5T ସଚିବ ଙ୍କ ବୌଦ୍ଧ ଗସ୍ତ

5T ସଚିବ ଙ୍କ ବୌଦ୍ଧ ଗସ୍ତ

5T ସଚିବ ଙ୍କ ବୌଦ୍ଧ ଗସ୍ତ

ବୌଦ୍ଧ : ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ 5T ସଚିବ ଭି.କେ ପଣ୍ଡିଆନ। ବିଭିନ୍ନ ପ୍ରକଳ୍ପର ଅନୁଧ୍ୟାନ କରିବା ସହିତ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗଦେବେ 5T ସଚିବ। ଏଥିସହ ଲୋକଙ୍କ ସମସ୍ୟା ବାବଦରେ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି। ତେବେ ଜିଲ୍ଲାର ୩ଟି ଯାକ ବ୍ଲକ୍ କୁ ମାରାଥନ ଗସ୍ତ କରିବେ ୫ଞ ସଚିବ। ସୋନପୁର ସର୍କିଟ ହାଉସରୁ ବାହାରି ପ୍ରଥମେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକର ଦେଉଳି, ଖଟଖଟିଆ ଏବଂ ଖଇର ମାଳ ଠାରେ ଚାଲିଥିବା ତିନୋଟି ମେଗା ଲିପ୍ଟ ପ୍ରକଳ୍ପ ର ଅନୁଧ୍ୟାନ କରିବେ । ପରେ ହେଲିକପ୍ଟର ଯୋଗେ କଣ୍ଟାମାଳ ବ୍ଲକ ଆମ୍ବଗାଁ ସ୍ଥିତ ଜନତା ହାଇସ୍କୁଲ ପଡିଆରେ ଅବତରଣ କରି ମାଣ୍ଡିଆ ଜୋର୍ ସମଲେଶ୍ଵରୀ ନାଳ ବ୍ରିଜ ଏବଂ ଫାସେଡର ଉନ୍ନତୀ କାର୍ୟ୍ୟର ଅନୁଧ୍ୟାନ କରିବେ ।

ସେହିପରି ଜନତା ହାଇସ୍କୁଲ ପଡିଆରେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ପରେ ଜନତା 5T ସ୍କୁଲରେ ଛାତ୍ରଛାତ୍ରୀଙ୍କ ସହ କଥା ବାର୍ତ୍ତା ହେବାର କାର୍ୟ୍ୟକ୍ରମ ରହିଛି । ପରେ ବୌଦ୍ଧ ସହର ସ୍ଥିତ ଷ୍ଟାଡିୟମ୍ ପଡିଆରେ ମିଶନ ଶକ୍ତିର ମହିଳା ମାନଙ୍କ ସହ ଆଲୋଚନା କରିବେ । ସେହିପରି କୃଷକ ବଜାର ପରିଦର୍ଶନ କରି ସେଠାରେ ଥିବା ମିଶନ ଶକ୍ତି କାଫେ ଏବଂ ବୁଣାକାର ବଜାର ପରିଦର୍ଶନ କରି ବୁଣାକାର ମାନଙ୍କ ସହିତ ଆଲୋଚନା କରିବେ । ଏହାପରେ ମହାନଦୀ ଉପରେ ନୂତନ ଭାବେ ନିର୍ମାଣ ହୋଇଥିବା ମର୍ୟାକୁଦ ବ୍ରିଜ ପରିଦର୍ଶନ ରେ ଯିବେ । ଜିଲ୍ଲା ମ୍ୟୁଜିୟମ ଠାରେ ଜିଲ୍ଲାର ବିଭିନ୍ନ ସଂଗଠନ ମାନଙ୍କ ସହିତ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି । ଆମ ହସ୍ପିଟାଲ ଠାରେ ନୂତନ ଭାବେ ଉଦଘାଟିତ ହୋଇଥିବା ସଂଜୀବନୀ ମାଗଣା ଡାଇଲିଶିସ କେନ୍ଦ୍ର ଏବଂ ୩୦୦ ଶଯ୍ୟା ବିଶିଷ୍ଟ ନୂତନ ମେଡିକାଲର କାର୍ୟ୍ୟ ଚାଲୁ ରହିଥିବା ବେଳେ ତାର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବେ ।ଶେଷରେ ଭୈରବୀ ମିନି ଷ୍ଟାଡିୟମ ଠାରେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି କରିବେ ।