ନିଶାରେ ଝୁମୁଛି ରାଜଧାନୀ ଭୁବନେଶ୍ୱର

ନିଶାରେ ଝୁମୁଛି ରାଜଧାନୀ ଭୁବନେଶ୍ୱର

ଦେଶର ତୃତୀୟ ସର୍ବାଧିକ ନିଶାଡ଼ିଙ୍କ ସହର ଭୁବନେଶ୍ୱର: କେମ୍ବ୍ରିଜ ପ୍ରିଜିମ୍ସ-ଗ୍ଲୋବାଲ ମେଣ୍ଟାଲ ହେଲର ରିପୋର୍ଟ ।ନିଶା ସେବନରେ ଭୁବନେଶ୍ୱର ଦେଶରେ ତୃତୀୟ । ନିଶାରେ ଝୁମୁଛନ୍ତି ରାଜଧାନୀର ଯୁବପିଢ଼ି । ମଦ, ଗଂଜେଇ ଓ ତମାଖୁ ସେବନ ବଢ଼ୁଛି । ଭୁବନେଶ୍ୱରର ୩୭ପ୍ରତିଶତ ଯୁବପିଢ଼ି ନିଶା କବଳରେ । କେମ୍ବ୍ରିଜ ପ୍ରିଜିମ୍ସ ଗ୍ଲୋବାଲ ମେଂଟାଲ ହେଲ୍ଥ ରିପୋର୍ଟରେ ଏମିତି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଏହି ତାଲିକାରେ ବେଙ୍ଗାଲୁରୁ ପ୍ରଥମ ଓ ଚେନ୍ନାଇ ଦ୍ୱିତୀୟ ସ୍ଥାନରେ ରହିଛି । ନିଶା ନେଉଥିବା ବ୍ୟକ୍ତିଙ୍କ ଭିତରୁ ୭୫ପ୍ରତିଶତ ନିଜ କିଶୋର ଅବସ୍ଥାରୁ ନିଶା ସେବନ ଆରମ୍ଭ କରୁଥିବା ଜଣାପଡ଼ିଛି । ଆଉ ଏକ ବିଡ଼ମ୍ବନାର ବିଷୟ ହେଉଛି ବାପା, ମାଆ ନିଶା ସେବନ କରୁଥିଲେ ସେମାନଙ୍କ ପିଲାଙ୍କ ଉପରେ ତାର ବଡ଼ ପ୍ରଭାବ ମଧ୍ୟ ରହୁଛି ।

*ନିଶା ସେବନରେ ଭୁବନେଶ୍ୱର ଦେଶରେ ତୃତୀୟ*

*ରାଜଧାନୀର ୩୭% ଯୁବପିଢ଼ି ନିଶା ସେବନ କରୁଛନ୍ତି*

*ମଦ, ଗଂଜେଇ, ତମାଖୁ ଓ ଅନ୍ୟାନ୍ୟ ନିଶା ସେବନ କରୁଛନ୍ତିି*

*ନିଶାସେବନ ତାଲିକାର ପ୍ରଥମରେ ବେଙ୍ଗଳୁରୁ*

*ବେଙ୍ଗଳୁରୁରେ ୫୪.୫% ଯୁବପିଢ଼ି କରୁଛନ୍ତି ନିଶା ସେବନ*

*ତାଲିକାର ଦ୍ୱିତୀୟରେ ଚେନ୍ନାଇ, ତୃତୀୟରେ ଭୁବନେଶ୍ୱର*

*ଚେନ୍ନାଇରେ ୪୬.୩% ଯୁବପିଢ଼ି ନେଉଛନ୍ତି ନିଶା*

*ନିଶା ସେବନର ୧୦ କଥା:*

*ନିକଟରେ ୧୫ଟି ରାଜ୍ୟରେ ହୋଇଛି ଗବେଷଣା*

*କେମ୍ବ୍ରିଜ ପ୍ରିଜିମ୍ସ: ଗ୍ଲୋବାଲ ମେଂଟାଲ ହେଲ୍ଥର ରିପୋର୍ଟ*

*୨୦୨୨ ମାର୍ଚ୍ଚରୁ ଅକ୍ଟୋବର ଭିତରେ ୧୫ରାଜ୍ୟରୁ ତଥ୍ୟ ସଂଗ୍ରହ*

*୧୬୩୦ ଯୁବପିଢ଼ିଙ୍କ ସହ ହୋଇଥିଲା ସାକ୍ଷାତକାର*

*ସମସ୍ତଙ୍କ ବୟସ ୧୦ରୁ ୨୪ ବର୍ଷ ଭିତରେ*

*ହାରାହାରି ୩୨.୮% ଯୁବପିଢ଼ି କୌଣସି ନା କୌଣସି ନିଶା ସେବନ କରନ୍ତି*

*ନିଶା ସେବନକାରୀଙ୍କ ଭିତରୁ ୭୫.୫%* *କିଶୋର ଅବସ୍ଥାରୁ ନିଶା ଗ୍ରହଣ କରିଥାନ୍ତି*

*ନିଶା ସେବନ କରିବାର ହାରାହାରି ବୟସ ୧୭.୨*

*ନିଶା ସେବନର ମୁଖ୍ୟ କାରଣ: ସହଜରେ ତମାଖୁ ଓ ମଦ ଉପଲବ୍ଧ*

*ବାପା, ମାଆ ନିଶା ନେଉଥିଲେ, ଅଧିକ ପ୍ରଭାବିତ ହେଉଛନ୍ତି ପିଲା*

*ନିଶାର ଫାଶରେ ଯୁବପିଢ଼ି :*

*ବିଶ୍ୱରେ ତମାଖୁ ସେବନରେ ଦ୍ୱିତୀୟ ସ୍ଥାନରେ ଭାରତ*

*ଯୁବାବସ୍ଥାରେ ତମାଖୁ ସେବନ ଅଧିକ ଦେଖିବାକୁ ମିଳୁଛି*

*ମଦ, ଗଂଜେଇ ଓ ତମାଖୁ ସହ* *କୋକେନ,ହେରୋଇନ ସେବନ ବଢ଼ୁଛି*

*ଏକ୍ସଟାସି, ହାଲୁସିନୋଜେନ୍ସ,* *ମେଥାମ୍ଫେଟାମାଇନ ନେଉଛନ୍ତି ଯୁବପିଢ଼ି*

*ଏହାଦ୍ୱାରା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ*

*ନିଶା ଛାଡ଼ିବା ପାଇଁ ୪୦% ନିଜର ଇଚ୍ଛା ଜାହିର କରିଛନ୍ତି*

*୧୯.୫% ନିଶା ଛାଡ଼ିବା ଉପରେ ବିଚାର କରିବେ ବୋଲି କହିଛନ୍ତି*

*ତମାଖୁ ଓ ମଦର ସହଜ ଉପଲବ୍ଧତା ଉପରେ ନିୟନ୍ତ୍ରଣକୁ ଗୁରୁତ୍ୱ*

*ଗୋଷ୍ଠୀ ସ୍ତରରେ ବ୍ୟାପକ ସଚେତନତା ଉପରେ ଗୁରୁତ୍ୱ*