/୪ ଭିତରେ ବିମାନବନ୍ଦର କାମ ସରିବା ନେଇ ନବୀନ ଆଶାବ୍ୟକ୍ତ କରିଛନ୍ତି ।
-ନିଜେ ପ୍ରଧାନମନ୍ତ୍ରୀ ପୁରୀ ଆସି ଲୋକାର୍ପଣ କରିବେ ବୋଲି ନବୀନ କହିଛନ୍ତି
- ରାଜ୍ୟ ପାଇଁ ଆଉ ୨ଟି ବନେ୍ଦ ଭାରତ ଏକ୍ସପ୍ରେସ ପାଇଁ ନବୀନ ଦାବି କରିଛନ୍ତି
-ପୁରୀ-ରାଉରକେଲା ଓ ଭୁବନେଶ୍ୱର-ହାଇଦ୍ରାବାଦ ମଧ୍ୟରେ ବନେ୍ଦ ଭାରତ ଚଳାଚଳ ପାଇଁ ନବୀନ ଦାବି ରଖିଛନ୍ତି
-ଅନୁଗୁଳ-ସୁକିନ୍ଦା ଓ ପାରାଦୀପ-ହରିଦାସପୁର ଲାଇନରେ ପ୍ୟାସେଞ୍ଜର ଟ୍ରେନ ଚଳାଚଳ ପାଇଁ ବି ନବୀନ ଦାବି ରଖିଛନ୍ତି
-ଏହାଛଡ଼ା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଶୀଘ୍ର ବୁଲେଟ ଟ୍ରେନ ସ୍ୱପ୍ନ ସାକାର ନେଇ ମଧ୍ୟ ନବୀନ ଆଶାବ୍ୟକ୍ତ କରିଛନ୍ତି