ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ହେଲିକପ୍ଟରରେ ଗଲେ ଚଣ୍ଡିଖୋଲ

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ହେଲିକପ୍ଟରରେ ଗଲେ ଚଣ୍ଡିଖୋଲ

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ୱତନ୍ତ୍ର ବିମାନରେ ତେଲେଙ୍ଗାନାରୁ ଆସି ପହଞ୍ଚିଲେ । ଭୁବନେଶ୍ୱରରୁ ହେଲିକପ୍ଟରରେ ଚଣ୍ଡିଖୋଲ ଯିବେ । ୩ଟା ୩୦ରେ ସରକାରୀ କାର୍ଯ୍ୟକ୍ରମରେ ଦେବେ ଯୋଗ । ୪ଟା ୧୫ରେ ସାଧାରଣ ସଭାରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ତେବେ ମାସକ ପରେ ପୁଣି ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ । ଗତମାସ ୩ ତାରିଖରେ ସମ୍ବଲପୁର ଆସିଥିଲେ ।

ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟବାସୀଙ୍କୁ ଭେଟିଦେବେ ୧୯ ହଜାର ୬ଶହ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ । ଏଥିସହ ସାଧାରଣ ସଭାରେ ସେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।ପାରାଦୀପ ରିଫାଇନାରିରେ ଭାରତୀୟ ତୈଳ ନିଗମ ଲିମିଟେଡର ମନୋ ଏଥିଲିନ୍ ଗ୍ଲାଇକଲ୍ ପ୍ରକଳ୍ପକୁ ମୋଦି ଉଦଘାଟନ କରିବେ। ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ ୩୪୪ କିଲୋମିଟର ଲମ୍ବ ଉତ୍ପାଦ ପାଇପଲାଇନ୍ ପ୍ରକଳ୍ପ ଏବଂ ପାରାଦୀପରେ ନିର୍ମିତ ୦.୬ MMTPA ଏଲପିଜି ଆମଦାନୀ ସୁବିଧାର ମଧ୍ୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ।