ଦନ୍ତା ହାତୀ ଆକ୍ରମଣରେ ଯୁବକ ମୃତ
ପୁଣି ଦନ୍ତା ନେଲା ଆଉ ଏକ ଜୀବନ।

ପୁଣି ଦନ୍ତା ନେଲା ଆଉ ଏକ ଜୀବନ। ମୟୁରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜ ଅଧିନ ଜୁଆଳିଭଙ୍ଗା ଗ୍ରାମ ପଞ୍ଚାୟତ କାଳିଆନାଳ ଗ୍ରାମରେ ଦନ୍ତା ହାତୀର ଆକ୍ରମଣରେ ଯୁବକଙ୍କ ମୃତ୍ୟ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ତିନୋଟି ଦନ୍ତା ହାତୀ ଗାଁ ଭିତରକୁ ପଶି ଉତ୍ପାତ କରିଥିଲେ। ତେବେ ଦନ୍ତା ହାତୀର ଆକ୍ରମଣରେ ଶିକାର ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।
ମୃତକ ଜଣକ ହେଲେ ମୋରଡ଼ା ଥାନା ଅନ୍ତର୍ଗତ କାଳିଆନାଳ ଗ୍ରାମର ପୁଇନା ଦେହୁରୀ।ପୁଇନା ଦେହୁରୀ ତା'ର ଦୁଇ ଝିଅ ସହିତ ଘରେ ଶୋଇଥିବା ବେଳେ ହଠାତ ତିନୋଟି ହାତୀ ଆସି ଉତ୍ପାତ କରିଥିଲେ, ହାତୀ ଆସିବାର ଜାଣିପାରି ଦୁଇ ଝିଅ ଏଣେତେଣେ ଦୌଡ଼ି ପଳାଇଥିବା ବେଳେ ପୁଇନାକୁ ଗୋଟେ ଦନ୍ତା ହାତୀ ଟାଣିନେଇ ଦଳି ଦେଇଥିଲା । ଘଟଣାସ୍ଥଳରେ ପୁଇନାଙ୍କର ମୃତ୍ୟୁ ହୋଇଯାଇଛି।