ପାରାଦୀପ ବନ୍ଦରରେ ନୂତନ ଉପାଧ୍ୟକ୍ଷ

ଭାରତୀୟ ରାଜସ୍ୱ ସେବା ଅଧିନସ୍ଥ ୨୦୦୮ ବ୍ୟାଚ୍ ର ବରିଷ୍ଠ ଅଧିକାରୀ ଶ୍ରୀଯୁକ୍ତ ନୀଲଭ୍ରା ଦାସଗୁପ୍ତା ଆଜି ବିଦ୍ଧିବଦ୍ଧ ଭାବେ ପାରାଦୀପ ବନ୍ଦର ପ୍ରାଧିକରଣର ଉପାଧ୍ୟକ୍ଷ ବା ଡେପୁଟି ଚେୟାରମ୍ୟାନ୍ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି।

ପାରାଦୀପ ବନ୍ଦରରେ ନୂତନ ଉପାଧ୍ୟକ୍ଷ

ଗତ କିଛି ଦିନ ହେବ ପାରାଦୀପ ବନ୍ଦର ରେ ଖାଲି ପଡିଥିବା ଉପାଧ୍ୟକ୍ଷ ପଦ ଆଜି ପୂରଣ ହୋଇଛି।

ଭାରତୀୟ ରାଜସ୍ୱ ସେବା ଅଧିନସ୍ଥ ୨୦୦୮ ବ୍ୟାଚ୍ ର ବରିଷ୍ଠ ଅଧିକାରୀ ଶ୍ରୀଯୁକ୍ତ ନୀଲଭ୍ରା ଦାସଗୁପ୍ତା ଆଜି ବିଦ୍ଧିବଦ୍ଧ ଭାବେ ପାରାଦୀପ ବନ୍ଦର ପ୍ରାଧିକରଣର ଉପାଧ୍ୟକ୍ଷ ବା ଡେପୁଟି ଚେୟାରମ୍ୟାନ୍ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି।

ଦାୟିତ୍ଵ ଗ୍ରହଣ କରିବା ପରେ ବନ୍ଦର ର ବିଭିନ୍ନ ବିଭାଗୀୟ ମୁଖ୍ୟ ଓ ଅନେକ ବରିଷ୍ଠ ପଦାଧିକାରୀ ଶ୍ରୀଯୁକ୍ତ ଦାସଗୁପ୍ତା ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ତେବେ ଦାୟିତ୍ଵ ଗ୍ରହଣ କରିବା ପରେ ଶ୍ରୀଯୁକ୍ତ ଦାସଗୁପ୍ତା କହିଛନ୍ତି ଯେ ପାରାଦୀପ ବନ୍ଦରର ବିକାଶ ହିଁ ପ୍ରାଥମିକତା ରହିବ। ଭାରତ ବର୍ଷର ପୂର୍ବ ଉପକୂଳ ର ଏହି ବନ୍ଦର ରାଜ୍ୟ ତଥା ଦେଶର ଅର୍ଥନୀତି ଉପରେ ଯଥେଷ୍ଟ ଅବଦାନ ରହିଛି। ସେଦୃଷ୍ଟିରୁ ଭାରତ ସରକାର ଯେପରି ବନ୍ଦର ଗୁଡିକ ର ଅଭିବୃଦ୍ଧି ଉପରେ ଦୃଷ୍ଟି ଦେଉଛନ୍ତି ସେଦୃଷ୍ଟିରୁ ପୂର୍ବ ଉପକୂଳ ର ଏହି ବନ୍ଦର ଉପରେ ମଧ୍ୟ ସମସ୍ତ ଙ୍କ ଦୃଷ୍ଟି ରହିଛି। ଏହାର ଭିତ୍ତିଭୂମି ଓ ଭୌଗଳିକ ସ୍ଥିତି ଯାହା ରହିଛି ଏହା ଶୀର୍ଷ ସ୍ଥାନରେ ପହଞ୍ଚି ସାରିଛି ଓ ସେଥିପ୍ରତି ଅଧିକ ଦୃଷ୍ଟି ଦେଇ ଆହୁରି ଯତ୍ନବାନ ହେଲେ ଏହା ଦୀର୍ଘ ମିଆଦୀ ରେ ବଜାୟ ରହିବ। ସେଥିପାଇଁ ପୂର୍ବରୁ ଜାରି ରହିଥିବା ଅନ୍ ଗୋଇଙ୍ଗ୍ ପ୍ରୋଜେକ୍ଟ ଓ ଆଗକୁ ଅପ୍ କମିଙ୍ଗ୍ ପ୍ରୋଜେକ୍ଟ ଉପରେ ନୂତନ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଦାସଗୁପ୍ତା ବରିଷ୍ଠ ପଦାଧିକାରୀ ଙ୍କ ମିଶି ଆଲୋଚନା କରିବା ସହ କାର୍ଯ୍ୟ ଗୁଡ଼ିକୁ ସମୀକ୍ଷା କରିଛନ୍ତି। ଏଥିସହ ବନ୍ଦର ବିକାଶ ଧାରା କିପରି ବଜାୟ ରହିବ ଓ ଏନେଇ ସମସ୍ତ ଙ୍କ ସହଯୋଗ କାମନା କରିବା ସହ ପୂର୍ବ ଉପକୂଳ ରେ ଥିବା ଏହି ଆନ୍ତର୍ଜାତିକ ବନ୍ଦରକୁ ବିଶ୍ବ ଦରବାରରେ କିପରି ଆହୁରି ଲୋକପ୍ରିୟ କରାଇ ହେବ ଏବଂ ଏନେଇ ବନ୍ଦର ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ସହିତ ଉତ୍ତମ ବୁଝାମଣା ରେ ପ୍ରଗତି ର ରଥ ଆଗକୁ ଯିବ ସେନେଇ ସମସ୍ତ ପ୍ରୟାସ କରାଯିବ ବୋଲି ନୂତନ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଦାସଗୁପ୍ତା ସୂଚନା ଦେଇଛନ୍ତି

Shri Nilabhra Dasgupta assumed the charge of Deputy Chairman of paradip port today.

He is an Indian Revenue Service Officer of 2008 batch. After assuming charge,

he said that his priority will be taking PPA to greater heights in the coming years