ପାରାଦୀପ ପୌରାଞ୍ଚଳରେ ସେବା କାର୍ଯ୍ୟରତ କର୍ମୀ ମାନଙ୍କୁ ସାଇକେଲ ପ୍ରଦାନ
ମିଶନଶକ୍ତି ଅଭିଯାନରେ ସାମିଲ ହୋଇ ସାଇକେଲ ବାଣ୍ଟିଲା ପାରାଦୀପ ପୌର ପରିଷଦ

ପାରାଦୀପ – ଗୋଷ୍ଠୀ ସହଭାଗିତାର ଉତ୍ସବ ପାଳନ ଅବସରରେ ଲୋକସେବା ଭବନ ଠାରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସହରାଞ୍ଚଳରେ କାର୍ଯ୍ୟରତ ସ୍ବଚ୍ଛକର୍ମୀ , ସ୍ଵଚ୍ଛସାଥ୍ , ଜଳସାଥୀ , ଆହାର କର୍ମୀ ଏବଂ ସୁପର ଭାଇଜର ମାନଙ୍କୁ ସାଇକେଲ ପ୍ରଦାନ ଶୁଭାରମ୍ଭ କରିଛନ୍ତି ।
ଏହି ଉପଲକ୍ଷେ ଆଜି ସ୍ଥାନୀୟ ପାରାଦୀପ ପୌର ପରିଷଦ ପକ୍ଷରୁ ଆୟୋଜିତ ଉତ୍ସବରେ , ପାରାଦୀପ ପୌରାଞ୍ଚଳ ରେ କାର୍ଯ୍ୟରତ ୮୦ ଜଣ ସ୍ବଚ୍ଛକର୍ମୀ , ସ୍ବଚ୍ଛ ସାଥ୍ , ଜଳସାଥୀ , ଆହାର କର୍ମୀ ଏବଂ ସୁପର ଭାଇଜର ମାନଙ୍କୁ ସାଇକେଲ ପ୍ରଦାନ କରାଯାଇଛି । ବିଭିନ୍ନ ସେବା କାର୍ଯ୍ୟରେ ଲିପ୍ତ ଏହି କର୍ମୀମାନେ ସାଇକେଲ ପାଇଥିବାରୁ ସେମାନଙ୍କ ସମୟ ଅପଚୟ ନ ହେବା ସହିତ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ ବୋଲି ମୁଖ୍ୟ ଅତିଥି ତଥା ପାରାଦୀପ ପୌର ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ବସନ୍ତ କୁମାର ବିଶ୍ଵାଳ ମତ ବ୍ୟକ୍ତ କରିଛନ୍ତି ।
ଆଗାମୀ ଦିନରେ ସେମାନଙ୍କୁ ଅଧିକ ସୁବିଧା ଓ ସୁଯୋଗ ଦିଆଯିବ ବୋଲି ସେ ପ୍ରକାଶ କରିବା ସହିତ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ରେ ଏହା ଏକ ଲୋକାଭିମୁଖୀ ପ୍ରୟାସ ବୋଲି କହିଛନ୍ତି । ରାଜ୍ୟ ସରକାରଙ୍କ ଏହି ଅଭିନବ ପ୍ରୟାସକୁ ପୌର ପରିଷଦର ଉପାଧ୍ୟକ୍ଷ ଙ୍କ ସମେତ ସମସ୍ତ ଉପସ୍ଥିତ ପାରିଷଦ ବେଶ୍ ପ୍ରଶଂସା କରି କାର୍ଯ୍ୟ ରଥ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ନିମନ୍ତ୍ରିତ ବ୍ୟକ୍ତି ବିଶେଷ ଓ ବହୁ ମାଣ୍ୟ ଗଣ୍ୟ ବ୍ୟକ୍ତି ଏବଂ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।