ଆସନ୍ତୁ ଜାଣିବା ୱେବ୍ ସିରିଜ୍ ମିର୍ଜାପୁର-୩ ର ରହସ୍ୟ

ଦର୍ଶକଙ୍କ ମଧ୍ୟରେ ଜାରି ରହିଛି ୱେବ୍ ସିରିଜ୍ ‘ମିର୍ଜାପୁର’ର କ୍ରେଜ୍।

ଆସନ୍ତୁ ଜାଣିବା ୱେବ୍ ସିରିଜ୍ ମିର୍ଜାପୁର-୩ ର ରହସ୍ୟ

ଦର୍ଶକଙ୍କ ମଧ୍ୟରେ ଜାରି ରହିଛି ୱେବ୍ ସିରିଜ୍ ‘ମିର୍ଜାପୁର’ର କ୍ରେଜ୍। ଆମାଜନ୍ ପ୍ରାଇମ ଭିଡିଓର ୱେବ୍ ସିରିଜର ପ୍ରଥମ ଦୁଇଟି ସିଜନ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି ଏବଂ ବର୍ତ୍ତମାନ ଏହାର ତୃତୀୟ ସିଜନର ଅପେକ୍ଷାରେ ଅଛନ୍ତି ଦର୍ଶକ। ମିର୍ଜାପୁର-୩ ର ସୁଟିଂ ପ୍ରାୟ ସଂପୂର୍ଣ୍ଣ ହୋଇଛି ଏବଂ ବର୍ତ୍ତମାନ ଏହାର ରିଲିଜ୍ ତାରିଖ ଘୋଷଣା ହେବ।

IMDb ନିକଟରେ ଅଲ୍ ଟାଇମ୍ ମୋଷ୍ଟ ଲୋକପ୍ରିୟ ଇଣ୍ଡିଆନ୍ ୱେବ୍ ସିରିଜ୍ ତାଲିକା ପ୍ରକାଶ କରିଛି। ଏଥିରେ ମିର୍ଜାପୁର ଦ୍ୱିତୀୟ ନମ୍ବରରେ ରହିଛି। ଏହି ୱେବ୍ ସିରିଜର ଲୋକପ୍ରିୟତା ମଧ୍ୟ ଏଥିରୁ ସ୍ପଷ୍ଟ ବୁଝାଯାଉଛି। ମିର୍ଜାପୁର-୨ ରେ ମାଧୁରୀ ଯାଦବ ଭୂମିକାରେ ନଜର ଆସିଥିବା ଅଭିନେତ୍ରୀ ଇଶା ତାଲୱାର ଏହି ଧାରାବାହିକ ବିଷୟରେ ଏକ ନୂଆ ଅପଡେଟ୍ ଆଣିଛନ୍ତି।

ଇଶା ତାଲୱାର ପ୍ରକାଶ କରିଛନ୍ତି ଯେ ମିର୍ଜାପୁର-୩ ନିଜେ ଏକ ଶକ୍ତିଶାଳୀ ୱେବ୍ ସିରିଜ ଅଟେ। ଏହାସହ ଏହି ସିରିଜରେ ଅନେକ ଟ୍ୱିଷ୍ଟ ରହିଛି। ଏହା ପ୍ରତିଶୋଧ, ପାରିବାରିକ ଡ୍ରାମାରେ ପରିପୂର୍ଣ୍ଣ ଏକ ଶୋ । ଇଶା କୁହନ୍ତି, ‘ମାଧୁରୀ ଯାଦବ, ଯେପରି ଆମେ ପୂର୍ବରୁ ମିର୍ଜାପୁର ସିଜନ-୨ ରେ ଦେଖିଥିଲୁ, ଶେଷରେ କାଲିନ ଭୈୟାଙ୍କଠାରୁ ଆସନ ଛଡ଼ାଇ ନେଇଥିଲେ। ଯେତେବେଳେ ଆପଣ ଶୋ’ରେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରନ୍ତି, ସେତେବେଳେ ଅନେକ ଦାୟିତ୍ୱ ଆପଣଙ୍କ ଉପରେ ଆସିଯାଏ।

ଏହି ସମୟରେ, ମୁଁ ଶୋ ବିଷୟରେ ଅଧିକ କିଛି କହିପାରିବି ନାହିଁ, ଯେତେବେଳେ ଶୋ ରିଲିଜ୍ ନିକଟତର ହେବ, ସେତେବେଳେ ଆପଣଙ୍କୁ ଅଧିକ ସୂଚନା ଦିଆଯିବ। ବର୍ତ୍ତମାନ ସମୟରେ ଦର୍ଶକମାନେ ମୁନ୍ନାଙ୍କ ମୃତ୍ୟୁକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି ଏହା ଏପରି ସସପେନ୍ସ ଥିବା ଭଲ।’