ବାହାନଗା ଟ୍ରେନ୍ ଦୁର୍ଘଟଣା: ବିଦ୍ୟୁତ ଆଘାତ ଯୋଗୁଁ ହୋଇଛି ୪୦ ଯାତ୍ରୀଙ୍କ ମୃତ୍ୟୁ

ବାଲେଶ୍ଵର ନିକଟ ବାହାନଗା ବଜାର ଷ୍ଟେସନରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ୨୭୫ ମୃତକଙ୍କ ମଧ୍ୟରୁ ପ୍ରାୟ ୪୦ ଜଣ ଯାତ୍ରୀଙ୍କ ମୃତ୍ୟୁ ବିଦ୍ୟୁତ ଆଘାତ ଯୋଗୁଁ ହୋଇଛି ।

ବାହାନଗା ଟ୍ରେନ୍ ଦୁର୍ଘଟଣା: ବିଦ୍ୟୁତ ଆଘାତ ଯୋଗୁଁ ହୋଇଛି ୪୦ ଯାତ୍ରୀଙ୍କ ମୃତ୍ୟୁ

ବାଲେଶ୍ଵର ନିକଟ ବାହାନଗା ବଜାର ଷ୍ଟେସନରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ୨୭୫ ମୃତକଙ୍କ ମଧ୍ୟରୁ ପ୍ରାୟ ୪୦ ଜଣ ଯାତ୍ରୀଙ୍କ ମୃତ୍ୟୁ ବିଦ୍ୟୁତ ଆଘାତ ଯୋଗୁଁ ହୋଇଛି । ଜିଆରପି ପକ୍ଷରୁ ଏହି ସୂଚନା ଦିଆଯାଇଛି । କରମଣ୍ଡଳ ଏକ୍ସପ୍ରେସରୁ ଉଦ୍ଧାର ୪୦ଟି ମୃତଦେହରେ କୌଣସି କ୍ଷତ ଚିହ୍ନ ନଥିଲା । ତେଣୁ ସେମାନଙ୍କ ମୃତ୍ୟୁ ବିଦ୍ୟୁତ୍ ଆଘାତ ଯୋଗୁ ହୋଇଥିବା ମନେ କରାଯାଉଛି ।

ବାଲେଶ୍ବର ଜିଆରପି ଥାନାରେ ପୋଲିସ୍ ସବ୍ ଇନ୍ସପେକ୍ଟର ପି କୁମାର ନାୟକଙ୍କ ପକ୍ଷରୁ ଦାୟର ଏତଲା ମୁତାବକ ଟ୍ରେନ ଦୁର୍ଘଟଣା ପରେ ଓଭରହେଡ୍ ତାର ଗୁଡ଼ିକ ଛିଣ୍ଡି କିଛି ବଗି ଉପରେ ପଡ଼ିଥିଲା । ଫଳରେ କିଛି ଯାତ୍ରୀ ଏହି ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ ।

ଅଧିକାରୀ କହିଛନ୍ତି ଯେ ଦୁର୍ଘଟଣା ପରେ ବଗି ଗୁଡ଼ିକ ଓଲଟି ପଡିବାରୁ କିଛି ବିଦ୍ୟୁତ ଖୁଣ୍ଟି ଭାଙ୍ଗିଯାଇଥିଲା । ଯାହାଫଳରେ ଓଭରହେଡ ତାରଗୁଡିକ ଛିଣ୍ଡି ଟ୍ରେନ୍ ବଗି ଉପରେ ପଡ଼ିଥିଲା ।

ବାଲେଶ୍ଵର ନିକଟ ବାହାନଗା ବଜାର ଷ୍ଟେସନରେ ଶୁକ୍ରବାର ଘଟିଥିବା ଟ୍ରିପଲ୍ ଟ୍ରେନ୍ ଦୁର୍ଘଟଣାରେ ଏଯାବତ୍ ୨୭୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୨୦୦ ଲୋକ ଆହତ ହୋଇଛନ୍ତି।